ETV Bharat / city

ମାତିଛନ୍ତି ଯୌନ ପିପାସୁ ଗ୍ୟାଙ୍ଗ; ରିମାଣ୍ଡରେ ଆସି ଗୁମର ଖୋଲିବ ଅଭିଯୁକ୍ତ

ଖୋଲିବ ଝିଅଙ୍କୁ ଅସଦାଚରଣ କରୁଥିବା ଗ୍ୟାଙ୍ଗର ଗୁମର । ଲକ୍ଷ୍ମୀସାଗର ଅଞ୍ଚଳରେ ନାବାଳିକାକୁ ଅସଦାଚରଣ କରି ଜଣେ ଗିରଫ ହେବା ପରେ ଏପରି ଏକ ଗ୍ୟାଙ୍ଗ ଥିବାର ସୁରାକ ପାଇଛି କମିଶନରେଟ ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 1, 2019, 8:00 PM IST

Updated : Sep 1, 2019, 8:31 PM IST

ଭୁବନେଶ୍ବର: ଖୋଲିବ ଝିଅଙ୍କୁ ଅସଦାଚରଣ କରୁଥିବା ଗ୍ୟାଙ୍ଗର ଗୁମର । ଲକ୍ଷ୍ମୀସାଗର ଅଞ୍ଚଳରେ ନାବାଳିକାକୁ ଅସଦାଚରଣ କରି ଜଣେ ଗିରଫ ହେବା ପରେ ଏପରି ଏକ ଗ୍ୟାଙ୍ଗ ଥିବାର ସୁରାକ ପାଇଛି କମିଶନରେଟ ପୋଲିସ । ଯେଉଁଥିଲାଗି ଗିରଫ ବ୍ୟକ୍ତିକୁ ରିମାଣ୍ଡରେ ନେବାକୁ ପୋଲିସ ଆବେଦନ କରିବ ବୋଲି ଜଣାପଡିଛି ।

ତେବେ ଏହି ଗ୍ୟାଙ୍ଗ ପ୍ରାୟତଃ ସହିଦନଗର ଅଞ୍ଚଳରେ ସକ୍ରିୟ ଥିବା ପୋଲିସ ସୂତ୍ରରୁ ଜଣାପଡିଛି । ଏମାନେ ଝିଅ ଓ ମହିଳାଙ୍କୁ ଏକାକୀ ଦେଖିଲେ ସେମାନଙ୍କୁ ଅସଦାଚରଣ କରିବା ଆରମ୍ଭ କରନ୍ତି । ବିଶେଷକରି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରୁ ବାଣୀବିହାର ଷ୍ଟେସନ ପର୍ଯ୍ୟନ୍ତ ଏପରି ଚାଲୁଥିବା ଖବର ପାଇଛି ପୋଲିସ ।

ଝିଅଙ୍କୁ ସିଟି ମାରିବା, କମେଣ୍ଟ ମାରିବା ଏମାନଙ୍କର ନିତିଦିନିଆ ଅଭ୍ୟାସ । ତେବେ ପୂର୍ବରୁ ଅନେକ ବାର ଏନେଇ ଥାନାରେ ଅଭିଯୋଗ ହୋଇଥିଲେ ବି ଜଣେ ନିର୍ଦ୍ଦିଷ୍ଟ ଜିମ ମାଲିକର ପ୍ରରୋଚନାରେ ଥାନାରେ ମାମଲା ରଫାଦଫା ହୁଏ ବୋଲି ସୂଚନା ମିଳିଛି ।

ତେବେ ଗିରଫ ବ୍ୟକ୍ତିଠୁ ଏପରି କିଛି ସୂଚନା ପାଇବା ପରେ କମିଶନରେଟ ପୋଲିସ ଏହା ଉପରେ ଅଧିକ ତଦନ୍ତ କରି ଝିଅଙ୍କୁ ଅସଦାଚରଣ କରିବାରେ ସମ୍ପୃକ୍ତ ବ୍ୟକ୍ତି ମାନଙ୍କୁ ଗିରଫ କରିବ ବୋଲି କୁହାଯାଉଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଖୋଲିବ ଯୌନ ପିପାସୁ ଗ୍ଯାଙ୍ଗ ର ଗୁମର
ସହିଦନଗରରେ ଖଟି
ଝିଅ ଦେଖି ମାରନ୍ତି ସିଟିBody:

ଲକ୍ଷ୍ମିସାଗର ଥାନା ଅଂଚଳରେ ଯୌନ ପିପାସୁ ଗିରଫ ପରେ ଖୋଲିଛି ତାର ଗୁମର।ଯୌନ ପିପାସୁ ଏକାକି ନୁହେଁ ଏମାନଙ୍କ ରହିଛି ଏକ ଗ୍ଯାଙ୍ଗ।ଯେଉଁମାନେ ସହିଦନଗରରେ ମାରନ୍ତି ଖଟି । ସୁନ୍ଦରି ଝିଅ ଓ ମହିଳା ଦେଖିଲେ ମାରନ୍ତି ସିଟି।ଏମାନେ ବିଶେଷ କରି ଅଧିକାଂଶ ଜିମ ବୟ ଅଛନ୍ତି ଏବଂ ଅନେକ ଛୋଟ ବଡ ଦୋକାନ ରାଜଧାନିରେ କରିଛନ୍ତି। ସନ୍ଧ୍ଯା ହେଲେ ଏମାନଙ୍କର ଜମେ ଆଡା। ବିଶେଷ କରି ସହିଦନଗର ରମାଦେବି ମହିଳା କଲେଜ ଠାରୁ ବାଣିବିହାର ଷ୍ଟେସନକୁ ରାସ୍ତାରେ ମେଘଦୁତ ଲେନ ପାଖରେ ବସନ୍ତି।ଏପରିକି ଦାମି ଗାଡି ଓ ସୁଟ ବୁଟ ମାରି ଖଟିରେ ବସି ଚା ପିଅନ୍ତି ଖଟିମାରନ୍ତି । ତାପରେ ଆରମ୍ଭ ହୁଏ ଏମାନଙ୍କର ଯୌନ ଲାଳସାର ଶିକାର। ସତେ ଯେପରି ରାସ୍ତା ଉପରେ ଝିଅ ଓ ମହିଳା ଦେଖିଲେ ଏମାନଙ୍କ ଭାତ ହଜମ ହୁଅନି। ଅଶାଳିନ ଇଙ୍ଗିତ କରି କମେଣ୍ଟ ମାରନ୍ତି।ପାଖ ଚାଟ କିମ୍ବା ଗୁପଚୁପ ଠେଲା ପାଖରେ ବସି ଝିଅମାନଙ୍କୁ ଦେଖି ସିଟି ମାରନ୍ତି। ଏପରିକି ଅନେକ କଲେଜ ପଢୁଅ ଝିଅ ଓ କର୍ମଜିବି ମହିଳାସେହି ବାଟେ ଗଲେ ଥରେ ନଜର ପଡିଲେ ପଛରେ ପଡିଯାନ୍ତି ଏମାନେ।ସେମାନଙ୍କ ପିଛା କରନ୍ତି । କଳବଳ କୌଷଳରେ ଝିଅମାନେ ରିଜାର୍ଜ କରୁଥିବା ମୋବାଇଲ କିମ୍ବା ଟିଉସନ ହେଉଥିବା ସେଣ୍ଟରରୁ ନମ୍ବର ସଂଗ୍ରହ କରି ଫୋନରେ ଅଶାଳିନ ହରକତ ଓ ନିଜରେ ପାଲରେ ପକାଇବାକୁ ଉଦ୍ଯମ କରନ୍ତି। ଏପରିକି ଅନେକ ନିଜ ପ୍ରେମ ଜାଲରେ ପକାଇ ବିଭିନ୍ନ ସ୍ଥାନକୁ ନେଇ ସେମାନଙ୍କ ସହ ଶାରିରିକ ସମ୍ପର୍କ ରଖନ୍ତି। ଏନେଇ ଅନେକ ସମୟରେ ଏମାନଙ୍କ ହରକତରେ ହଇରାଣ ହୋଇ ଅନେକ ଅଭିଯୋଗ ଥାନାକୁ ଯାଏ ହେଲେ ଗ୍ଯାଙ୍ଗର ଜଣେ ନିର୍ଧିଷ୍ଟ ଜିମ ମାଲିକର ପ୍ରରୋଚନାରେ ମାମଲା ରଫାଦଫା ହୁଏ। ତେବେ ସେହି ଜିମ ମାଲିକ ନିଜକୁ ଅନେକ ସମୟରେ ସ୍ପେଶାଲ ସ୍କ୍ବାର୍ଡ ଓ ପୋଲିସ କର୍ମଚାରି କହି ନିଜର ଦବାଦବା ସହିଦନଗରରେ ଜାରି ରଖିଥିବା ସୁଚନା ମିଳିଛି। ତେବେ ପୋଲିସର ଅତି ଘନିଷ୍ଟ ସୋର୍ସ ଯୋଗୁ ସେମାନଙ୍କ ଗ୍ଯାଙ୍ଗ ଏପରିକି ସେହି ଯୁବକ ମାନଙ୍କ ଦେହରେ ହାତ ଲଗାଇବାକୁ ସହସ କରନ୍ତି ନାହିଁ ପୋଲିସ । ତେବେ ନୁତନ ପୋଲିସ କମିସନର ଯୋଗଦେବା ପରେ ଏହା ଏକ ଚ୍ଯାଲଂଜ ରହିଛି ଏହି ଯୌନ ପିପାସୁ ଗ୍ଯାଙ୍ଗର ଫର୍ଧାଫାସ କରିବା ସହ ସହିଦନଗର ମେଘଦୁତ ଲେନ ନିକଟସ୍ଥ ଆକ୍ସିସ ବ୍ଯାଙ୍କ ଏଟିଏମ ସାମ୍ନା ପୋଲ ଉପରେ ବସୁଥିବା ଗ୍ଯାଙ୍ଗର ସଦସ୍ଯଙ୍କୁ କେବେ ଗିରଫ କରିବେ ବା କଡା କାର୍ଯାନୁଷ୍ଠାନ ନେବେ। ନଚେତ ପାଟ୍ରୋଲି ସମୟରେ ସେହି ଅସମାଜିକ ଯୁବକଙ୍କ ସେଠାରୁ ଘଉଡାଇବାକୁ ଉଦ୍ଯମ କରିବେ ଯା ଦ୍ବାରା ସେହିବାଟ ଦେଇ ଯିବାଆସିବା କରୁଥିବା ଝିଅବୋହୁଁକ ଇଜ୍ଜତ ସମ୍ମାନ ରଖିବେ। ତାହା ଏବେ କମିସନରେଟ ପୋଲିସ ପାଇଁ ଚ୍ଯାଲେଞ୍ଜ ହୋଇଛି।ତେବେ ଗିରଫ ଯୌନ ପିପାସୁ ରିମାଣ୍ଡ ନେବା ପରେ ଏହି ୮୍ଯାଙ୍ଗର ବାକି ସଦସ୍ଯଙ୍କ ଉପରେ ନଜର ରଖିପାରେ ଓ ଗିରଫ ଦାରି ବଢିପାରେ।
Conclusion:
Last Updated : Sep 1, 2019, 8:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.