ETV Bharat / city

ଭଲ ସ୍ବାସ୍ଥ୍ୟସେବା ପାଇଁ ପ୍ରତିଯୋଗିତା, ଶ୍ରେଷ୍ଠ ସ୍ୱାସ୍ଥ୍ୟକେନ୍ଦ୍ରକୁ ମିଳିବ ପୁରସ୍କାର

ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ କ୍ରିୟାଶୀଳ କରିବାକୁ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକରେ ଏଣିକି ପ୍ରତିଯୋଗିତା ହେବ । ଶ୍ରେଷ୍ଠ ସ୍ବାସ୍ଥ୍ୟକେନ୍ଦ୍ରକୁ ମିଲିବ ପୁରସ୍କାର । ଅଧିକ ପଢନ୍ତୁ...

author img

By

Published : May 26, 2021, 1:54 PM IST

ଭଲ ସ୍ବାସ୍ଥ୍ୟସେବା ପାଇଁ ହେବ ପ୍ରତିଯୋଗିତା
ଭଲ ସ୍ବାସ୍ଥ୍ୟସେବା ପାଇଁ ହେବ ପ୍ରତିଯୋଗିତା

ଭୁବନେଶ୍ବର: ଏଣିକି ଭଲ ସ୍ବାସ୍ଥ୍ୟସେବା ଯୋଗାଇବା ନେଇ ଚାଲିବ ପ୍ରତିଯୋଗିତା । ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ କ୍ରିୟାଶୀଳ କରିବାକୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇଛି । ସ୍ବାସ୍ଥ୍ୟସେବାକୁ ଅଧିକ ମଜବୁତ କରିବାକୁ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକରେ ଏହି ପ୍ରତିଯୋଗିତା ହେବ । ଶ୍ରେଷ୍ଠ ସ୍ବାସ୍ଥ୍ୟକେନ୍ଦ୍ରକୁ 15ଲକ୍ଷରୁ ଆରମ୍ଭ କରି 3କୋଟି ପର୍ଯ୍ୟନ୍ତ ମିଳିବ ପୁରସ୍କାର ରାଶି ।

ଶ୍ରେଷ୍ଠ ସ୍ୱାସ୍ଥ୍ୟକେନ୍ଦ୍ରକୁ ମିଳିବ ପୁରସ୍କାର

ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମି ରୋଗୀଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମୟ ସୀମା ମଧ୍ୟରେ ହସ୍ପିଟାଲରେ ଦଳଗତ କାର୍ଯ୍ୟ, ପ୍ରଯୁକ୍ତିବିଦ୍ୟା, ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟ ସେବା ବିତରଣ ବ୍ୟବସ୍ଥାର ରୂପାନ୍ତରଣ କରି ରୋଗୀଙ୍କୁ କିଭଳି ଭାବରେ ଏକ ଉନ୍ନତ ମାନର ସେବା ଯୋଗାଇ ଦିଆଯିବ । ସ୍ୱାସ୍ଥ୍ୟ ସୁବିଧାଗୁଡ଼ିକର କାର୍ଯ୍ୟକାରିତା ଏବଂ ଯତ୍ନର ଗୁଣବତ୍ତା ଦୃଷ୍ଟିରୁ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁବିଧା ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷପ ନେଇଛନ୍ତି। ରାଜ୍ୟର ସମସ୍ତ ମେଡିକାଲ୍ କଲେଜ ଏବଂ ହସ୍ପିଟାଲ୍, ଜିଲ୍ଲା ମୁଖ୍ୟ ଚିକିତ୍ସାଳ ଓ ସମସ୍ତ ଏସଡିଏଚରେ ପ୍ରତିବର୍ଷ ନିର୍ଦ୍ଦିଷ୍ଟ କାର୍ଯ୍ୟଦକ୍ଷତା ଉପରେ ଗ୍ରେଡ୍ ସିଷ୍ଟମ କରାଯିବ । ଏହି ସ୍କୋର ଆଧାରରେ ହସ୍ପିଟାଲର ପ୍ରତ୍ୟେକ ବର୍ଗ ପାଇଁ ରାଙ୍କିଙ୍ଗ କରାଯିବା ସହ ପୁରସ୍କାର ରାଶି ପ୍ରଦାନ କରାଯିବ ।

ସ୍ବାସ୍ଥ୍ୟସେବାର ଏମସିଏଚରେ ପ୍ରଥମ ସ୍ଥାନରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରକୁ ଏକ କୋଟି ଟଙ୍କା,ଦ୍ବିତୀୟ ସ୍ଥାନ ପାଇଁ 50ଲକ୍ଷ ଓ ତୃତୀୟ ସ୍ଥାନ ପାଇଁ 30ଲକ୍ଷ ଟଙ୍କା ପୁରସ୍କାର ରାଶି ସ୍ଥିର କରାଯାଇଛି । ସେହିପରି ଏସଡିଏଚ,ସିଏଚସି ଗୁଡିକରେ ପ୍ରଥମ ସ୍ଥାନ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ 50 ଲକ୍ଷ ଦ୍ୱିତୀୟ ସ୍ଥାନ ପାଇଁ 25 ଲକ୍ଷ ଓ ତୃତୀୟ ସ୍ଥାନ ପାଇଁ 15 ଲକ୍ଷ ଟଙ୍କା ପୁରସ୍କାର ଆକାରରେ ଦିଆଯିବ । ଏହା ସରକାରଙ୍କ ପକ୍ଷରୁ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ତେବେ ହସ୍ପିଟାଲର ପରିଷ୍କାର ପରିଚ୍ଛନ୍ନତା ସୌନ୍ଦର୍ଯ୍ୟକରଣ ଲୋକଙ୍କୁ ହସ୍ପିଟାଲକୁ ଆକୃଷ୍ଟ କରିବ । ଫଳରେ ଲୋକମାନେ ଘରୋଇ ହସ୍ପିଟାଲ ପ୍ରତି ମନ ନଦେଇ ସରକାରି ହସ୍ପିଟାଲ ଆଡକୁ ଆକୃଷ୍ଟ ହେବେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.