ଭୁବନେଶ୍ୱର: କମିଶନରେଟ ପୋଲିସ ନଜରରେ ରାଜଧାନୀର ନିଶା ବେପାରୀ । ଦିନକୁ ଦିନ ରାଜ୍ୟରେ ବଢୁଥିବା ନିଶା କାରବାରକୁ ରୋକିବା ପାଇଁ କମିଶନରେଟ ପୋଲିସ ଆରମ୍ଭ କରିଛି ସ୍ପେଶାଲ ଡ୍ରାଇଭ । ଫଳରେ 10 ଦିନରେ 36 ମାମଲା ରୁଜୁ ହେବା ସହ ଗିରଫ ହୋଇଛନ୍ତି 54 ଅପରାଧୀ ।
ତେବେ ଶୁକ୍ରବାର ସ୍ପେଶାଲ ଡ୍ରାଇଭି ଚାଲିଥିବା ବେଳେ ନୟାପଲ୍ଲୀ, ଲକ୍ଷ୍ମୀସାଗର, ଜଟଣୀ ଓ ସହିଦନଗର ଥାନା ଅଧିନରେ 9 ଜଣଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ଠାରୁ 50 ଗ୍ରାମ ବ୍ରାଉନ ସୁଗାର 3 ଟି ବାଇକ ଓ ନଗଦ 8 ହଜାର ଟଙ୍କା ଜବତ କରିଛି ପୋଲିସ।
ଏ ପର୍ଯ୍ୟନ୍ତ ମୋଟ 224 ଗ୍ରାମ ବ୍ରାଉନସୁଗାର, 55 କେଜି ଗଞ୍ଜେଇ, 1ଲକ୍ଷ 5ହଜାର ଟଙ୍କା, ଗୋଟିଏ କାର, 12 ଟି ବାଇକ ଓ 12 ଟି ମୋବାଇଲ ଜବତ କରିଛି ପୋଲିସ । ରାଜଧାନୀରେ ନିଶା କାରବାରକୁ ରୋକିବା ପାଇଁ ଗତ କିଛି ଦିନ କମିଶନରେଟ ପୋଲିସ ଏହି ସ୍ପେଶାଲ ଡ୍ରାଇଭ ଆରମ୍ଭ କରିଛି । ଆଉ ପୋଲିସକୁ ସଫଳତା ମଧ୍ୟ ମିଳିଛି ।
ଭୁବନେଶ୍ୱରରୁ ବିକାଶ ଦାସ, ଇଟିଭି ଭାରତ