ETV Bharat / city

କଟକ RMS ଅଫିସ ସ୍ଥାନାନ୍ତରକୁ କଂଗ୍ରେସର ବିରୋଧ - CUTTACK

ଭାରତୀୟ ରେଳବାଇର କଟକରେ ଥିବା ଡାକ ସେବା (RMS) କାର୍ଯ୍ୟାଳୟକୁ  ଭୁବନେଶ୍ୱର ସ୍ଥାନାନ୍ତର ପ୍ରତିବାଦରେ ଓଡିଶା ମୁଖ୍ୟ ଡାକ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି କଟକ-ବାରବାଟୀ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର
author img

By

Published : Jun 12, 2019, 8:59 PM IST

ଭୁବନେଶ୍ବର: ଆକ୍ସନମୁଡରେ ନବ ନିର୍ବାଚିତ କଟକ-ବାରବାଟୀ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ। ଭାରତୀୟ ରେଳବାଇର କଟକରେ ଥିବା ଡାକ ସେବା (RMS) କାର୍ଯ୍ୟାଳୟକୁ ଭୁବନେଶ୍ୱରକୁ ସ୍ଥାନାନ୍ତର ପ୍ରତିବାଦରେ ଓଡିଶା ମୁଖ୍ୟ ଡାକ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରିବା ସହ କୌଣସି ପରିସ୍ଥିତିରେ କାର୍ଯ୍ୟାଳୟ ଭୁବନେଶ୍ୱରକୁ ସ୍ଥାନାନ୍ତର ହେବ ନାହିଁ ବୋଲି କହିଛନ୍ତି । ମହମ୍ମଦ ମୋକିମ ଓଡ଼ିଶା ମୁଖ୍ୟ ଡାକ ଅଧିକାରୀ ଡ଼ ସନ୍ତୋଷ କୁମାର କାମିଲାଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ପୂର୍ବରୁ ଅନେକ ଥର କଟକ ରେଳଷ୍ଟେସନ ଠାରେ କାର୍ଯ୍ୟ କରୁଥିବା ଆରଏମଏସ ଅଫିସକୁ ଭୂବନେଶ୍ବର ସ୍ଥାନାନ୍ତର ପ୍ରତିବାଦରେ କର୍ମଚାରୀମାନେ ଆରଏମଏସ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଆରଏମଏସ କାର୍ଯ୍ୟାଳୟକୁ ବିଭିନ୍ନ ଆଳରେ ଏଠାରୁ ସ୍ଥାନାନ୍ତର କରିବାକୁ ଗତ ବର୍ଷ ଠାରୁ ଚକ୍ରାନ୍ତ କରାଯାଇଆସୁଥିବା ନେଇ କର୍ମଚାରୀ ସଂଘ ଅଭିଯୋଗ କରି ଆସୁଛି ।

ଏହା କଟକ ସହରର ସ୍ବାଭିମାନର କଥା । କଟକରୁ ଆରଏମଏସକୁ ସ୍ଥାନାନ୍ତର କରି କଟକ ସହରକୁ ବାରମ୍ବାର ଶ୍ରୀହୀନ କରିବା ପାଇଁ ଚକ୍ରାନ୍ତ ଚାଲିଛି । କଂଗ୍ରେସ ଏହାକୁ ବିରୋଧ କରୁଛି ବୋଲି ମୋକିମ କହିଛନ୍ତି । କଟକ ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅବହେଳା ମନୋବୃତ୍ତି ଦେଖାଉଛନ୍ତି । କଟକରୁ କୌଣସି ହାଲତରେ ଆରଏମ୍ଏସ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ ହେବାକୁ ଦିଆଯିବ ନାହିଁ ବୋଲି କଟକ- ବାରବାଟୀ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍‌ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.