ଭୁବନେଶ୍ବର: 'ମେକ ଇନ ଓଡିଶା'କୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଜାନକୀ ପଟ୍ଟନାୟକଙ୍କ ସମୟରେ ରାଜ୍ୟରେ ସବୁ ଶିଳ୍ପର ବିକାଶ ହୋଇଥିବା କହି ବିଜେଡି ସରକାର ଉପରେ ବର୍ଷିଛନ୍ତି ସୁର ।
ନବୀନ ବାବୁଙ୍କ ସମୟରେ 163 ଏମଓୟୁ ହୋଇଛି । ରାଜ୍ୟକୁ 142 ଜଣ ଶିଳ୍ପପତି ଆସିଥିଲେ । ହେଲେ କୌଣସି ଏମଓୟୁ କାର୍ଯ୍ୟକାରୀ ହେଇନି । ରାଜ୍ୟରେ 18 ହଜାର ଶିଳ୍ପ ବନ୍ଦ ହୋଇ ପଡ଼ିଥିବା କଂଗ୍ରେସ ଅଭିଯୋଗ କରିଛି ।
ମେକ ଇନ ଓଡିଶା ନାଁରେ ରାଜ୍ୟ ସରକାର ସାଧାରଣ ଲୋକଙ୍କ ଅର୍ଥ ଖର୍ଚ୍ଚ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ସୁର ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ