ଭୁବନେଶ୍ବର: ଆଳୁ, ପିଆଜ ଦର ବୃଦ୍ଧିକୁ ନେଇ ସାରା ରାଜ୍ୟରେ ଖାଉଟି କାନ୍ଦୁ ଥିବା ବେଳେ ଏ ପ୍ରସଙ୍ଗରେ ଗୁରୁବାର ରାଜଧାନୀର ରାଜରାସ୍ତାରେ ଧାରଣା ଦେଇଛି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ।
ଗୋଟିଏ ମାସରେ 3 ଥର ପିଆଜ ଓ ଆଳୁର ଦର ବୃଦ୍ଧି ହେଇଥିବାବେଳେ ଏବେ ପିଆଜ 40 ଟଙ୍କା ଛୁଇଁଛି । ଯାହାକୁ ନେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଭୁବନେଶ୍ବର ଜୋନ୍ ପକ୍ଷରୁ ରାଜରାସ୍ତାରେ ଧାରଣା ଦିଆଯାଇଛି। ଏହା ଲୋୟର ପିଏମଜି ଠାରୁ ସିଆରପି ଛକ ପର୍ଯ୍ୟନ୍ତ ଚାଲିଥିଲା।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ