ETV Bharat / city

Farm laws Repealed: ଉତ୍ସବ ମନାଉଛି ରାଜ୍ୟ କଂଗ୍ରେସ-ଚାଷୀ ସଂଗଠନ

author img

By

Published : Nov 20, 2021, 12:53 PM IST

Updated : Nov 20, 2021, 9:59 PM IST

ପ୍ରତ୍ୟାହାର ହେଲା ୩କୃଷି ଆଇନ, ଉତ୍ସବ ମନାଇଲା କଂଗ୍ରେସ

21:44 November 20

3ଟି କୃଷି ବିଲ ପ୍ରତ୍ୟାହରକୁ ନେଇ ସୁନ୍ଦରଗଡ ଜିଲ୍ଲା କଂଗ୍ରେସ କମିଟି ପାଳିଲେ ବିଜୟ ଉତ୍ସବ

ସୁନ୍ଦରଗଡ: ଜିଲ୍ଲା କଂଗ୍ରେସ କମିଟି ସଭାପତି ବେଣୁ ମାଧବ ତ୍ରିପାଠୀଙ୍କ ନେତୃତ୍ବରେ ୩ଟି କୃଷି ଆଇନ ପ୍ରତ୍ୟାହାର ଖୁସିରେ ପାଳିଲେ ବିଜୟ ଉତ୍ସବ । ପ୍ରାୟ ଦଶ ମାସ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଷୀମାନଙ୍କ ଆଗରେ ମୁଣ୍ଡ ନୁଆଇଁ ଓ ଦେଶବାସୀଙ୍କୁ ଭୁଲ ମାଗି କେବଳ ମୁହଁରେ ପ୍ରତ୍ୟାହାର କଲେ ବୋଲି କହିଛନ୍ତି । 

ପ୍ରଧାନମନ୍ତ୍ରୀ ପାର୍ଲିଆମେଣ୍ଟରେ ଲିଖିତ ଭାବେ ଜଣାଇବା ପରେ କୃଷକ ମାନେ ସମ୍ପୂର୍ଣ୍ଣ ଭାବେ ଆନ୍ଦୋଳନରୁ ଓହରିବେ ବୋଲି କୃଷକ ନେତାମାନେ କହିଛନ୍ତି । ଏହି ଅବସରରେ ଦଳର କର୍ମୀମାନେ ସ୍ଥାନୀୟ ଡିଆରଡିଏ ଛକରୁ ଏକ କ୍ୟାଣ୍ଡେଲ ରାଲିରେ ଏନକେକେ ଛକ ପର୍ଯ୍ୟନ୍ତ ଯାଇ ପୁଣି ଡିଆରଡିଏ ଛକକୁ ଫେରି ଆନ୍ଦୋଳନରେ ଶହୀଦ ହୋଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରିଥିଲେ ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

16:06 November 20

ଭଦ୍ରକ ସଂଯୁକ୍ତ କିଷାନ ମୋର୍ଚ୍ଚାର ମିଷ୍ଟାନ୍ନ ବଣ୍ଟନ

ଭଦ୍ରକ: କେନ୍ଦ୍ରର ମୋଦି ସରକାର କୃଷକ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇ 3 ଟି ନୂତନ କୃଷି ଆଇନ ପ୍ରତ୍ୟାହାର କରିବା ପରେ ଭଦ୍ରକରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି । ଏଥିସହ ଏହି ଅବସରରେ ସଂଯୁକ୍ତ କିଷାନ ମୋର୍ଚ୍ଚାର କର୍ମକର୍ତ୍ତାମାନେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଖବର ଅନୁଯାୟୀ କୃଷକ କଲ୍ୟାଣ ଉଦ୍ଦେଶ୍ୟରେ କେନ୍ଦ୍ର ସରକାର କୃଷି ଆଇନକୁ ସଂଶୋଧନ କରି ନୂତନ ଭାବେ 3ଟି କୃଷି ଆଇନ ପ୍ରଣୟନ କରିଥିଲେ । ଯାହାକୁ ଦୀର୍ଘଦିନ ଧରି ଦେଶରେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ବିରୋଧ ଜାରି ରହିଥିଲା । ଶେଷରେ ଏହି ନୂତନ ଆଇନକୁ ପ୍ରତ୍ୟାହାର କରିବା ପାଇଁ ସରକାର ବାଧ୍ୟ ହୋଇଥିଲେ ।  

ସମଗ୍ର ଦେଶର କୃଷକ ଓ କୃଷିକ୍ଷେତ୍ରକୁ କର୍ପୋରେଟ ହାତକୁ ଟେକିଦେବା ଉଦ୍ଦେଶ୍ୟରେ ତିନିଗୋଟି କୃଷି ଆଇନ ଗତ 2020 ନଭେମ୍ବର ମାସରେ ସଂସଦରେ ପାରିତ ହୋଇଥିଲା ବୋଲି ସେମାନେ ଅଭିଯୋଗ କରିଥିଲେ । ତେଣୁ ଏହି କଳା କୃଷି ଆଇନ 3ଟିକୁ ପ୍ରତ୍ୟାହାର କରିବା ଦାବି କରି ସଂଯୁକ୍ତ କିଷାନ ମୋର୍ଚ୍ଚା ଡାକରାରେ ଦିଲ୍ଲୀଠାରେ ଆନ୍ଦୋଳନ ଆରମ୍ଭ କରିଥିଲେ । ବହୁ କୃଷକ ନେତା ଗିରଫ ହୋଇଛନ୍ତି । ଶେଷରେ ସାରା ଦେଶରେ ଏହି କଳା କୃଷି ଆଇନ ବିରୋଧରେ ଦିଆଯାଇଥିବା କୃଷକ ଆନ୍ଦୋଳନ ଆଗରେ ମୋଦି ସରକାର ମୁଣ୍ଡ ନୁଆଇଁଛନ୍ତି ବୋଲି ବକ୍ତାମାନେ କହିଥିଲେ ।  

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

13:12 November 20

କୃଷି ଆଇନ ଉଚ୍ଛେଦ ପରେ ପ୍ରତିକ୍ରିୟା ରଖିଲା ଝାରସୁଗୁଡ଼ାର ଚାଷୀ ସଂଗଠନ

ଝାରସୁଗୁଡା: ତିନି ବିବାଦୀୟ କୃଷି ଆଇନ ଉଚ୍ଛେଦ ପରେ ପ୍ରତିକ୍ରିୟା ରଖିଲେ ଝାରସୁଗୁଡ଼ାର ଚାଷୀ ସଂଗଠନ । 700 ରୁ ଅଧିକ ଚାଷୀ ଆଇନ ପ୍ରତ୍ୟାହାର ଲାଗି ପ୍ରାଣବଳି ଦେଇଛନ୍ତି । ଜନ ବିରୋଧୀ, ଚାଷୀ ବିରୋଧୀ, ଶ୍ରମିକ ବିରୋଧୀ ଭଳି ଆଇନ ଆଣି କେନ୍ଦ୍ର ସରକାର ଏବେ ମୁଣ୍ଡ ନୁଆଁଇବାକୁ  ପଡ଼ିଲା । ଯେ ପର୍ଯ୍ୟନ୍ତ ସଂସଦରେ ଏହି ଆଇନ ରଦ୍ଧ ନ ହୋଇଛି ସେ ପର୍ଯ୍ୟନ୍ତ  ଚାଷୀମାନେ ଆନ୍ଦୋଳନ ଜାରି ରଖିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ଚାଷୀ ସଂଗଠନର କର୍ମକର୍ତ୍ତା । ସ୍ୱାମୀନାଥନ କମିଶନକୁ ଲାଗୁ କରାଯିବା ସହିତ ଏମଏସପିକୁ ଆଇନ ପରିସର କରାଯାଉ ବୋଲି ଝାରସୁଗୁଡା କୃଷକ ନେତା କହିଛନ୍ତି ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

13:12 November 20

ବଲାଙ୍ଗୀରରେ ବିଜୟ ଉତ୍ସବ ପାଳିଲା କଂଗ୍ରେସ

ବଲାଙ୍ଗୀରରେ ବିଜୟ ଉତ୍ସବ ପାଳିଲା କଂଗ୍ରେସ

ବଲାଙ୍ଗୀର: କେନ୍ଦ୍ର ସରକାର ୩କୃଷି ଆଇନ ପ୍ରତ୍ୟାହାର ପରେ ବଲାଙ୍ଗୀରରେ ବିଜୟ ଦିବସ ପାଳନ କଲା କଂଗ୍ରେସ ଓ ଚାଷୀ ସଂଗଠନ । ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ତରଫରୁ ବିଜୟ ଦିବସ ପାଳନ କରାଯାଇଛି । ପ୍ରଥମେ ବଲାଙ୍ଗୀର ଏସ ୟୁ ସି ଆଇ ଦଳ ଓ ଆଜି ବଲାଙ୍ଗୀର କିଷାନ କଂଗ୍ରେସ ଦଳ ପକ୍ଷରୁ ବିଜୟ ଦିବସ ପାଳନ କରାଯାଇଛି । ୩ କୃଷି ଆଇନ ଉଚ୍ଛେଦ କୃଷକ ମାନଙ୍କର ଏକ ବଡ ବିଜୟ ବୋଲି କହିଛନ୍ତି ବିଭିନ୍ନ ସଂଗଠନ  ।  

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

12:25 November 20

ବୌଦ୍ଧ: 3 ବିବାଦୀୟ କୃଷି ଆଇନକୁ ଗତକାଲି କେନ୍ଦ୍ର ସରକାର ପ୍ରତ୍ୟାହାର କରିନେଇଛନ୍ତି  । ଫଳରେ ଏକ ବର୍ଷ ଧରି ଚାଲିଥିବା କୃଷି ଆଇନରେ ପୂର୍ଣ୍ଣଚ୍ଛେଦ ପଡିଛି  ।  ଏନେଇ ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ  ଉତ୍ସବ ପାଳନ କରାଯାଇଛି । ଜିଲ୍ଲା କଂଗ୍ରେସର ନେତା ଓ କର୍ମୀ ଏକ ଶୋଭାଯାତ୍ରାରେ ସ୍ଥାନୀୟ ଗାନ୍ଧୀ ଛକ ଠାରେ ପହଞ୍ଚି ଉତ୍ସବ ପାଳନ ସହିତ ଲୋକଙ୍କୁ ମିଠା ବଣ୍ଟନ କରିଥିଲେ । ଦୀର୍ଘ ପ୍ରାୟ ବର୍ଷେ ହେଲା ବିଭିନ୍ନ ଚାଷୀ ସଂଗଠନ ସମେତ କଂଗ୍ରେସ କେନ୍ଦ୍ରର ତିନୋଟି କୃଷି ଆଇନକୁ ବିରୋଧ କରି ବିଭିନ୍ନ ସମୟରେ ଆନ୍ଦୋଳନ କରିଆସୁଥିଲା । ଗତକାଲି କେନ୍ଦ୍ର ସରକାର ଉକ୍ତ ଆଇନକୁ ପ୍ରତ୍ୟାହାର ପରେ ବିଭିନ୍ନ ସଂଗଠନ ପକ୍ଷରୁ ଏହାକୁ ସ୍ବାଗତ କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Nov 20, 2021, 9:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.