ଭୁବନେଶ୍ବର : ବାର୍ ଉପରେ ବଡ଼ ଧରଣର ଚଢ଼ାଉ। ରାଜଧାନୀରେ ଚାଲୁଥିବା ଡ୍ୟାନସ ବାର, ବାର୍ ଓ ରେସ୍ତାେରାଁରେ ରେଡ କରିଛି ପୋଲିସ । ଏସିପି ଜୋନ୍-୪ ଅଧୀନ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ୧୨ଟି ବାର ଏବଂ ଏସିପି ଜୋନ୍-୬ ଇନଫୋସିଟି ଅଞ୍ଚଳରେ ୭ଟି ବାର ଉପରେ ଅଚାନକ ଚଢାଉ କରିଛି ପୋଲିସ୍ ।
ତେବେ ଏହି ବାର୍ ମାନଙ୍କରେ କ୍ଷମତା ଠୁ ଅଧିକ ଗ୍ରାହକ ଏକତ୍ରିତ ହୋଇଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା । ଆଉ ଏହାପରେ ଚଢ଼ାଉ କରିଥିଲା ବାର୍ ଉପରେ । ଏପରିକି ଅବକାରୀ ବିଭାଗ ଦେଇଥିବା ଲାଇସେନ୍ସ ଅନୁସାରେ ରାତି ୧୨ଟା ଯାଏଁ ଖୋଲିବା ପାଇଁ ନିୟମ ଥିବାବେଳେ ଅନେକ ବାର୍ ନିୟମ ଉଲଙ୍ଘନ କରୁଛନ୍ତି ।
ଏନେଇ ପୋଲିସ ବିଭିନ୍ନ ବାରରେ ପଶି ତାଗିଦ କରିଛି । ଏପରିକି କିଛି ବାର୍ ନିୟମ ଉଲଙ୍ଘନ କରିଥିବାରୁ ଏନେଇ ଅବକାରୀ ବିଭାଗକୁ ଦୃଷ୍ଟି ଆକର୍ଷଣ କରାଯିବାସହ ତାଙ୍କୁ ଚିଠି ଲେଖାଯିବ ବୋଲି କହିଛନ୍ତି ଭୁବନେଶ୍ଵର ଡିସିପି ପ୍ରତୀକ ସିଂ ।
ଇଟିଭି ଭାରତ, ଭୁବନେଶ୍ବର