ETV Bharat / city

ବିଧାନସଭାରେ ଇଡି ତାତି: ଗୃହ ଏକାଧିକ ବାର ମୁଲତବୀ

author img

By

Published : Jul 23, 2022, 5:14 PM IST

ବିଧାନସଭାରେ ପୁଣି ଉଠିଛି ଇଡି ତାତି । ସୋନିଆଙ୍କୁ ଇଡି ଜେରା ନେଇ କଂଗ୍ରେସକୁ ଘେରିଛି ବିଜେପି । ଯାହାକୁ ନେଇ ଚିଇଁକି ଉଠିଛି କଂଗ୍ରେସ । ଗୃହ ମଧ୍ୟରେ ହୋହଲା ପରେ ଅପରାହ୍ନ 4 ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଅଧିକ ପଢନ୍ତୁ

ଗୃହ ଏକାଧିକ ବାର ମୁଲତବୀ
ଗୃହ ଏକାଧିକ ବାର ମୁଲତବୀ

ଭୁବନେଶ୍ବର: ବିଧାନସଭାରେ ପୁଣି ଉଠିଛି ଇଡି ତାତି । ସୋନିଆଙ୍କୁ ଇଡି ଜେରା ନେଇ କଂଗ୍ରେସକୁ ଘେରିଛି ବିଜେପି । ଯାହାକୁ ନେଇ ଚିଇଁକି ଉଠିଛି କଂଗ୍ରେସ । ଗୃହ ମଧ୍ୟରେ ହୋହଲା ପରେ ଅପରାହ୍ନ 4 ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଅପ୍ରସଙ୍ଗକୁ ବିରୋଧୀ ପ୍ରସଙ୍ଗ କରୁଥିବା ଅଭିଯୋଗ କରିଛି ବିଜେଡି ।

ଶୂନ୍ୟକାଳ ପ୍ରାରମ୍ଭରେ ଇଡି ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ଆମର ପ୍ରକୃତ ବିରୋଧୀ ହେଉଛି କଂଗ୍ରେସ । କଂଗ୍ରେସ କାହିଁକି ଇଡି ଜେରାକୁ ନେଇ ଆନ୍ଦୋଳନ କରୁଛନ୍ତି । ତଦନ୍ତ ତଦନ୍ତ ବାଟରେ ହେଉ । ମୋଦି ମୁଖ୍ୟମନ୍ତ୍ରୀ ଥିବାବେଳେ ଗୋଧ୍ରା ଘଟଣାରେ ତାଙ୍କୁ ବି 20 ଥର ଜେରା କରିଛି ED । ଏବେ ସୋନିଆଙ୍କ ଜେରା କଥାକୁ ଅଧିକ ପ୍ରସାରିତ କରୁଛି କଂଗ୍ରେସ ।

ଏହାର ଜବାବ ରଖିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ବିଜେପି ଇଡିକୁ ଅପବ୍ୟବହାର କରୁଛି । ରାଜନୈତିକ ବିରୋଧୀଙ୍କୁ ଇଡି ଜରିଆରେ ବିଜେପି ହଇରାଣ କରୁଥିବା ଅଭିଯୋଗ କରିଛନ୍ତି ସାଲୁଜା ।

ଅନ୍ୟପଟେ ଶାସକ ଦଳ ବିଧାୟକ ରାଜ କିଶୋର ଦାସ କହିଛନ୍ତି ଶୂନ୍ୟକାଳରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବାର ଥିଲା । କିନ୍ତୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ମୂଲତବୀ ହେଲା । ଅପ୍ରସଙ୍ଗକୁ ବିରୋଧୀ ପ୍ରସଙ୍ଗ କରି ଗୃହ କାର୍ଯ୍ୟ କରାଇ ଦେଉନଥିବା ଅଭିଯୋଗ କରିଛନ୍ତି ବିଜେଡି ବିଧାୟକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.