ETV Bharat / city

ତେଜିଲା କଂଗ୍ରେସ କନ୍ଦଳ, ଇତିଶଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ

author img

By

Published : Sep 12, 2019, 8:59 PM IST

ଛାତ୍ର କଂଗ୍ରେସ ଆବାହକ ଇତିଶ ପ୍ରଧାନଙ୍କ ସାମ୍ବାଦିକ ସମ୍ମିଳନୀକୁ ନେଇ ରାଜ୍ୟ କଂଗ୍ରେସରେ କମ୍ପନ । ତାଙ୍କୁ ବିରୋଧ କରି ମୁହଁ ଖୋଲିଲେ ଦଳୀୟ ନେତା । ଇତିଶଙ୍କ ବିରୋଧରେ ହୋଇପାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଛାତ୍ର କଂଗ୍ରେସ ଆବାହକ ଇତିଶ ପ୍ରଧାନଙ୍କ ସାମ୍ବାଦିକ ସମ୍ମିଳନୀକୁ ନେଇ ରାଜ୍ୟ କଂଗ୍ରେସରେ କମ୍ପନ । ତାଙ୍କୁ ବିରୋଧ କରି ମୁହଁ ଖୋଲିଲେ ଦଳୀୟ ନେତା । ଇତିଶଙ୍କ ବିରୋଧରେ ହୋଇପାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଇତିଶଙ୍କ ମନ୍ତବ୍ୟକୁ ବିରୋଧ କରି ମୁହଁ ଖୋଲିଛନ୍ତି ଦଳୀୟ ନେତା । କଂଗ୍ରେସ ମୁଖପାତ୍ର ପଦ୍ମଙ୍କର ଗୁରୁ କହିଛନ୍ତି, ‘ସେ ବେଇମାନ କାମ କରିଛନ୍ତି । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କି ନାହିଁ ତାହା ଶୃଙ୍ଖଳାଗତ କମିଟି ନିଷ୍ପତ୍ତି ନେବ।’

ସେହିଭଳି ଓଡିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ କହିଛନ୍ତି, ‘ଦଳ କେମିତି ଚାଲିବ ତାହା ଉପରେ କହିବାର ଏନଏସୟୁଆଇର ଅଧିକାର ନାହିଁ। ସମସ୍ତ ବିଷୟ ଅବଗତ ହେବା ପରେ ଅନୁଶାସନ ଜନିତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦଳରେ କିଏ ରହିବ ଆଉ କିଏ ରହିବ ନାହିଁ ତାହା ଦଳ ନିର୍ଣ୍ଣୟ କରିବ।’

ସେପଟେ ଆସନ୍ତାକାଲି ନିରଞ୍ଜନ ପଟ୍ଟନାୟକ ଦିଲ୍ଲୀରୁ ଫେରିବା ପରେ ଜିତେନ୍ଦ୍ର ସିଂଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନା ଥାଉକି, ଆଜି ଗୁରୁବାର ଇତିଶ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବର୍ଷିଥିଲେ । ତାଙ୍କ ପାଇଁ ହିଁ ସଙ୍ଗଠନ ବରବାଦ ହୋଇଛି ବୋଲି କହିଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବାଇଟ ପଦ୍ମଙ୍କର ଗୁରୁ, କଂଗ୍ରେସ ମୁଖପାତ୍ର

Body:ହହ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.