ETV Bharat / city

ଜେଲରେ କୋଭିଡ ସଂକ୍ରମଣ ଚିନ୍ତା, ବିଚାରଧୀନ କଏଦୀଙ୍କୁ ମୁକାଳିବାକୁ ଯୋଜନା

ଚୌଦ୍ବାର ଜେଲରେ କ୍ବାରେଣ୍ଟାଇନ ଏରିଆ ଓ ଟେଲିଫୋନିକ କାଉଣ୍ଟର କଏଦୀଙ୍କୁ ଏକତ୍ରିତ ନ ହେବା ଓ ଥଣ୍ଡା ପାନୀୟ ପିଇବା ଉପରେ କଟକଣା ଲଗାଯାଇଛି । ଅଧିକ ପଢନ୍ତୁ..

author img

By

Published : May 20, 2021, 10:06 PM IST

Updated : May 21, 2021, 10:03 AM IST

ଜେଲରେ କୋଭିଡ ସଂକ୍ରମଣ ଚିନ୍ତା, ବିଚାରଧିନ କଏଦୀଙ୍କୁ ମୁକାଳିବାକୁ ଯୋଜନା

ଭୁବନେଶ୍ବର: ଜେଲ ସଂକ୍ରମଣ ପାଇଁ ହାଇ ପାୱାର କମିଟିର ବଡ ନିଷ୍ପତ୍ତି । ବିଚାରଧୀନ କଏଦୀ ରିଭ୍ୟୁ କମିଟିର ନିଷ୍ପତ୍ତି କ୍ରମେ ୭ ବର୍ଷରୁ କମ ସଜ୍ଜା ଥିବା ବିଚାରଧୀନ କଏଦୀଙ୍କୁ ମୁକାଳିବା ପାଇଁ ଯୋଜନା ହୋଇଛି । ୬୦ ବର୍ଷରୁ ଊର୍ଦ୍ଧ୍ବ ଏପରି ବିଚାରଧୀନ କଏଦୀଙ୍କୁ ଅନ୍ତରୀଣ ଜାମିନ ନଚେତ ପାରୋଲରେ ଛାଡିବା ପାଇଁ ଯୋଜନା ହୋଇଛି ।

ସେହିପରି ଚୌଦ୍ବାର ଜେଲରେ କ୍ବାରେଣ୍ଟାଇନ ଏରିଆ ଓ ଟେଲିଫୋନିକ କାଉଣ୍ଟର କଏଦୀଙ୍କୁ ଏକତ୍ରୀତ ନହେବା ଓ ଥଣ୍ଡା ପାନୀୟ ପିଇବା ଉପରେ କଟକଣା ଲଗାଯାଇଛି । ଏଥିପାଇଁ ଜେଲର ଡାକ୍ତରଙ୍କୁ ତାଗିଦ କରାଯାଇଛି । ସେହିପରି ସମସ୍ତ ଜିଲ୍ଲାର ଜିଲ୍ଲାପ୍ରଶାସନ ସିଡିଏମଓ ଓ କୋର୍ଟଙ୍କୁ ଅବଗତ କରାଯାଇଛି । କୋଭିଡ ସଂକ୍ରମଣ ଦୃଷ୍ଟିରୁ ପଜିଟିଭ ଥିବା କଏଦୀଙ୍କୁ ଆଇସୋଲେସନରେ ରଖିବା ପାଇଁ ବ୍ୟବସ୍ଥା ସହ ପୋଲିସ ଏସକର୍ଟର ସୁବିଧା ଯୋଗାଇବାକୁ କୁହାଯାଇଛି ।

ସେହିପରି ଝାରପଡା ସ୍ବତନ୍ତ୍ର ଜେଲରେ ଟେଷ୍ଟିଂ ବେଳେ ୧୯୫ ଜଣଙ୍କ ଟେଷ୍ଟ ରିପୋର୍ଟରୁ ୯୬ ଜଣଙ୍କ ପଜିଟିଭ ବାହାରିଛି, ଏଥିପାଇଁ ଆଇସୋଲେସନରେ ରହିବାକୁ ଯୋଜନା କରାଯାଇଛି । ଏତଦବ୍ୟତୀତ ଝାରପଡା ଜେଲରେ ଥିବା ହାର୍ଡକୋର କ୍ରିମିନାଲ ବିକ୍ରମ ମଲ୍ଲିକର ସହଯୋଗୀ ବୁଢା ଓରଫ କାହ୍ନୁ ମିଶ୍ରକୁ କେନ୍ଦ୍ରାପଡା ଜେଲକୁ ସ୍ଥାନାନ୍ତର କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : May 21, 2021, 10:03 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.