ETV Bharat / city

ଖୋଲୁଛି ହାଇପ୍ରୋଫାଇଲ କେସ ଫାଇଲ୍, ଭୟରେ ନେତା-ବିଲଡର-ହାର୍ଡକୋର ଅପରାଧୀ

ଖୋଲୁଛି ପୁରୁଣା ମାମଲା । ସାମ୍ନାକୁ ଆସୁଛି ହାଇପ୍ରୋଫାଇଲ ଫାଇଲ । ଗୁମର ଫିଟାଉଛି ନାଲି ଫିତା ତଳର ପୁରୁଣା କେସ । ଭୟରେ ନେତା, ଅପରାଧୀ, ପାଓ୍ବାରଫୁଲ୍ ଲୋକ। ପୁରୁଣା ମାମଲା ଓପନ କରି ତୁରନ୍ତ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ବର ଡିସିପି । ଅଧିକ ପଢନ୍ତୁ...

Pending cases will be reopen by commssionorate police afraid of criminals and leaders
ପୋଲିସ ଖୋଲୁଛି ହାଇପ୍ରୋଫାଇଲ କେସ ଫାଇଲ୍, ଭୟରେ ନେତା,ବିଲଡର,ହାର୍ଡ଼କୋର ଅପରାଧି
author img

By

Published : Jun 29, 2021, 9:54 PM IST

ଭୁବନେଶ୍ବର: ଏବେ ପ୍ରତି ଥାନାର ଖୋଲୁଛି ପୁରୁଣା ମାମଲା । ସାମ୍ନାକୁ ଆସୁଛି ହାଇପ୍ରୋଫାଇଲ ଫାଇଲ। ଗୁମର ଫିଟାଉଛି ନାଲି ଫିତା ତଳର ପୁରୁଣା କେସ । ଭୟରେ ନେତା, ଅପରାଧୀ, ହାଇପ୍ରୋଫାଇଲ ଲୋକ । ରାଜଧାନୀରେ ଖୋଲୁଛି ଏବେ ପ୍ରତି ଥାନାର ପୁରୁଣା କେସ । ଫାଇଲ ତଳେ ଚାପି ହୋଇ ରହିଥିବା ମାମଲାକୁ କ୍ଲୋଜ ପାଇଁ ଆସିଛି ନିର୍ଦ୍ଦେଶ । ପୁରୁଣା ମାମଲା ଓପନ କରି ତୁରନ୍ତ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ବର ଡିସିପି । ପ୍ରତି ଥାନାର ଏସଆଇ ଓ ଥାନାଧିକାରୀ ଫାଇଲ ଧରି ମାମଲାର ଷ୍ଟାଟସ ଡିସିପି ଅଫିସରେ ଜଣାଉଛନ୍ତି । ପୋଲିସର ଅବହେଳା ଥିଲେ ତୁରନ୍ତ ଆକ୍ସନ ସହ ଫାଇଲ କ୍ଲୋଜ ପାଇଁ ରହିଛି ନିର୍ଦେଶ।

ପୋଲିସ ଖୋଲୁଛି ହାଇପ୍ରୋଫାଇଲ କେସ ଫାଇଲ୍, ଭୟରେ ନେତା,ବିଲଡର,ହାର୍ଡ଼କୋର ଅପରାଧି

ଭୁବନେଶ୍ବରରେ ସମସ୍ତ ଥାନାରେ ୨୦୧୬ ରୁ ୨୦୨୧ ମାର୍ଚ୍ଚ ସୁଦ୍ଧା ୬ ବର୍ଷରେ ମୋଟ ୩୯ ହଜାର ୬୯୨ ଟି ମାମଲା ରୁଜୁ ହୋଇଛି। ସେଥି ମଧ୍ୟରୁ ୧୨ ହଜାର ୬୭୬ ଟି ମାମଲା ପଡି ରହିଛି। ସେ ପୋଲିସ ହେପାଜତରୁ ଫେରାର ହୋଇଥିବା ଅପରାଧି ହେଉ ବା ଠକେଇ କରିଥିବା ବିଲଡର। ନେତା ହେଉ ବା ଅପରାଧୀ ଯାହା ନାଁ ରେ ମାମଲା ଅଛି ତୁରନ୍ତ ଡକାଇ ମାମଲା କ୍ଲୋଜ କିରବା ପାଇଁ ଆସିଛି ନିର୍ଦ୍ଦେଶ। ମିସିଂ ରିପୋର୍ଟ ମାମଲା ହେଉ ବା ନାବାଳିକା ଅପହରଣ, ଅପମୃତ୍ୟୁ ହେଉ ଅଜଣା ମୃତଦେହ ବା ମର୍ଡ଼ର କେସ ସବୁ ଫାଇଲ ଖୋଲିବା ପାଇଁ ଆସିଛି ନିର୍ଦ୍ଦେଶ । ତୁରନ୍ତ ଏହି ସବୁ ମାମଲାର ଚାର୍ଜସିଟ ଦାଖଲ କରି ମେଡିକାଲ ସାର୍ଟିଫିକେଟ ସହ ସମସ୍ତ ଆବଶ୍ୟକୀୟ ପ୍ରମାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ନଜର ପକାଇବା ରାଜଧାନୀର ବିଭିନ୍ନ ଥାନାରେ ପଡି ରହିଥିବା ମାମଲା ଉପରେ । ତେବେ ନୟାପଲି ଥାନାରେ ସର୍ବାଧିକ ୧ ହଜାର ୪୫୯, ଖଣ୍ଡଗିରି ଥାନାରେ ୧୨୦୬ଟି କେସ ପଡିରହିଛି । ମାଞ୍ଚେଶ୍ବର ଥାନାରେ ୧୦୯୮ଟି, ସହିଦନଗର ଥାନାରେ ୧୧୪୧ଟି, ଚନ୍ଦ୍ରଶେଖରପୁର ଥାନାରେ ୧୦୯୨ଟି, ଇନଫୋସିଟି ଥାନାରେ ୩୧୫ଟି, ଚନ୍ଦକା ଥାନାରେ୨୯୬ଟି, ନନ୍ଦନକାନନ ଥାନାରେ ୯୯ଟି ,ବାଲିଅନ୍ତା ଥାନାରେ ୪୮୪ଟି, ବାଲିପାଟଣାଥାନାରେ ୩୯୧ଟି ମାମଲା ପଡିଛି, ଲକ୍ଷ୍ମୀସାଗର ଥାନାରେ ୬୮୪ଟି, ବରଗଡ଼ ଥାନା ରଜ ୬୫୨ଟି, କ୍ୟାପିଟାଲ ଥାନାରେ ୮୯୨ଟି, ଖାରବେଳନଗର ଥାନାରେ ୪୫୭ଟି, ମହିଳା ଥାନାରେ ୧୭୫ଟି, ଏୟାରପୋର୍ଟ ଥାନାରେ ୨୦୮, ଲିଙ୍ଗରାଜ ଥାନାରେ ୪୦୯, ଏୟାରଫିଲ୍ଡଥାନାରେ ୪୫୮ଟି, ଧଉଳି ଥାନାରେ ୧୬୬ଟି, ଜଟଣିରେ ୭୭୯, ତମାଣ୍ଡୋରେ ୧୮୮, ଭରତପୁର ଥାନାରେ ୯୦ଟି, ବିଦ୍ୟୂତ ଥାନାରେ ୧୧ଟି ପେଣ୍ଡିଂ କେସ ପଡିରହିଛି । ଯାହାକୁ ପୋଲିସ ଜୋରସୋରରେ କ୍ଲୋଜ ପାଇଁ ଟାର୍ଗେଟ ରଖିଛି ।

ତେବେ ଏସବୁ ଫାଇଲ ଖୋଲିବା ପରେ କୌଣସି କାରଣରୁ ଚାପି ହୋଇରହିଯାଇଥିବା ମାମଲାର ଅଭିଯୁକ୍ତଙ୍କ ମନରେ ଏବେ ସୃଷ୍ଟି ହୋଇଛି କୋକୁଆ ଭୟ । କେତେବେଳେ କାହାକୁ ପୋଲିସ ଥାନାକୁ ଡାକିପାରେ ନଚେତ ଗିରଫ ୱାରେଣ୍ଟ ମଧ୍ୟ ଜାରି କରିପାରେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.