ETV Bharat / city

ଜଙ୍ଗଲ ବିଭାଗର ଦୁଇ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

author img

By

Published : Jan 20, 2021, 1:16 PM IST

Updated : Jan 20, 2021, 2:20 PM IST

ଜଙ୍ଗଲ ବିଭାଗର ଦୁଇ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର
ଜଙ୍ଗଲ ବିଭାଗର ଦୁଇ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

13:13 January 20

ଭୁବନେଶ୍ବର:   ଜଙ୍ଗଲ ବିଭାଗର ଦୁଇ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର। ଫରେଷ୍ଟ ରେଞ୍ଜର ଭରତ କୁମାର ଘଡେଇ ଓ ଏସିଏଫ ଲକ୍ଷ୍ମଣ ପ୍ରଧାନଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର। ଲୋକାୟୁକ୍ତଙ୍କ ନିକଟରେ ଉଭୟଙ୍କ ନାଁରେ ଦୁର୍ନୀତି ମାମଲା ରହିଥିବାରୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଜଙ୍ଗଲ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଲକ୍ଷ୍ମଣ ପ୍ରଧାନଙ୍କ ନାଁରେ ସାଙ୍ଘାତିକ ଦୁର୍ନୀତି ଅଭିଯୋଗ ହୋଇଛି । ଲୋକୟୁକ୍ତଙ୍କ ପାଖରେ ୧୭ ସେପ୍ଟେମ୍ବରରେ ମାମଲା ରୁଜ୍ଜୁ ହୋଇଥିଲା । ଏହାସହ ବାଲେଶ୍ବରରେ ଭିଜିଲାନ୍ସ ମାମଲା ମଧ୍ୟ ତାଙ୍କ ନାମରେ ରୁଜ୍ଜୁ ହୋଇଛି । ସେତେବେଳେ ତାଙ୍କୁ ସସପେଣ୍ଡ କରାଯାଇଥିଲା । ଏବେ ରାଜ୍ୟ ସରକାର ତାଙ୍କୁ ବହିଷ୍କାର କରିଛନ୍ତି ।

ବାଲେଶ୍ବରରେ ଏସସିଏଫ ଦାୟିତ୍ଵ ଥିବାବେଳେ ହାତୀ ଦାନ୍ତ ଚୋରି ଅଭିଯୋଗ ହୋଇଥିଲା  । ଯାହାଫଳରେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେଇଥିଲା । କାର୍ଯ୍ୟ ଅବହେଳା ଓ ତଥ୍ୟ ଲୁଚାଇବା ସହ ଉପରିସ୍ଥ ଅଧିକାରୀଙ୍କୁ ଅବମାନନା କରିଥିବା ଅଭିଯୋଗ ହୋଇଥିଲା ।

ଏହାସହ ବିସ୍ରା ରେଞ୍ଜରେ ଫରେଷ୍ଟ ରେଞ୍ଜର ଭରତ କୁମାର ଘଡେଇଙ୍କ ନାଁରେ ମଧ୍ୟ ଭିଜିଲାନ୍ସ ମାମଲା ଚାଲିଛି । ଆୟ ବର୍ହିଭୁତ ସମ୍ପତ୍ତି ମାମଲା ମଧ୍ୟ ରହିଛି । ଆଜି ଉଭୟଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି । ଏନେଇ ଜଙ୍ଗଲ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ତପନ ଦାସ,  ଇଟିଭି ଭାରତ 

Last Updated : Jan 20, 2021, 2:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.