ETV Bharat / city

ସ୍କାଏକିଙ୍ଗ ଠକେଇ ମାମଲା: ରିମାଣ୍ଡରେ ଯିବେ ଅଭୟ ପାଠକ !

author img

By

Published : Dec 21, 2020, 4:13 PM IST

Updated : Dec 21, 2020, 7:02 PM IST

ସ୍କାଏକିଙ୍ଗ ଠକେଇ ମାମଲାରେ ପୁଅ ଆକାଶ ପାଠକ ପରେ ଅଭୟ ପାଠକଙ୍କୁ ରିମାଣ୍ଡରେ ନେବା ପାଇଁ କମିସନରେଟ ପୋଲିସ ଏସଡ଼ିଜେଏମ୍ କୋର୍ଟରେ ଆବେଦନ କରିଛି । ଅଧିକ ପଢନ୍ତୁ...

Commissionrate police may take Abhay pathak in 2 days remand
ସ୍କାଏକିଙ୍ଗ ଠକେଇ ମାମଲା: ରିମାଣ୍ଡରେ ଯାଇପାରନ୍ତି ଅଭୟ ପାଠକ

ଭୁବନେଶ୍ବର: ପୁଅ ପରେ ପଡିପାରେ ବାପାର ପାଳି । ସ୍କାଏକିଙ୍ଗ 65 ଲକ୍ଷ ଠକେଇ ମାମଲାରେ ରିମାଣ୍ଡରେ ଯାଇପାରନ୍ତି ଆଇଏଫଏସ ଅଭୟ ପାଠକ । ଏନେଇ ଏସଡ଼ିଜେଏମ୍ କୋର୍ଟରେ ଦୁଇ ଦିନିଆ ରିମାଣ୍ଡ ପାଇଁ କମିସନରେଟ ପୋଲିସ ଆବେଦନ କରିଛି ।

ପୁଅ ଆକାଶ ପାଠକଙ୍କୁ 4 ଦିନିଆ ରିମାଣ୍ଡରେ ନେଇ ପୋଲିସ ପଚରାଉଚରା କରିଥିଲା । ତେବେ ରିମାଣ୍ଡ ସରିବା ପରେ କୋର୍ଟ ପୁଣି ଆକାଶଙ୍କୁ ଜେଲ୍‌କୁ ପଠାଇଛନ୍ତି । ଜେରା ବେଳେ ଆକାଶ ନିକଟରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ ହୋଇଥିବା ନେଇ ପୋଲିସ କହିଛି ।

ତେବେ ଏହି ଠକେଇ ମାମଲାରେ ଅଭୟଙ୍କଠାରୁ ଅନ୍ୟାନ୍ୟ ତଥ୍ୟ ହାସଲ କରିବା ପାଇଁ କମିଶନରେଟ ପୋଲିସ ଅଭୟଙ୍କୁ ରିମାଣ୍ଡରେ ନେଇ ପଚରା ଉଚରା କରିବାକୁ ନିଷ୍ପତ୍ତି ନେଇଛି । ଏଥିଲାଗି କମିଶନରେଟ ପୋଲିସ ଏସଡ଼ିଜେଏମ୍ କୋର୍ଟରେ ଦୁଇ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Dec 21, 2020, 7:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.