ETV Bharat / city

ବାମଦଳ ଓ କଂଗ୍ରେସର ବନ୍ଦ ଡାକରାକୁ ନେଇ ବର୍ଷିଲା ବିଜେପି

ବାମଦଳ ଓ କଂଗ୍ରେସର ବନ୍ଦ ପାଳନକୁ ନେଇ ବର୍ଷିଲା ରାଜ୍ୟ ବିଜେପି । ଏହାସହ ଉଭୟ ଦଳଙ୍କ ବିରୋଧରେ ଆଣିଲା ସାଂଘାତିକ ଅଭିଯୋଗ । କଣ ଅଭିଯୋଗ ଆଣିଲା ବିଜେପି ପଢନ୍ତୁ ଅଧିକ...

PHOTO
PHOTO
author img

By

Published : Jan 8, 2020, 9:27 PM IST

ଭୁବନେଶ୍ବର: ବୁଧବାର 12 ଦଫା ଦାବି ନେଇ 24 ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଥିଲେ ବାମଦଳ ସମେତ ବିଭିନ୍ନ ଟ୍ରେଡ ୟୁନିୟନ । ବାମଦଳ ପକ୍ଷରୁ ବନ୍ଦ ସଫଳ ହୋଇଥିବା ଦାବି କରାଯାଉଥିବା ବେଳେ ବନ୍ଦକୁ ନେଇ ବାମଦଳ ଓ କଂଗ୍ରେସ ଉପରେ ଯୋରଦାର ବର୍ଷିଛି ରାଜ୍ୟ ବିଜେପି ।

ବାମଦଳ ଓ କଂଗ୍ରେସର ବନ୍ଦ ଡାକରାକୁ ନେଇ ବର୍ଷିଲା ବିଜେପି

ରାଜ୍ୟ ବିଜେପି ଅଭିଯୋଗ କରିଛି ନିଜ ସତ୍ତାକୁ ବଞ୍ଚାଇବାକୁ ଯାଇ ଅଭିନବ ନାଟକ କରୁଛନ୍ତି ଉଭୟ ବାମ ଦଳ ଓ କଂଗ୍ରେସ। ଭାରତ ବନ୍ଦ ନାଁରେ ଲୋକଙ୍କୁ ନିର୍ଯ୍ୟାତନା ଦେବା ଅଧିକାର କିଏ ଦେଲା ବୋଲି ଦଳ ପ୍ରଶ୍ନ କରିଛି ? ବନ୍ଦ ପରିବର୍ତ୍ତେ ବାମଦଳ ଓ କଂଗ୍ରେସ ସରକାରଙ୍କ ସହ ସିଧାସଳଖ ଆଲୋଚନା କରିପାରିଥାନ୍ତେ । ତାହା ନକରି ରାଜରାସ୍ତାରେ ଗୁଣ୍ଡାଗର୍ଦ୍ଦି କରିବା ଓ ଲୋକଙ୍କୁ ହଇରାଣ ହରକତ କରିବା ଅଧିକାର କାହାର ନାହିଁ ବୋଲି ବିଜେପି କହିଛି । ବିଜେପି କହିଛି ବନ୍ଦ ଏକ ସମସ୍ୟାର ସମାଧାନ ନୁହେଁ, ଗଣତନ୍ତ୍ରରେ ବିଚାର ବିମର୍ଷ ଆଲୋଚନା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ଏହି ବନ୍ଦ ଦ୍ବାରା ଭାରତବର୍ଷର ଅର୍ଥନୀତିକୁ ଦୁର୍ବଳ କରିବାକୁ ଯୋଜନା କରାଯାଉଛି। ଭାରତବର୍ଷକୁ ୫୦ ବର୍ଷରୁ ଅଧିକ ସମୟ ଧରି କଂଗ୍ରେସ ଶାସନ କରିଛି ସେଥିରେ ବାମ ଦଳ ମାନଙ୍କର ଯୋଗଦାନ ମଧ୍ୟ ରହିଛି। ଉଭୟ ଦଳ ଭାରତବର୍ଷକୁ ଦୁର୍ବଳ କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି। ଏବେ କ୍ଷମତା ବାହାରେ ଥିବାରୁ ଯେକୌଣସି ମତେ ଦେଶକୁ ଦୁର୍ବଳ କରିବାର ପ୍ରୟାସ କରୁଛନ୍ତି ବୋଲି ଦଳ ଅଭିଯୋଗ କରିଛି ।

ଦଳ ଆହୁରି କହିଛି ଦେଶରେ କଂଗ୍ରେସ ଓ ବାମ ଦଳ ହିଂସାର ବାତାବରଣ ସୃଷ୍ଟି କରୁଛନ୍ତି। ମୋଦି ସରକାର ଏକ ଜନକଲ୍ୟାଣ ସରକାର, ଶ୍ରମିକଠୁ ଆରମ୍ଭ କରି ଚାଷୀ, ସାଧାରଣ ବର୍ଗର ଲୋକଙ୍କ ପାଇଁ ଅନେକ ବିକାଶ ମୂଳକ କାର୍ଯ୍ୟ କରିଛନ୍ତି। ୧୯୮୫ ମସିହାରେ ଏନଆରସି ଆସାମରେ ଲାଗୁ ହୋଇଥିଲା, ଏନପିଆର କଂଗ୍ରେସ ଶାସନ ସୟମରେ ଲାଗୁ ହୋଇଛି। ଏବେ ଉଭୟ ଦଳ ଦେଶରେ ଅସ୍ଥିରତା ସୃଷ୍ଟି କରୁଛନ୍ତି ଯାହାକୁ ବିଜେପି ଦୃଢ ନିନ୍ଦା କରୁଛି ବୋଲି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ଭାରତ ବନ୍ଦ ପ୍ରସଙ୍ଗରେ ବିଜେପିର ପ୍ରତିକ୍ରିୟା।କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ,ବାମ ଦଳ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଅଗଣତନ୍ତ୍ରିକ କାର୍ଯ୍ୟକଳାପ ପ୍ରତିବାଦରେ ଭାରତ ବନ୍ଦ ଧର୍ମଘଟ କରିଛନ୍ତି। ସେପଟେ ଧର୍ମଘଟକୁ ନେଇ ପ୍ରତିକ୍ରିୟା ରଖିଲେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର।

Body:ନିଜ ସତ୍ତା କୁ ବଞ୍ଚେଇବାକୁ ଯାଇ ଅଭିନବ ନାଟକ କରୁଛନ୍ତି ଉଭୟ ବାମ ଦଳ ଓ କଂଗ୍ରେସ।ଯାହାକୁ ଦୃଢ ନିନ୍ଦା କରିଛି ବିଜେପି:ବିଜେପି

ଭାରତ ବନ୍ଦକୁ ନେଇ କଂଗ୍ରେସ ଓ ବାମ ଦଳ ଉପରେ ବର୍ଷିଛି ରାଜ୍ୟ ବିଜେପି।ନିଜର ଅସ୍ତିତ୍ବ ହରାଇବସିଥିବାରୁ କଂଗ୍ରେସ ଓ ବାମ ଦଳ ଏଭଳି କରୁଛନ୍ତି।ନିଜର ରାଜନୈତିକ ସତ୍ତାକୁ ବଞ୍ଚେଇବା ପାଇଁ ଏଭଳି ବନ୍ଦ ଡାକରା ଦେଇଛନ୍ତି ବାମ ଦଳ ଓ କଂଗ୍ରେସ।ବନ୍ଦ ଏକ ସମସ୍ୟାର ସମାଧାନ ନୁହେଁ,ଗଣତନ୍ତ୍ରରେ ବିଚାର ବିମର୍ଷ ଆଲୋଚନା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ।ଏହି ବନ୍ଦ ଦ୍ୱାରା ଭାରତବର୍ଷର ଅର୍ଥନୀତିକୁ ଦୁର୍ବଳ କରିବାକୁ ଯୋଜନା କରାଯାଉଛି।ଭାରତବର୍ଷ କୁ ୫୦ ବର୍ଷରୁ ଅଧିକ ସମୟଧରି କଂଗ୍ରେସ ଶାସନ କରି ଆସିଛି ,ବାମ ଦଳ ମାନଙ୍କର ଯୋଗଦାନ ମଧ୍ୟ ରହିଛି।ଉଭୟ ଦଳ ଭାରତବର୍ଷ କୁ ଦୁର୍ବଳ କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି।

ଦେଶରେ କଂଗ୍ରେସ ଓ ବାମ ଦଳ ହିଂସାର ବାତାବରଣ ସୃଷ୍ଟି କରୁଛନ୍ତି।ମୋଦି ସରକାର ଏକ ଜନକଲ୍ୟାଣ ସରକାର,ଶ୍ରମିକ ଠୁ ଆରମ୍ଭକରି ଚାଷୀ,ସାଧାରଣ ବର୍ଗର ଲୋକଙ୍କ ପାଇଁ ଅନେକ ବିକାଶ ମୂଳକ କାର୍ଯ୍ୟ କରିଛନ୍ତି।ନିଜ ସତା କୁ ବଞ୍ଚେଇବାକୁ ଯାଇ ଏଭଳି ବନ୍ଦ ର ଅଭିନବ ଉପାୟ କରୁଛନ୍ତି ।୧୯୮୫ ମସିହାରେ ଏନଆରସି ଆସାମ ରେ ଲାଗୁ ହୋଇଥିଲା, ଏନପିଆର କଂଗ୍ରେସ ଶାସନ ପିରିୟଡ଼ ରେ ଲାଗୁ ହୋଇଛି।ଏବେ ଉଭୟ ଦଳ ଦେଶରେ ଅସ୍ଥିରତା ସୃଷ୍ଟି କରୁଛନ୍ତି ଯାହାକୁ ବିଜେପି ଦୃଢ ନିନ୍ଦା କରିଛି ବୋଲି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି।

ବୁଧବାର ୧୨ ଦଫା ଦାବି ନେଇ ଧର୍ମଘଟକୁ ଓଲ୍ହାଇଛନ୍ତି ବିଭିନ୍ନ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ,ସ୍ୱାଧୀନ ଫେଡରେସନ ମିଳିତ ମଞ୍ଚ ଏବଂ ବାମ ଦଳ ,ଏହାକୁ କଂଗ୍ରେସ ମଧ୍ୟ ସମର୍ଥନ ଜଣାଇଛି।ତେବେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅର୍ଥନୈତିକ ସଙ୍କଟ,ବେରୋଜଗାରୀ, ଦରଦାମ ଅକାଶଛୁଆଁ ବୃଦ୍ଧି ପ୍ରତିବାଦରେ ଭାରତ ବନ୍ଦ ଡାକରା ସଫଳ ହୋଇଛି ବୋଲି କଂଗ୍ରେସ ଦାବି କରିଛି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.