ଭୁବନେଶ୍ବର: ସାମାଜିକ ଦୂରତ୍ବ ବଜାୟ ନରଖିବାରୁ ବିଏମସି ପକ୍ଷରୁ ବାପୁଜୀ ନଗର ମାର୍କେଟ ଅଞ୍ଚଳକୁ ସିଲ କରାଯାଇଥିଲା । ତେବେ ଗୁରୁବାର ବାପୁଜୀ ନଗର ବ୍ୟବସାୟୀ ମାନେ ଦକ୍ଷିଣ ପୂର୍ବ ଜୋନ ଅଫିସରେ ପହଞ୍ଚି ଦୋକାନ ଖୋଲିବାକୁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି । ଏନେଇ ସେମାନେ କମିଶନରଙ୍କୁ ଏକ ଦାବିପତ୍ର ଦେବା ସହ କୋରୋନା ଗାଇଡଲାଇନ ପାଳନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ଭୁବନେଶ୍ବର ମହାନଗର ନିଗମର ସାମନ୍ତରାପୁର ସ୍ଥିତ ଦକ୍ଷିଣ ପୂର୍ବ ଜୋନ ଅଫିସରେ ଶତାଧିକ ବାପୁଜୀ ନଗର ବ୍ୟବସାୟୀ ମାନେ ଏକାଠି ହୋଇ କମିଶନରଙ୍କୁ ଭେଟିଛନ୍ତି । ତେବେ ବିଏମସି ପକ୍ଷରୁ ନୂଆ ଏସଓପି ଖୁବଶୀଘ୍ର ଜାରି କରାଯିବ ବୋଲି ସୂଚନା ମିଳିଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ