ETV Bharat / city

High Securityରେ ହେବ Junior Hockey World Cup, ପାକିସ୍ତାନ ଟିମ ଉପରେ ସ୍ବତନ୍ତ୍ର ନଜର

author img

By

Published : Nov 23, 2021, 5:42 PM IST

ଜୁନିଅର ପୁରୁଷ ହକି ବିଶ୍ବକପ୍ (Junior hockey world cup 2024) ହକି ପାଇଁ ସୁରକ୍ଷା ବ୍ୟବସ୍ଥା ହେଉଛି ବେଶ ଗୁରୁତ୍ବପୂର୍ଣ୍ଣ ।ଏଥିପାଇଁ କମିସନରେଟ ପୋଲିସ ସୁରକ୍ଷା ବ୍ୟବସ୍ଥା ନେଇ ବ୍ୟାପକ ପ୍ରସ୍ତୁତି କରିଛି । ଅଧିକ ପଢନ୍ତୁ

junior hockey world cup 2024 in bhubaneswar
ହାଇ ସିକ୍ୟୁରିଟିରେ ହେବ Junior Hockey World Cup

ଭୁବନେଶ୍ବର: ବୁଧବାରଠୁ ( ନଭେମ୍ବର ୨୪)ରୁ କଳିଙ୍ଗ ଷ୍ଟାଡିୟମରେ ଜୁନିୟର ହକି ପୁରୁଷ ବିଶ୍ବକପ (Junior hockey world cup 2024 ) । ଏଥିପାଇଁ କମିସନରେଟ (Commissionerate police) ସୁରକ୍ଷା ବ୍ୟବସ୍ଥାକୁ ନେଇ ବ୍ୟାପକ ପ୍ରସ୍ତୁତି କରିଛି । ଖେଳାଳିଙ୍କ ରହଣି ସ୍ଥାନ ଠୁ ଆରମ୍ଭ କରି ଷ୍ଟାଡିୟମ ପର୍ଯ୍ୟନ୍ତ ରହିବ ପୋଲିସ ଛାଉଣି । ଏନେଇ ସୁରକ୍ଷାର (Security) ପ୍ରସ୍ତୁତିର ସମୀକ୍ଷା କରିଛନ୍ତି କମିସନରେଟ ପୋଲିସର ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ (police commissioner Soumendra Priyadarshi) ।

ରାଜଧାନୀରେ କଳିଙ୍ଗ ଷ୍ଟାଡିୟମରେ ଜୁନିୟର ହକି ପୁରୁଷ ବିଶ୍ବକପ ଆୟୋଜିତ କରାଯାଉଛି । ସୁରକ୍ଷା ବ୍ୟବସ୍ଥାରେ ଡିସିପିଙ୍କ ତତ୍ତ୍ବାବଧାନରେ ୬ ଜଣ ଅତିରିକ୍ତ ଡିସିପି, ୮ ଜଣ ଏସିପି ,୨୬ ଜଣ ଇନସ୍ପେକ୍ଟର ,୭୨ ଜଣ ଅଫିସର ସହ ୩୦ ଜଣ ହାବିଲଦାର ପ୍ରାୟ ୨୫ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଏଥର ବିନା ଦର୍ଶକରେ ଖେଳାଯିବ । ସେ ନେଇ ଟ୍ରାଫିକ କଟକଣା ନ ଥିବାବେଳେ କେବଳ ଖେଳାଳିଙ୍କ ଗସ୍ତ ସମୟରେ ଟ୍ରାଫିକ ପୋଲିସ ଏସକର୍ଟ ଦେବ । ପଡିଆ ଭିତରେ ପ୍ରମୁଖ ଗେଟ ଠାରୁ ଖେଳାଳିଙ୍କ ଖେଳ ଗ୍ରାଉଣ୍ଡ ପର୍ଯ୍ୟନ୍ତ ପୋଲିସ ପ୍ରହରା ରହିବ।

ସେପଟେ ଖେଳାଳି ରହୁଥିବା ହୋଟେଲ ପାଖରେ ପୋଲିସର କ୍ୟାମ୍ପ ସହ ହୋଟେଲ ନିକଟରେ ହକିର ଗାଇଡଲାଇନ ଅନୁସାରେ କଣ କରିବେ ଓ କଣ ନ କରିବେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କୁ ଅବଗତ କରାଯାଇଛି। ଅନ୍ୟପଟେ ଖେଳାଳି ଯଦି ଖେଳକୁ ଛାଡି ଅନ୍ୟ କୁଆଡେ ଯିବା ପାଇଁ ଚାହିଁବେ ହକି ଅଧିକାରୀଙ୍କ ଅନୁମତି କ୍ରମେ ସୁରକ୍ଷା ଓ ଏସକର୍ଟ ଦିଆଯିବ ବୋଲି କହିଛନ୍ତି। ଅନ୍ୟପଟେ ପାକିସ୍ତାନ ଟିମକୁ ସ୍ବତନ୍ତ୍ର ଗୁରୁତ୍ବ ଦିଆଯାଇଛି। ଏୟାରପୋର୍ଟ ଠାରୁ ଆରମ୍ଭ କରି ସେମାନଙ୍କ ରହଣି ସ୍ଥଳ ଓ ଷ୍ଟାଡିୟମ ପର୍ଯନ୍ତ କଡା ସୁରକ୍ଷା ଦିଆଯାଉଛି ବୋଲି କହିଛନ୍ତି ପୋଲିସ କମିସନର।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.