ETV Bharat / city

ଅନଫିଟ ଅଫିସରଙ୍କ ବେପରୁଆ ତଦନ୍ତ, ହତ୍ୟା କି ଆତ୍ମହତ୍ୟା କିଛି ନାହିଁ ସୁରାକ !

ଚପିଯାଉଛି ମାମଲା । ଦବିଯାଉଛି ତଦନ୍ତ । ଅନଫିଟ କମିଶନରେଟ ପୋଲିସ ଅଫିସର । ଥାନାଠୁ ଆରମ୍ଭ କରି ପୋଲିସ କମିଶନର । ଗୁରୁତ୍ବ ଦେଉନାହାନ୍ତି ବରିଷ୍ଠ ଅଫିସର । କମିସନରେଟ ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ଉଠୁଛି ପ୍ରଶ୍ନ ।

ଡିଜାଇନ ଫଟୋ
author img

By

Published : Nov 3, 2019, 11:29 PM IST

ଭୁବନେଶ୍ବର: ଚପିଯାଉଛି ମାମଲା । ଦବିଯାଉଛି ତଦନ୍ତ । ଅନଫିଟ କମିଶନରେଟ ପୋଲିସ ଅଫିସର । ଥାନାଠୁ ଆରମ୍ଭ କରି ପୋଲିସ କମିଶନର । ଗୁରୁତ୍ବ ଦେଉନାହାନ୍ତି ବରିଷ୍ଠ ଅଫିସର । କମିସନରେଟ ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ଉଠୁଛି ପ୍ରଶ୍ନ ।

ଅନଫିଟ ଅଫିସରଙ୍କ ବେପରୁଆ ତଦନ୍ତ, ହତ୍ଯା କି ଆତ୍ମହତ୍ଯା କିଛି ନାହିଁ ସୁରାକ !

ଗତ ମାସେ ମଧ୍ୟରେ ରାଜଧାନୀରେ ଘଟିଛି ଚାଞ୍ଚଲ୍ୟକର ହତ୍ୟା ଓ ଆତ୍ମହତ୍ୟା ଘଟଣା । ହେଲେ ତଦନ୍ତର ଖିଅ ପାଉନାହାନ୍ତି କମିଶନରେଟ ପୋଲିସର ଦକ୍ଷ ଅଫିସର । ପାରିପାର୍ଶ୍ବିକ ସ୍ଥିତି ପରିବାର ଲୋକଙ୍କ ଅଭିଯୋଗ ସତ୍ତ୍ବେ ମଧ୍ୟ ଘଟଣାର ପର୍ଦ୍ଦାଫାସ ପାଇଁ ପଛଘୁଞ୍ଚା ଦେଉଛନ୍ତି ଅଫିସର ।

ଘଟଣା ନମ୍ବର - 1

ତାରିଖ ଅକ୍ଟୋବର 27 । ଏୟାର ଫିଲଡ ଥାନା ଏକାମ୍ର କଲେଜ କଡରେ ଦିପାବଳୀରେ ଅମରେଶ ନାୟକକୁ ହତ୍ୟା କଲେ ଦୁର୍ବୁତ୍ତ । ଅଭିଯୁକ୍ତଙ୍କ ତଥ୍ୟ ସହ ଥାନାରେ ଏତଲା ଦିଆଯାଇଥିଲେ ବି ଗିରଫ ହୋଇପାରୁନାହାନ୍ତି ଅଭିଯୁକ୍ତ । ସେପଟେ ପଲଟିକାଲ ଲିଙ୍କ ଥିବା ନେଇ ଗିରଫ କରିବାକୁ ପଛଘୁଞ୍ଚା ଦେଉଥିବା ଅଭିଯୋଗ କରିଛନ୍ତିତ ମୃତ ଅମରେଶ ନାୟକଙ୍କ ସାଙ୍ଗ ।

ଘଟଣା ନମ୍ବର -2

ଅକ୍ଟୋବର 24 ତାରିଖ । ଖଣ୍ଡଗିରି ଥାନା ଏମସ ହସପିଟାଲର କ୍ଲାସ ରୁମରୁ ସିକ୍ୟୁରିଟି ଗାର୍ଡ ସନ୍ତୋଷ ନାୟକଙ୍କ ଉଦ୍ଧାର ହୋଇଥିଲା ଝୁଲନ୍ତା ମୃତଦେହ । ହେଲେ ଏହି ମୃତ୍ୟୁ ପଛର ରହସ୍ୟ ଏବେବି ଅସ୍ପଷ୍ଟ ।

ଘଟଣା ନମ୍ବର - 3

ଅକ୍ଟୋବର 21 ତାରିଖ । ଜଟଣୀ ଥାନା ଅନ୍ତର୍ଗତ ଆଇଆଇଟି କ୍ୟାମ୍ପସରୁ ମିଳିଥିଲା ଛାତ୍ରଙ୍କ ମୃତଦେହ । ଛାତ ଉପରୁ ପଡି ଛାତ୍ରଙ୍କ ମୃତ୍ୟୁ ହୋଇଥିବା ପୋଲିସ ଦେଇଥିଲା ରିପୋର୍ଟ । ହେଲେ ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଥିଲେ ନା ତାଙ୍କୁ କେହି ଠେଲି ହତ୍ୟା କରିଥିଲେ ତାହାର ମିଳିଲାନି ସୁରାକ । ଯଦି ଏହା ଆତ୍ମହତ୍ୟା ତେବେ ଏହା ପଛର କାରଣ କଣ ଏଯାଏ ସ୍ପଷ୍ଟ ହୋଇନାହିଁ ।

ଘଟଣା ନମ୍ବର - 4

ଅକ୍ଟୋବର 20 ତାରିଖ । ଧଉଳି ଥାନା ଅନ୍ତର୍ଗତ ସାମନ୍ତରାପୁରରୁ ମିଳିଥିଲା ଲେଡି ଆଡଭୋକେଟଙ୍କ ଝୁଲନ୍ତା ମୃତଦେହ । ଆତ୍ମହତ୍ୟା କରିଥିବା ପୋଷ୍ଟମର୍ଟମ ରିପୋର୍ଟ ଆସିଥିବା ବେଳେ ମୃତ୍ୟୁ ପୂର୍ବରୁ ପୁରୁଷ ବନ୍ଧୁଙ୍କ ସହ ଥିବା ପରିବାର ଲୋକେ କରିଥିଲେ ଅଭିଯୋଗ । ହେଲେ ପୁରୁଷ ବନ୍ଧୁ ବିକ୍ରମ ମିଶ୍ରଙ୍କୁ ଖୋଜିବାରେ ବିଫଳ ମାରିଲା ପୋଲିସ । ଯାହାକୁ ନେଇ ଅଟକି ରହିଛି ତଦନ୍ତ ।

ଘଟଣା ନମ୍ବର - 5

ଅକ୍ଟୋବର 13 ତାରିଖ । ସହୀଦନଗର ଥାନା ମହାବୀର ବସ୍ତିରେ ପ୍ରେମିକା ଘର ଆଗରୁ ବିଜେଡି ଛାତ୍ର ନେତା ଅବକାଶ ପାଇକରାୟଙ୍କ ମୃତଦେହ ମିଳିବା ଘଟଣାରେ ଜଣାପଡିଲାନି କାରଣ । ମୃତକ ବାପା ଏନେଇ ପ୍ରେମିକା ଓ ତାର ପରିବାର ବିରୋଧରେ ଅଭିଯୋଗ କରିଥିଲେ ମଧ୍ୟ ମିଳିଲାନି ମୃତ୍ୟୁର କାରଣ ।

ସେପଟେ ଏସବୁ ବିଷୟକୁ ଭିନ୍ନ ପ୍ରସଙ୍ଗ କହି ଏଡାଇ ଯାଇଛନ୍ତି ପୋଲିସ କମିଶନର । ତେବେ ରାଜଧାନୀର ଏହି ଚର୍ଚ୍ଚିତ 5 ଘଟଣା କମିଶନରେଟ ପୋଲିସର କାର୍ଯ୍ୟଦକ୍ଷତା ଉପରେ ଉଠାଇଛି ପ୍ରଶ୍ନ । ଯାହାର ଉତ୍ତରକୁ ଅପେକ୍ଷା କରିଛନ୍ତି ଓଡିଶାବାସୀ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଅନଫିଟ ଅଫିସରଙ୍କ ବେପରୁଆ ତଦନ୍ତ,
ହତ୍ଯା କି ଆତ୍ମହତ୍ଯା କିଛି ନାହିଁ ସୁରାକBody:

ଚପିଯାଉଛି ମାମଲା।ଦବିଯାଉଛି ତଦନ୍ତ।ଅନଫିଟ କମିସନରେଟ ପୋଲିସ ଅଫିସର।ଥାନାଠୁ ଆରମ୍ଭ କରି ପୋଲିସ କମିସନର।ଗୁରୁତ୍ବ ଦେଉନାହାନ୍ତି ବରିଷ୍ଠ ଅଫିସର।ଯାହାକୁ ନେଇ କମିସନରେଟ ପୋଲିସର କାର୍ଯକ୍ଷତାକୁ ନେଇ ଉଠିଛି ପ୍ରଶ୍ନ।କାରଣ ବିଗତ ଏକ ମାସ ମଧ୍ଯରେ ଘଟିଛି ରାଜଧାନୀରେ ଚାଂଚଲ୍ଯକର ହତ୍ଯା ଓ ଆତ୍ମହତ୍ଯା ଘଟଣା।ହେଲେ ତଦନ୍ତର ଖିଅ ପାଉନାହାନ୍ତି କମିସନରେଟ ପୋଲିସର ଦକ୍ଷ ଅଫିସର।ପାରିପାର୍ଶିକ ସ୍ଥିତି ପରିବାର ଲୋକଙ୍କ ଅଭିଯୋଗ ସତ୍ବେ ମଧ୍ଯ ଘଟଣାର ଫର୍ଧାଫାସ ପାଇଁ ପଛଘୁଂଚା ଦେଉଛନ୍ତି ଅଫିସର।ତେବେ ବିଗତ ୧ ମାସ ମଧ୍ଯରେ ସବୁଠୁ ବ ହତ୍ଯାକାଣ୍ଡ ଘଟଣାର ଏଯାଏ ପୋଲିସ ପାଉନି ସୁରାକ।ହତ୍ଯାକାଣ୍ଡ ପଛରେ ଉଦେଶ୍ଯ କଣ ସେ ନେଇ ଖିଅ ପାଉନାହାନ୍ତି ତଦନ୍ତକାରି ଅଧିକାରି।ଯାହାକୁ ନେଇ ଏଯାଏ ହତ୍ଯାଘଟଣାର ହତ୍ଯାକାରିକୁ ଗିରଫ କରିବାରେ ବିଫଳ ମାରିଛି ପୋଲିସ।
ଘଟଣା ନମ୍ବର ୧-ତାରିଖ ।ଏୟାର ଫିଲଡ ଥାନା ଏକାମ୍ର କଲେଜ କଡରେ ଦିପାବଳିରେ ଅମରେଶ ନାୟକକୁ ହତ୍ଯାକଲେ ଦୁର୍ବୁତ।ଅଭିଯୁକ୍ତଙ୍କ ତଥ୍ଯ ସହ ଥାନାରେ ଏତଲା ଦିଆଯାଇଥିଲେ ବି ଗିରଫ ହୋଇପାରୁନାହାନ୍ତି ଅଭିଯୁକ୍ତ। ଏପରିକି ପଲଟିକାଲ ଲିଂକ ଥିବା ନେଇ ଗିରଫ କରିବାକୁ ପଛଘଂଚା େଉଥିବା ଅଭିଯୋଗ କରିଛନ୍ତି ମୃତ ଅମରେଶ ନାୟକର ସାଙ୍ଗ।
ଘଟଣା ନମ୍ବର ୨-ଅକ୍ଟୋବର ୨୪ ତାରିଖ।ଖଣ୍ଗିରି ଥାନା
ଏମସ ହସପିଟାଲର କ୍ଲାସ ରୁମରୁ ସିକୁରିଟ ଗାର୍ଡ ସନ୍ତୋଷ ନାୟକ ଙ୍କ ଉଦ୍ଧାର ହୋଇଥିଲା ଝୁଲନ୍ତା ମୃତଦେହ । ଏହା ପଛରେରହସ୍ଯ କଣ ଓ କଣ ହୋଇଥାଇପାରେ ମୃତ୍ଯ ପଛର କାରଣ ଏଯାଏ ଅସ୍ପଷ୍ଟ।
ଘଟଣା ନମ୍ବର ୩-ଅକ୍ଟୋବର ୨୧ ତାରିଖ ।ଜଟଣି ଥାନା ଅନ୍ତର୍ଗତ ଆଇଆଇଟି କ୍ଯାମ୍ପସରୁ ମିଳିଥିଲା ଛାତ୍ରଙ୍କ ମୃତଦେହ।ଛାତ ଉପରୁ ପଡି ମୃତ୍ଯ ହୋଇଥିବା ପୋଲିସ ଦେଇଥିଲା ରିପୋର୍ଟ।ହେଲେ ଛାତ ଉପରୁ ଡେଇଁ ଆତ୍ମହତ୍ଯା କରିଥିଲେ ନା ତାଙ୍କୁ କେହି ଠେଲି ହତ୍ଯା କରିଥିଲେ ତାହାର ମିଳିଲାନି ସୁରାକ।ଯଦି ଏହା ଆତ୍ମହତ୍ଯା ତେବେ ଏହା ପଛର କାରଣ କଣ ଏଯାଏ ହୋଇନାହିଁ ସ୍ପଷ୍ଟ ।
ଘଟଣା ନମ୍ବର ୪-ଅକ୍ଟୋବର ୨୦ ତାରିଖ ।ଧଉଳି ଥାନା ଅନ୍ତର୍ଗତ ସାମନ୍ତରାପୁରରୁ ମିଳିଥିଲା ଲେଡି ଆଡଭୋକେଟଙ୍କ ଝୁଲନ୍ତା ମୃତଦେହ।ଆତ୍ମହତ୍ଯା କରିଥିବା ପୋଷ୍ଟମର୍ଟମ ରିପୋର୍ଟ ଆସିଥିବା ବେଳେ ମୃତ୍ଯ ପୁର୍ବରୁ ପୁରୁଷ ବନ୍ଧୁଙ୍କ ସହ ଥିବା ପରିବାର ଲୋକେ କରିଥିଲେ ଅଭିଯୋଗ।ତେବେ କାହିଁକି ଓ କେଉଁ କାରଣରୁ ଲେଡି ଆଡଭୋକେଟଙ୍କ ମୃତ୍ଯ ହେଲା ସେ ନେଇ ପୁରୁଷ ବନ୍ଧୁ ବିକ୍ରମ ମିଶ୍ରଙ୍କୁ ଖୋଜିବାରେ ବିଫଳ ମାରିଲା ପୋଲିସ । ଯାହାକୁ ନେଇ ଅଟକି ରହିଛି ତଦନ୍ତ।
ଘଟଣା ନମ୍ବର ୫-ଅକ୍ଟୋବର ୧୩ ତାରିଖ।
ସହିଦନଗର ଥାନା ମହାବିର ବସ୍ତିରେ ପ୍ରେମିକା ଘର ଆଗରୁ ବିଜେଡି ଛାତ୍ର ନେତା ଅବକାଶ ପାଇକରାୟ ଙ୍କ ମୃତଦେହ ମିଳିବା ଘଟଣାରେ ଜଣାପଡିଲାନି କାରଣ।ମୃତକ ବାପା ଏନେଇ ପ୍ରେମିକା ଓ ତାର ପରିବାର ବିରୋଧର ଅଭିଯୋଗ କରିଥିଲେ ମଧ୍ଯ ମିଳିଲାନି ମୃତ୍ଯର କାରଣ ।ତଦନ୍ତର ଆଳ ଦେଖାଇ ଖସିଯାଉଛନ୍ତି ତଦନ୍ତକାରି ଅଧିକାରି ।ସେପଟେ ଏନେଇ ପୋଲିସ କମିସନରଙ୍କୁ ପ୍ରଶ୍ନ ପଚରାଯାଇଥିଲେ ମଧ୍ଯ ଭିନ୍ନ ବିଷୟ କହି ପ୍ରସଙ୍ଗ ଏଡାଇଦେଇଥିଲେ ବରିଷ୍ଠ ଅଫିସର।ଯାହାକୁ ନେଇ ରାଜଧାନୀର ଚର୍ଚିତ ୫ ଘଟଣାକୁ ନେଇ କମିସନରେଟ ପୋଲିସର କାର୍ଯଦକ୍ଷତା ଉପରେ ଉଠାଇଛି ବ ପ୍ରଶ୍ନ।ତେବେ କେବେ ମିଳିବ ଏସବୁ କେସର ଉତର।

Conclusion:ବାଇଟ-ଏସ ଜେନା,ଦିପାଲିଙ୍କ ଭାଇ
ବାଇଟ-ଅମୁଲ୍ଯ ମହାନ୍ତି,ଆଡଭୋକେଟ
ବାଇଟ-ଲୋକନାଥ ବେହେରା,ଅମରେଶଙ୍କ ସାଙ୍ଗ
ବାଇଟ-ସୁଜିତ ସେଠୀ,ଅମରେଶ ସାଙ୍ଗ
ବାଇଟ-ଡଃ ସୁଧାଂଶୁ ଷରଙ୍ଗି,ପୋଲିସ କମିସନର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.