ETV Bharat / city

ଆସୁଛି ପାର୍ବଣ, ଆକ୍ସନ୍‌ ମୁଡ୍‌ରେ କମିଶନରେଟ ପୋଲିସ

author img

By

Published : Sep 21, 2022, 7:28 PM IST

ଧୁମଧାମରେ ପାଳନ ହେବାକୁ ଯାଉଛି ଦୁର୍ଗାପୂଜା । ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାର ସହିତ ଆୟୋଜନ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଟ୍ବିନ୍‌ ସିଟିର(Durga puja in twin city) ସମସ୍ତ ପୂଜା ମଣ୍ଡପରେ ସିସିଟିଭି କ୍ୟାମେରା ଲାଗିବ । ଅଧିକ ପଢ଼ନ୍ତୁ

ଆସୁଛି ପାର୍ବଣ, ଆକ୍ସନ୍‌ ମୁଡ୍‌ରେ କମିଶନରେଟ ପୋଲିସ
ଆସୁଛି ପାର୍ବଣ, ଆକ୍ସନ୍‌ ମୁଡ୍‌ରେ କମିଶନରେଟ ପୋଲିସ

ଭୁବନେଶ୍ବର: ଦୁଇବର୍ଷର କୋଭିଡ କଟକଣା ପରେ ବେଶ ଧୁମଧାମରେ ପାଳନ ହେବାକୁ ଯାଉଛି ଦୁର୍ଗାପୂଜା । ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାର ସହିତ ଆୟୋଜନ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି (Durga puja in twin city)। ସମସ୍ତ ପୂଜା ମଣ୍ଡପରେ ସିସିଟିଭି କ୍ୟାମେରା ଲଗାଯିବା ସହିତ ଛିନତାଇ ଗ୍ୟାଙ୍ଗ ଉପରେ କଡା ନଜର ରଖାଯାଇଛି । ପେଶାଦାର ଅପରାଧୀ ତଥା ଅଭ୍ୟାସଗତ ଅପରାଧୀମାନଙ୍କ ଉପରେ ତୀକ୍ଷ୍ଣ ନଜର ରହିଥିବା କହିଛନ୍ତି ଟ୍ବିନ୍‌ ସିଟି ପୋଲିସ କମିଶନର(commissionerate police cautious for Durga puja) ସୌମେନ୍ଦ୍ର ପ୍ରିୟଦର୍ଶୀ ।

ସୁରକ୍ଷା ଦୃଷ୍ଟିରୁ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏହାକୁ ନେଇ ଟ୍ବିନ୍‌ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, "ଲୋକଙ୍କ ଗହଳିକୁ ନିୟନ୍ତ୍ରଣ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ପାର୍ବଣ ସମୟରେ ନିଶା କାରବାର ବଢୁଥିବାରୁ ଏହା ଉପରେ କିପରି ରୋକ ଲଗାଯାଇପାରିବ ସେ ଦିଗରେ କମିଶନରେଟ ପୋଲିସ କାମ କରୁଛି । ବିଶେଷ କରି ସାଇବର ଅପରାଧୀମାନେ ପାର୍ବଣ ସମୟରେ ଲୋଭନୀୟ ଅଫର ଦେଖାଇ ବିଭିନ୍ନ ପ୍ରକାର ଠକେଇ କରୁଥିବାରୁ ଲୋକମାନେ ସାବଧାନ ରୁହନ୍ତୁ ।"

କିଛିଦିନ ପରେ ଧରାପୃଷ୍ଠରେ ଅବତରଣ କରିବେ ଜଗତଜନନୀ ମା' ଦୁର୍ଗା । ମା'ଙ୍କର ଆଗମନକୁ ନେଇ ଏବେଠୁ ଉତ୍ସବମୁଖର ହେଲାଣି ରାଜଧାନୀ । ତେଣୁ ମା'ଙ୍କର ପୂଜା ବା ଦୁର୍ଗାପୂଜାକୁ ସୁରୁଖୁରୁରେ ସମ୍ପାଦନ ପାଇଁ ବିଏମସିର ପକ୍ଷରୁ ଆରମ୍ଭ ହେଲାଣି ପ୍ରସ୍ତୁତି । ଦୁର୍ଗା ପୂଜା ପୂର୍ବରୁ ଡ୍ରେନେଜ, ସ୍ବରେଜ ବ୍ୟବସ୍ଥା ସହ ଷ୍ଟ୍ରିଟ ଲାଇଟ ଗୁଡିକ ଯାଂଚ କରିବା, ଆବଶ୍ୟକ ସ୍ଥଳେ ମରାମତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଏମସି କମିଶନର ।

ସେହିପରି ଖାଲଖମା, ରାସ୍ତା ମରାମତି ଉପରେ ବିଏମସିର ଅଧିକ ଗୁରୁତ୍ୱ ଦେଇଛି । ଚଳିତ ବର୍ଷ ୧୭୮ଟି ମଣ୍ଡପରେ ପୂଜା ପାଇବେ ମା' । ଦୁଇ ବର୍ଷ ପରେ ପୂଜା ହେଉଥିବାରୁ ସବୁ ମଣ୍ଡପ ଗୁଡିକ ଜାକଜମକରେ ପୂଜା କରିବାକୁ ମିଳିଛି ଅନୁମତି । ରାତି ୧୨ଟା ପର୍ଯ୍ୟନ୍ତ ମେଲୋଡି କରିବାସହ ମେଲଣ ଓ ମୀନାବଜାର ପାଇଁ ମଧ୍ୟ ଅନୁମତି ମିଳିଛି ।

ଭସାଣୀ ଶୋଭଯାତ୍ରା ପ୍ରତିବର୍ଷ ଯେଉଁଭଳି ହୁଏ ତା ଠାରୁ ଅଧିକ ଜାକଜମକରେ କରିବାକୁ ବିଏମସି ପକ୍ଷରୁ ମିଳିଛି ଅନୁମତି । ସେପଟେ ପୂଜା ସମୟରେ ବିଭିନ୍ନ ଫୁଡ୍ ଷ୍ଟଲ ଥାଏ । ବିଭିନ୍ନ ଫୁଡ୍ ଷ୍ଟଲରେ କିଭଳି ହାଇଜିନିକ ଖାଦ୍ୟ ମିଳିବ ସେଥିପାଇଁ ଗଠନ ହୋଇଛି ସ୍ବତନ୍ତ୍ର ଟିମ୍ । ତେବେ ସାବଧାନତାର ସହ ଭସାଣୀ ଶୋଭାଯାତ୍ରା ଦେଖିବାକୁ ଅନୁରୋଧ କରିଛନ୍ତି ଟ୍ବିନ୍‌ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.