ETV Bharat / city

ଟ୍ବିନ୍‌ସିଟିରେ ନୂଆ ମୁଖିଆଙ୍କ ନୂଆ ଯୋଜନା, ବର୍ଷେ ପରେ ଲୋକଙ୍କ କାମରେ ଆସେନା - police mitra in twin city

ସହରରେ ବିଗୁଡ଼ୁଥିବା ଅପରାଧ ପ୍ରତି ଛବି ସୁଧାରିବା ପାଇଁ ପୋଲିସ ଖୋଜିଛି ବସ୍ତିର ସହାୟତା । ବସ୍ତିରେ ବନ୍ଧୁତ୍ବରେ ହାତ ବଢ଼ାଇବା ପାଇଁ ପୋଲିସ ମିତ୍ରଙ୍କ ସହାୟତା ନେଇଛି । ଅଧିକ ପଢ଼ନ୍ତୁ...

ଟ୍ବିନ୍‌ସିଟିରେ ନୁଆ ମୁଖିଆଙ୍କ ନୁଆ ଯୋଜନା, ବର୍ଷେ ପରେ ଲୋକଙ୍କ କାମରେ ଆସେନା

author img

By

Published : Nov 7, 2021, 10:04 PM IST

ଭୁବନେଶ୍ବର: ଟ୍ବିନସିଟିରେ ନୂଆ ମୁଖିଆଙ୍କ ନୂଆ ଯୋଜନା । ବର୍ଷକ ପରେ ଲୋକଙ୍କ କାମରେ ଆସେନା । ମୁଖିଆ ବଦଳିଲେ ଯୋଜନା ବଦଳେ । ସମସ୍ୟା ଆସିଲେ ପ୍ଲାନ୍‌ ତିଆରି ହୁଏ । ସମୟ ଗଡ଼ିଲେ ଯୋଜନା ବାଟବଣା ହୁଏ । ନା‌ ଲୋକଙ୍କ କାମରେ ଆସେ, ନା ସହରବାସୀଙ୍କ ସମସ୍ୟା ସମାଧାନ ହୁଏ । ଟ୍ବିନିସିଟିର ଏମିତି କିଛି ଯୋଜନା ଲାଗୁ ହେବାପରେ ବନ୍ଦ ହୋଇଛି ପୂର୍ବରୁ ଲାଗୁଥିବା ଯୋଜନା । ଏହାରି ମଧ୍ୟରେ ସହରର ବିଗୁଡ଼ୁଥିବା ଅପରାଧ ପ୍ରତିଛବି ସୁଧାରିବା ପାଇଁ ପୋଲିସ ଖୋଜିଛି ବସ୍ତିର ସହାୟତା । ବସ୍ତିରେ ବନ୍ଧୁତ୍ବରେ ହାତ ବଢ଼ାଇବା ପାଇଁ ପୋଲିସ ମିତ୍ରଙ୍କ ସହାୟତା ନେଇଛି ।

ଟ୍ବିନ୍‌ସିଟିରେ ନୁଆ ମୁଖିଆଙ୍କ ନୁଆ ଯୋଜନା, ବର୍ଷେ ପରେ ଲୋକଙ୍କ କାମରେ ଆସେନା
ଟ୍ବିନ୍‌ସିଟିରେ ନୁଆ ମୁଖିଆଙ୍କ ନୁଆ ଯୋଜନା, ବର୍ଷେ ପରେ ଲୋକଙ୍କ କାମରେ ଆସେନା
ଟ୍ବିନ୍‌ସିଟିରେ ନୁଆ ମୁଖିଆଙ୍କ ନୁଆ ଯୋଜନା, ବର୍ଷେ ପରେ ଲୋକଙ୍କ କାମରେ ଆସେନା
ଟ୍ବିନ୍‌ସିଟିରେ ନୁଆ ମୁଖିଆଙ୍କ ନୁଆ ଯୋଜନା, ବର୍ଷେ ପରେ ଲୋକଙ୍କ କାମରେ ଆସେନା

ବସ୍ତିରେ ଅପରାଧ ଓ ଅପରାଧିକ କାର୍ଯ୍ୟକଳାପକୁ ରୋକିବାକୁ ବସ୍ତିର ବଛା ବଛା ଯୁବକଙ୍କୁ ପୋଲିସ ମିତ୍ର ନାଁରେ ତାଲିମ ଦେଉଛି ପୋଲିସ । OMCର ସହାୟତାରେ ଅନୁଦାନ ଯୋଗାଡ଼ କରି ନୂଆ ଯୋଜନାକୁ ଆପଣାଇଛି କମିଶନରେଟ ପୋଲିସ । ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ବରର ବିଭିନ୍ନ ବସ୍ତିରେ ୧୦୦ ଜଣ ପୋଲିସ ମିତ୍ରଙ୍କୁ ତାଲିମ ଦେଇ ଯୋଜନାର ଶୁଭାରମ୍ଭ କରିଛନ୍ତି ପୋଲିସ କମିଶନର ଓ ଭୁବନେଶ୍ୱର ଡିସିପି । ଭୁବନେଶ୍ଵରରେ ଅପରାଧ ନିୟନ୍ତ୍ରଣ ଭିଜନ ନେଇ ଏହି ପଦକ୍ଷେପ ନିଆଯାଇଛି । ଅପରାଧ ମୁକ୍ତ ପାଇଁ ଏମାନେ ପୋଲିସକୁ ସହଯୋଗ କରିବେ ।

ବନ୍ଧୁତ୍ବର ହାତ ବଢାଇ ବସ୍ତିରେ ତିଆରି କରିବେ ବନ୍ଧୁତ୍ବର ପରିବେଶ । ବସ୍ତିରେ ନିଶା କାରବାର ଉପରେ ରୋକ ଲଗାଇବା ଏହାର ମୂଳ ଲକ୍ଷ୍ୟ । ଅପରାଧିକ କାର୍ଯର ଷଡ଼ଯନ୍ତ୍ରକାରୀ ଓ ଅପରାଧ କାର୍ଯ୍ୟକଳାପ ଉପରେ ନଜର ରଖିବେ ପୋଲିସ ମିତ୍ର । ପ୍ରାଥମିକ ପର୍ଯ୍ୟାୟରେ 100ଜଣଙ୍କୁ ଗୁରୁମନ୍ତ୍ର ଦେଲେ ପୋଲିସ କମିଶନର ଓ ଭୁବନେଶ୍ଵର ଡିସିପି । ସେମାନଙ୍କୁ ସ୍ୱତନ୍ତ୍ର ଟି-ସାର୍ଟ, ଆଇ କାର୍ଡ ଦେବା ସହ ସାମାଜିକ ଦାୟିତ୍ୱର ତାଲିମ ଦେଇ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହିଭଳି ଭାବରେ ୧ ହଜାର ଜଣ ଯୁବକଙ୍କୁ ତାଲିମ ଦେବାକୁ ଯୋଜନା ହୋଇଛି ।

ହେଲେ କମିଶନରେଟ ପୋଲିସର‌ ଇତିହାସ କହୁଛି ପୂର୍ବରୁ ଅନେକ ପୋଲିସ କମିଶନରଙ୍କ ସମୟରେ ଲାଗୁ ହୋଇଛି ଅନେକ ଯୋଜନା । ହେଲେ ମୁଖିଆ ବଦଳିଲେ ଯୋଜନା ବାଟବଣା ହେଉଛି । ହେଲେ ନା ଏହା ଲୋକଙ୍କ ସ୍ବାର୍ଥରେ ଆସୁଛି ନା ସହରବାସୀ ଏହାଦ୍ବାରା ଉପକୃତ ହେଉଛନ୍ତି । କମିଶନରେଟ ପୋଲିସ ଗଠନର ୧୩ବର୍ଷ ପରେ ବି ସମାନ ଅବସ୍ଥା ଦେଖିବାକୁ ମିଳୁଛି । ରାସ୍ତାରେ ଭାଇଗିରି । କଲୋନୀରେ ଦାଦାଗିରି ଓ ବଟି ଆଦାୟ । ମହିଳା ସୁରକ୍ଷାରେ ବିଫଳ ପୋଲିସ । ମୁଖିଆଙ୍କ ପାଖେ ଅନେକ କାର୍ଯ୍ୟାନୁଷ୍ଠାନ ନେଲା ଭଳି କ୍ଷମତା ଥିଲେ ବି ଏହା କାର୍ଯକାରୀ ହେଉନି ।

ପୂର୍ବତନ ପୋଲିସ କମିଶନରଙ୍କ‌ ସମୟରେ ଲାଗୁ ହୋଇଥିବା ଯୋଜନା ଏବେ କିପରି ବାଟବଣା ହୋଇଛି, ତାହାରି ଉପରେ ନଜର ପକାନ୍ତୁ ।

ପିଙ୍କ୍‌ ଅଟୋ
ବହୁ ଚର୍ଚ୍ଚିତ ନିର୍ଭୟା ଗଣ ଦୁଷ୍କର୍ମ ଘଟଣା ପରେ ୨୦୧୩ ମସିହା ଜୁନ ୨୭ ତାରିଖରେ ସହରର ମହିଳାଙ୍କ ଯାତ୍ରା ସୁରକ୍ଷିତ ପାଇଁ ଆରମ୍ଭ ହୋଇଥିଲା ପିଙ୍କ ଅଟୋ ସେବା । ୩୦୦ ଅଟୋରେ ପିଙ୍କ୍‌ ଅଟୋ ଲେଖି କେବଳ ମହିଳାଙ୍କ ସୁରକ୍ଷିତ ଯାତ୍ରା ପାଇଁ ଲାଗୁ ହୋଇଥିଲା ଏହି ସେବା । ତାହା ଏବେ ପୁରା ଅଚଳ ନା ଏଥିପ୍ରତି ଧ୍ୟାନ‌ ଦେଉଛନ୍ତି ଏବେକାର ଅଫିସର ।

ଆଇକ୍ଲିକ ସର୍ଭିସ
୨୦୧୪ ମସିହା ଜାନୁଆରି ୨୮ ତାରିଖରେ ଆଇ କ୍ଲିକ ସର୍ଭିସ ଲାଗୁ ହୋଇଥିଲା । ଏହାଦ୍ବାରା ମହିଳାମାନେ ଏକ ଏଟିଏମ କେନ୍ଦ୍ରକୁ ଯାଇ ଏକ ମେସିନରେ ନିଜ ଅଭିଯୋଗ ଫାଇଲ କରିବା ସୁବିଧା ରହିଥିଲା । ଶହୀଦନଗର ବ୍ୟାଙ୍କ ଅଫ୍‌ ବରୋଦା ଏଟିଏମ ପରିସରରେ ଏହି ଯୋଜନା ଆରମ୍ଭ ହୋଇଥିଲା । ତାହା ମଧ୍ୟ ଏବେ ଅଚଳ ହୋଇଯାଇଛି ।

ମୋ ସାଥି ଆପ୍‌
ତତ୍କାଳିନ ପୋଲିସ କମିଶନର ଆର.ପି ଶର୍ମାଙ୍କ ସମୟରେ ଆରମ୍ଭ ହୋଇଥିଲା ମୋ ସାଥି ଆପ ଯୋଜନା । ୨୦୧୫ ମସିହା ମେ' ମାସ ୧୫ ତାରିଖରେ ମହିଳାଙ୍କୁ ତୁରନ୍ତ ସହାୟତା ପାଇଁ ଏହି ଆପ୍‌ରେ ରହିଥିଲା ଏମରଜେନ୍‌ସି କଣ୍ଟାକ୍ଟ ସୁବିଧା । ଅର୍ଥାତ ଏହି ଆପ୍‌ ଇନ୍‌ଷ୍ଟଲ୍‌ କଲେ ଯଦି କୌଣସି ସମୟରେ ପୋଲିସ ସହାୟତା ଆବଶ୍ୟକ ପଡ଼େ, ତେବେ ମୋବାଇଲର କୌଣସି ବଟନକୁ ୫ ଥର ପ୍ରେସ୍‌ କଲେ ପୋଲିସ ସହାୟତା କେନ୍ଦ୍ର କଣ୍ଟ୍ରୋଲ ରୁମକୁ ଏକ କଲ୍‌ ଆପେଆପେ ଲାଗିଯାଏ । ଫଳରେ ମହିଳାଙ୍କ ଲୋକେସନ ଟ୍ରେସ୍‌ କରି ସମସ୍ୟାରେ ପଡିଥିବା ମହିଳାକୁ ସହଯୋଗ କରିଥାଏ ପୋଲିସ । ହେଲେ ଏହି ଯୋଜନା ମଧ୍ୟ ବାଟବଣା ହେଲା । ୨୧୯ ବେଳକୁ ସହାୟତା ଆପ୍‌ ସହ ଯୋଡ଼ି ହୋଇଛି କହି ଏବେ ସେହି ଆପର ଯେଉଁଥିପାଇ ହୋଇଥିଲା ତାହା ସେତେଟା ଫଳପ୍ରଦ ହେଉନି ।

ଅଟୋମେଟେଡ ଟ୍ରାଫିକ କଣ୍ଟ୍ରୋଲ୍‌
୨୦୧୮ ମସିହା ଜୁଲାଇ ମାସରେ ତତ୍କାଳିନ କମିଶନର ଓ୍ବାଇବି ଖୁରାନିଆଙ୍କ ସମୟରେ ଟ୍ବିନ୍‌ ସିଟିରେ ଲାଗୁ ହେଲା ଅଟୋମେଟେଡ ଟ୍ରାଫିକ୍‌ ସିଷ୍ଟମ୍‌ । ଅର୍ଥାତ ଟ୍ରାଫିକ ଭିଡ ଦେଖି ଆପେ ଆପେ ଗ୍ରିନ ସିଗନାଲ ଆସିବ । ତାସହିତ ଗୋଟିଏ ଟ୍ରାଫିକରୁ ଆଉ ଏକ ଟ୍ରାଫିକ ନିର୍ଦ୍ଧାରିତ ବେଗରେ ଗଲେ କେବଳ ଗ୍ରିନ‌୍‌ ସିଗ୍ନା‌ଲ ଆସିବ ବା ଗ୍ରିନ‌୍‌ କରିଡର ଭଳି ସିଗ୍‌ନାଲ ଦେବ । ହେଲେ କିଛିଦିନ ପରେ ଏବେ ଏହା ଅଟୋମେଟେଡରୁ ମାନୁଆଲ୍‌ ଭଳି କାମ କରୁଛି । ଦୀର୍ଘଦିନ ଧରି ଏବେ ଶିଶୁଭବନ ଛକରେ ଗ୍ରିନ‌୍‌ ଲାଇଟ କାମ କରୁନି, ତାହାକୁ ନେଇ ଅଧିକାରୀଙ୍କ ପାଖରେ ଖବର ନାହିଁ । ଟ୍ରାଫିକ କଣ୍ଟ୍ରୋଲ କରିବା ଏବେ ସାଙ୍ଘାତିକ ହୋଇଛି ।

କ୍ନୋ ୟୁୟର ପୋଲିସ
୨୦୧୮ମସିହା ସେପ୍ଟେମ୍ବର ୮ତାରିଖରେ ତତ୍କାଳିନ‌ ପୋଲିସ କମିଶନର ସତ୍ୟଜିତ ମହାନ୍ତିଙ୍କ ସମୟରେ ଲାଗୂ ହୋଇଥିଲା କ୍ନୋ ୟୁୟର ପୋଲିସ ସିଷ୍ଟମ । ସହରର ସ୍କୁଲ ଛାତ୍ରଛାତ୍ରୀଙ୍କୁ ଥାନାକୁ ଆଣି ପୋଲିସ କଣ କରେ ସେ ସମ୍ପର୍କରେ ଜଣାଇବା ପାଇଁ ଏହି ଯୋଜନା ଆରମ୍ଭ କରିଥିଲେ କମିଶନର । ସମାଜରେ କିଛି ଅପରାଧିକ କାର୍ଯ୍ୟ ଘଟିଲେ ସ୍କୁଲର ଛାତ୍ରଛାତ୍ରୀ ଭାବରେ କର୍ତ୍ତବ୍ୟ ସମ୍ପର୍କରେ ଜଣାଇବା ଥିଲା ଏହାର ମୂଳ ଉଦ୍ଦେଶ୍ୟ । ହେଲେ ତାହା ମଧ୍ୟ ଏବେ କାମରେ ଆସୁନି ।

ଆପୋସ ବ୍ୟବସ୍ଥା
୨୦୧୯ ମସିହା ଫେବୃଆରି ମାସ ତତ୍କାଳିନ କମିଶନର‌ ସତ୍ୟଜିତ ମହାନ୍ତି ଲାଗୁ କରିଥିଲେ ଆପୋସ ଯୋଜନା । ବସ୍ତିର ଯୁବପିଢିଙ୍କ ସହ‌ ଯୋଡ଼ି ହୋଇ କିଭଳି ବସ୍ତି ଅପରାଧ ନିୟନ୍ତ୍ରଣ ହୋଇପାରିବ ତାହା ଥିଲା ଏହାର ମୂଳ ଉଦ୍ଦେଶ୍ୟ । ଏହି ବ୍ୟବସ୍ଥାରେ ଖେଳ ଉପକରଣ ବାଣ୍ଟିବା ସହ ବିଭିନ୍ନ‌ କାର୍ଯ୍ୟକ୍ରମ ଜରିଆରେ ଯୋଡି ହେବାକୁ ପ୍ରୟାସ କରାଯାଇଥିଲା । ହେଲେ ତାହା ବାଟବଣା ହୋଇ ଏବେ ନୂଆ ଯୋଜନା ଆସିଛି ବସ୍ତି ଚାଲ ଅଭିଯାନ ।

ମହିଳା SPO
୨୦୨୦ ମସିହା ତତ୍କାଳିନ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ସମୟରେ ଲାଗୁ ହୋଇଥିଲା ମହିଳା SPO ଯୋଜନା । ସହରରେ ମହିଳା‌ ସୁରକ୍ଷା‌କୁ ନେଇ କିଛି କର୍ପୋରେଟ ହାଉସ ଶିକ୍ଷାନୁଷ୍ଠାନର ଯୁବତୀ, ମହିଳାଙ୍କୁ SPO ଭାବେ ନିଯୁକ୍ତ କରିଥିଲେ । ପୋଲିସର ଆଖି କାନ‌ ସାଜି କିପରି ଅପରାଧ‌ ଉପରେ ନଜର‌ ରଖିବେ ତାହା ଏହାର ମୂଳ ଲକ୍ଷ୍ୟ । କିନ୍ତୁ ଅପରାଧ ହେବା ସତ୍ତ୍ବେ କାମ ଦେଲାନି ଯୋଜନା । ଲୁଟ ଓ ଛିନତାଇ ସହ କର୍ମସ୍ଥଳୀରେ ଅସଦାଚରଣ ଶିକାର ହେଲେ ମହିଳା । ଏହି ଯୋଜନା ଏବେ ବାଟବଣା ହୋଇଛି ।

ଦାଦାବଟିକୁ ନା
ସହରରେ ଦାଦାବଟି ଆଦାୟ ଉପରେ ରୋକ ଲଗାଇବାକୁ ସୁଧାଂଶୁ ଷଡ଼ଙ୍ଗୀଙ୍କ ସମୟରେ‌ ଅକ୍ଟୋବର ୨୦୨୦ ରେ ଲାଗୁ ହୋଇଥିଲା ଦାଦାବଟି କୁ ନା ଅଭିଯାନ । ପୂଜା ପୂର୍ବରୁ ଓ ପେସାଗତ ଅପରାଧିଙ୍କୁ ଏହି ଯୋଜନା ଜରିଆରେ ଗିରଫ କରିବାକୁ ସଫଳ ହୋଇଥିଲା ଏହି ଯୋଜନା । ହେଲେ ମୁଖିଆଙ୍କ ବଦଳି ପରେ ତାହା ବେକାବୁ ହୋଇ ଏବେ ଖୁଲମଖୁଲା ଦାଦାବଟି ଆଦାୟ ହେଉଛି । ଏହାସତ୍ତ୍ବେ ଦାଦାବଟି ଆଦାୟକୁ ନେଇ ଆକ୍ରମଣର ଅନେକ ଭିଡିଓ ଭାଇରାଲ ହେଉଛି । ଦାଦବଟି ମାମଲା ଲଗାଇବାକୁ ଏବେ ପୋଲିସ ପଛଘୁଞ୍ଚା ଦେଉଛି ।

ଯୋଜନା ଏବେ ବାଟବଣା ହୋଇଥିବାବେଳେ ଏବେକାର କମିଶନର କହିଛନ୍ତି ଏବେବି ଦାଦାବଟି ବିରୋଧରେ ଜାରି‌ ରହିଛି ଜିରୋ ଟଲେରାନ୍ସ ପଲିସି । ତେବେ ଗୋଟିଏ ପରେ ଗୋଟିଏ ଯୋଜନା ଆସୁଛି, ହେଲେ ଏହା ଲୋକଙ୍କ କାମରେ ଆସିବ ନା ପୁଣି ପୂର୍ବଭଳି ଏବେକାର‌ ଯୋଜନା‌ ବାଟବଣା ହେବ, ତାହାରି ଉପରେ ନଜର ରଖିଛନ୍ତି ସହରବାସୀ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.