ETV Bharat / city

ଘରୋଇ ସ୍କୁଲ ଏବଂ ଅଭିଭାବକ ମହାସଂଘ ମଧ୍ୟରେ ଦ୍ବନ୍ଦ୍ବ - ସ୍କୁଲ ଖୋଲିବ ଘଟଣା ଅଭିଭାବକ ମହାସଂଘର ବିରୋଧ

ଫେବୃଆରୀ ମାସରୁ ସ୍ୱାଭାବିକ ଭାବରେ ସ୍କୁଲ ଖୋଲିବ । ଜାନୁଆରୀ 8ରୁ ଦଶମ ଓ ଦ୍ଵାଦଶ ଶ୍ରେଣୀ ଖୋଲିବ ଏବଂ 14ରୁ ନବମ ଓ ଏକାଦଶ ଖୋଲିବ । ଫେବୃଆରୀ 1 ତାରିଖରୁ କେଜିରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ଘୋଷଣା କଲା ଘରୋଇ ସ୍କୁଲ ସଂଘ । ଅନ୍ୟପଟେ ଅଭିଭାବକ ମହାସଙ୍ଗ ଏହାକୁ ବିରୋଧ କରିଛି। ଅଧିକ ପଢନ୍ତୁ...

ଘରୋଇ ସ୍କୁଲ ଏବଂ ଅଭିଭାବକ ମହାସଂଘ ମଧ୍ୟରେ ଦ୍ବନ୍ଦ୍ବ

author img

By

Published : Jan 4, 2021, 4:59 PM IST

ଭୁବନେଶ୍ବର: କନଫଡରେସନ ଅଫ ଓଡିଶା ପବ୍ଲିକ ସ୍କୁଲ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏଥିରେ ରାଜ୍ୟ ସରକାରଙ୍କର ସ୍କୁଲ ଖୋଲିବା ନିଷ୍ପତିକୁ ସ୍ୱାଗତ କରାଯାଇଛି । କିନ୍ତୁ, ଅନ୍ୟ କ୍ଳାସ ନଖୋଲିବାକୁ ବିରୋଧ କରିଛନ୍ତି । ରାଜ୍ୟରେ ଧର୍ମିକ ଅନୁଷ୍ଠାନ ଖୋଲିଲାଣି, ଶିକ୍ଷା ମନ୍ଦିର ମଧ୍ୟ ଖୋଲିବାର ଆବଶ୍ୟକତା ରହିଛି । ସମ୍ପୂର୍ଣ୍ଣ ଭାବରେ ସ୍କୁଲ ଖୋଲିବା ଉପରେ ତୁରନ୍ତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି ।

ଘରୋଇ ସ୍କୁଲ ଏବଂ ଅଭିଭାବକ ମହାସଂଘ ମଧ୍ୟରେ ଦ୍ବନ୍ଦ୍ବ

ଅନ୍ୟପଟେ କନଫଡରେସନ ଅଫ ଓଡିଶା ପବ୍ଲିକ ସ୍କୁଲର ଚେୟାରମ୍ୟାନ ବଦ୍ରିନାଥ ପଟ୍ଟନାୟକ କହିଛନ୍ତି ଯେ, ଫି ନଦେଲେ ଶିକ୍ଷକ ଏବଂ କର୍ମଚାରୀ ମାନଙ୍କୁ ଦରମା ଦେବା ଅସମ୍ଭବ ହୋଇପଡ଼ିବ । ଅଭିଭାବକଙ୍କୁ 10 ପ୍ରତିଶତ ରିହାତିରେ ଫି ଦାଖଲ କରିବାକୁ ନିବେଦନ କରିଛି ଘରୋଇ ସ୍କୁଲ ସଂଘ । ଛାତ୍ର ଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ହେଲେ ଫି ଦେବାକୁ ପଡିବ । ଅଭିଭାବକ ଏବଂ ସ୍କୁଲ କର୍ତ୍ତୃପକ୍ଷ ଆଲୋଚନାରେ ସ୍କୁଲ ଖୋଲିବାକୁ ନେଇ ନିଷ୍ପତି ନିଆଯାଇଛି । ତେବେ ଫେବୃଆରୀ ମାସରୁ ସ୍ୱାଭାବିକ ଭାବରେ ସ୍କୁଲ ଖୋଲିବ । କେଜିରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଘୋଷଣା କରିଛି ଘରୋଇ ସ୍କୁଲ ସଂଘ ।

ଅନ୍ୟପଟେ ଅଭିଭାବକ ମହାସଂଘ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଘୋଷଣା ପରେ ଯଦି ବେନିୟମ ଭାବରେ ଅନ୍ୟ କ୍ଳାସ ଗୁଡିକ ଖୋଲାଯିବ ତେବେ ରାଜ୍ୟ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ତାଙ୍କ ପାଖରେ କୌଣସି ଅଧିକାର ନାହିଁ ସ୍କୁଲ ଖୋଲିବାକୁ । ସେମାନେ ପ୍ରମାଣିତ କରିବାକୁ ଚାହୁଁଛନ୍ତି ଯେ, ସେମାନେ ପଇସା ପାଇଁ ସ୍କୁଲ ଖୋଲିବାକୁ ଚାହୁଁଛନ୍ତି । କୌଣସି ପିଲାଙ୍କୁ ସ୍କୁଲ ଛଡା ଯିବନାହିଁ ଏବଂ ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଭିଭାବକ ମହାସଂଘର ସଭାପତି ବାସୁଦେବ ଭଟ୍ଟ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.