ETV Bharat / city

ଗୃହମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ବାଧୀକାର ଭଙ୍ଗ ଅଭିଯୋଗ ଆଣିଲେ କଂଗ୍ରେସ ବିଧାୟକ - ବଜେଟ ଅଧିବେଶନ

ଗୃହମନ୍ତ୍ରୀଙ୍କ ବିରୁଦ୍ଧରେ କଂଗ୍ରେସ ବିଧାୟକଙ୍କ ସ୍ବାଧୀକାର ଭଙ୍ଗ ଅଭିଯୋଗ । ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନାର ଦିନକ ପୂର୍ବରୁ ଶ୍ବେତ ପତ୍ର ଦିଆଯାଇନଥିବା ଅଭିଯୋଗ ଆଣି ସ୍ବାଧୀକାର ଭଙ୍ଗ କମିଟିକୁ ପଠାଇବାକୁ ବାଚସ୍ପତିଙ୍କ ନିକଟରେ ଦାବି ଜଣାଇଲେ ବିଧାୟକ ସନ୍ତୋଷ ସିଂ ସାଲୁଜା । ଅଧିକ ପଢନ୍ତୁ...

ଗୃହମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ବାଧୀକାର ଭଙ୍ଗ ଅଭିଯୋଗ ଆଣିଲେ କଂଗ୍ରେସ ବିଧାୟକ

author img

By

Published : Mar 27, 2021, 1:28 PM IST

ଭୁବନେଶ୍ବର: ଗୃହମନ୍ତ୍ରୀଙ୍କ ବିରୁଦ୍ଧରେ କଂଗ୍ରେସ ବିଧାୟକଙ୍କ ସ୍ବାଧୀକାର ଭଙ୍ଗ ଅଭିଯୋଗ । ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନାର ଦିନକ ପୂର୍ବରୁ ଶ୍ବେତ ପତ୍ର ଦିଆଯାଇନଥିବା ଅଭିଯୋଗ ଆଣି ସ୍ବାଧୀକାର ଭଙ୍ଗ କମିଟିକୁ ପଠାଇବାକୁ ବାଚସ୍ପତିଙ୍କ ନିକଟରେ ଦାବି ଜଣାଇଲେ ବିଧାୟକ ସନ୍ତୋଷ ସିଂ ସାଲୁଜା । ଗୃହ ବିଭାଗର ଖର୍ଚ୍ଚ ଦାବି 22 ତାରିଖରେ ଆଲୋଚନା ନ କରି କାର୍ଯ୍ୟ ପରାମର୍ଶ ଦାତା ବୈଠକ ଡକାଇ 26 ତାରିଖକୁ ଘୁଞ୍ଚାଇ ଦିଆଗଲା । ଏହା ପଛରେ ବିଧାନସଭାରେ ଏକ ଚକ୍ରାନ୍ତ କରାଯାଇଥିବା ଅଭିଯୋଗ କରିଛନ୍ତି ସନ୍ତୋଷ ସିଂ ସାଲୁଜା ।

ଗୃହମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ବାଧୀକାର ଭଙ୍ଗ ଅଭିଯୋଗ ଆଣିଲେ କଂଗ୍ରେସ ବିଧାୟକ

ସେହିପରି ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଖରାପ ଥିବାରୁ କିଭଳି ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇପାରିବ ନାହିଁ ସେନେଇ ଚକ୍ରାନ୍ତ ହୋଇଥିଲା । ସେପଟେ ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି, 22 ତାରିଖରେ ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଥିଲା । ଫଳରେ ରାଷ୍ଟ୍ରପତିଙ୍କ ସ୍ବାଗତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବ୍ୟସ୍ତ ରହିଥିଲେ । ଯେଉଁଥି ପାଇଁ ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନାକୁ ଘୁଞ୍ଚାଇ ଦିଆଯାଇଥିଲା । ଏହା ପଛରେ କୌଣସି ଚକ୍ରାନ୍ତ ନାହିଁ ବୋଲି ସଂସଦୀୟ ବ୍ୟାପର ମନ୍ତ୍ରୀ ନିଜର ସ୍ପଷ୍ଟୀକରଣ ରଖିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.