ETV Bharat / city

ସାବାଡ ହେବେ ନିଶା ବେପାରୀ, ଅଭିଯାନ ଆରମ୍ଭ କଲା କମିଶନରେଟ ପୋଲିସ

ରାଜ୍ୟରେ ନିଶା ବେପାରୀଙ୍କୁ ବିତାଡିତ କରିବା ପାଇଁ କମିଶନରେଟ ପୋଲିସର ପଦକ୍ଷେପ । ମାସକ ମଧ୍ୟରେ 83ଜଣ ବେପାରୀଙ୍କୁ ଗରିଫ କରିଛି କମିଶନରେଟ ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 6, 2019, 8:21 PM IST

ଭୁବନେଶ୍ବର: ନିଶା ବେପାରୀଙ୍କୁ ରାଜ୍ୟରୁ ହଟାଇବା ପାଇଁ ଚାଲିଥିବା ସ୍ବତନ୍ତ୍ର ଅଭିଯାନକୁ ସଫଳ କରିଛି କମିଶନରେଟ ପୋଲିସ । ମାସେ ମଧ୍ୟରେ ପ୍ରାୟ 52ଟି ମାମଲା ରୁଜୁ କରିଛି ପୋଲିସ । 83ଜଣ ନିଶା ବେପାରୀଙ୍କୁ ଗରିଫ ମଧ୍ୟ ହୋଇଛନ୍ତି । ଏହି ଅଭିଯାନ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ନିଶା ବେପାର ଅଭିଯୋଗରେ ବାରମ୍ବାର ଗିରଫ ହେଉଥିବା ଅଭିଯୁକ୍ତ ଜାମିନରେ ଯିବା ପରେ ପୁଣି ଥରେ ସେହି ନିଶା ବେପାରରେ ଲାଗୁଥିବା ଅଧିକାଂଶ ବେପାରୀ କମିଶନରେଟ ତାଲିକାରେ ଅଛନ୍ତି। ଖୁବ ଶୀଘ୍ର ସେମାନଙ୍କୁ ଧରିବା ପାଇଁ କମିଶନରେଟ ପୋଲିସର ଉଦ୍ୟମ ଜାରି ରହିଛି। ଏହାସହ 3 ଜଣଙ୍କ ନାମରେ ଭୁବନେଶ୍ୱର ଛାଡିବା ପାଇଁ ମଧ୍ୟ ନୋଟିସ ଜାରି କରାଯାଇଛି। ନିଶା ବେପାରୀ ସାଧାରଣ ଭାବରେ ବାଲେଶ୍ୱରରୁ ଆସି ରାଜଧାନୀ ରେ ରହି ବେପାର କରୁଛନ୍ତି। ନିଶା ବେପାର ଛଡା ଅନ୍ୟ ଅପରାଧରେ ମଧ୍ୟ ସମ୍ପୃକ୍ତି ରହୁଛନ୍ତି ।

ତେବେ ଗିରଫ ହୋଇଥିବା ଅଭିଯୁକ୍ତଙ୍କଠାରୁ 500 ଗ୍ରାମ ବ୍ରାଉନସୁଗାର, 1କୁଇଣ୍ଟାଲ 500 କେଜି ଗଞ୍ଜେଇ, 2 ଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କା । 2 ଟି କାର, 21ଟି ବାଇକ ଓ ମୋବାଇଲ 24 ଟି ଓ ସୁନା ଅଳଙ୍କାର ଏକ କେଜି ରୁ ଅଧିକ ଜବତ କରିସାରିଲାଣି କମିଶନରେଟ ପୋଲିସ । ଏହାସହ ଜିଲ୍ଲାର ଏସପି ମାନଙ୍କୁ ମଧ୍ୟ ନିଶାବେପାରୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:
ନିଶା ବେପାରୀଙ୍କୁ ତଡିପାର ଅଭିଯାନ। 3 ଜଣଙ୍କୁ ନୋଟିସ, 83 ଜଣଙ୍କୁ ଗିରଫ।

ନିଶା ବେପାରୀଙ୍କୁ ତଡିପାର କରିବା ପାଇଁ ଚାଲିଥିବା ସ୍ୱତନ୍ତ୍ର ଅଭିଯାନକୁ ସଫଳ କରିଛି କମିଶନରେଟ ପୋଲିସ। ଗୋଟେ ମାସ ଭିତରେ 52 ଟି ମାମଲା ରୁଜୁ କରିଛି ପୋଲିସ। 83 ଜଣ ନିଶା ବେପାରୀ ଗିରଫ ହୋଇଛନ୍ତି। ଗିରଫ ନିଶା ବେପାରୀଙ୍କ ମଧ୍ୟରୁ 40ଜଣ ହେଉଛନ୍ତି ସ୍ଥାନୀୟ ନିଶା ବେପାରୀ। ସମସ୍ତ ନିଶା ବେପାରୀଙ୍କୁ ଦମନ କରିବା ପାଇଁ କମିଶନରେଟ ପୋଲିସ ର ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି।ଏହି ଅଭିଯାନ କମିଶନରେଟ ଅଂଚଳ ରେ ଶାନ୍ତି ଓ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ରେ ସାହାଯ୍ୟ କରିବ।

Body:

କମିଶନରେଟ ପୋଲିସ ନଜରରେ ରାଜଧାନୀର ନିଶା ବେପାରୀ। ନିଶା କାରବାର କୁ ନେଇ ଚାଲେଞ୍ଜ ରେ କମିଶନରେଟ ପୋଲିସ। ନିଶା ବେପାର ଅଭିଯୋଗରେ ବାରମ୍ବାର ଗିରଫ ହୋଇ ଜାମିନରେ ଆସିବା ପରେ ପୁଣି ଥରେ ସେହି ନିଶା ବେପାରରେ ଲାଗୁଥିବା ଅଧିକାଂଶ ବେପାରୀ କମିଶନରେଟ ତାଲିକା ରେ ରହିଛନ୍ତି। ଖୁବ ଶୀଘ୍ର ସେମାନଙ୍କୁ ଧରିବା ପାଇଁ କମିଶନରେଟ ପୋଲିସ ର ଉଦ୍ୟମ ଜାରି ରହିଛି। ଏବଂ 3 ଜଣଙ୍କ ନାମରେ ଭୁବନେଶ୍ୱର ଛାଡିବା ପାଇଁ ମଧ୍ୟ ନୋଟିସ ଜାରିକରାଯାଇଛି। ନିଶା ବେପାରୀ ସାଧାରଣ ଭାବରେ ବାଲେଶ୍ୱର ଜଳେଶ୍ୱର ରୁ ନିଶା ବେପାରୀ ଆସି ରାଜଧାନୀ ରେ ରହି ବେପାର କରୁଛନ୍ତି। ନିଶା ବେପାର ଛଡା ଅନ୍ୟ ଅପରାଧରେ ମଧ୍ୟ ସମ୍ପୃକ୍ତି ରହିଛି।

ତେବେ ଏକ ମାସ ଭିତରେ 52 ଟି ମାମଲା ରହିଥିବା ବେଳେ 83 ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ସେମାନଙ୍କ ଠାରୁ ଏକ ମାସ ଭିତରେ 500 ଗ୍ରାମ ବ୍ରାଉନସୁଗାର, 1କୁଇଣ୍ଟାଲ 500 କେଜି ଗଂଜେଇ, 2 ଲକ୍ଷ ଟଙ୍କାରୁ ଉର୍ଧ ଟଙ୍କା। 2 ଟି କାର, 21ଟି ବାଇକ ଓ ମୋବାଇଲ 24 ଟି ଓ ସୁନା ଅଳଙ୍କାର ଏକ କେଜି ରୁ ଅଧିକ ଜବତ କରିଛି ପୋଲିସ।

କମିଶନରେଟ ପୋଲିସ ର ଏପରି ସ୍ପେଶାଲ ଡ୍ରାଇଭି ରେ ନିଶା କାରବାର କମିଥିବା ବେଳେ ବ୍ରାଉନ ସୁଗାର ର ଡିମାଣ୍ଡ ବଢ଼ିବାରେ ଲାଗିଛି। ଏଥିପାଇଁ କମିଶନରେଟ ପୋଲିସ ସହ ଏସଟିଏଫ ମଧ୍ୟ ନିଶା କାରବାର ଉପରେ ଛଡାଉ ଜାରି ରଖିଥିବା ବେଳେ ଅନ୍ୟ ଜିଲ୍ଲାର ଏସପି ମାନଙ୍କୁ ନିଶାବେପାରୀଙ୍କ ଉପରେ ନଜର ରଖିବାକୁ ନିର୍ଦେଶ ରହିଛି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.