ETV Bharat / city

ଲିଫ୍ଟ ବାହାନାରେ କରୁଥିଲେ ଲୁଟ, ରାଜଧାନୀରୁ ଧରାପଡିଲା ୨ ଜଣିଆ ଗ୍ୟାଙ୍ଗ

author img

By

Published : Feb 17, 2022, 1:20 PM IST

Updated : Feb 17, 2022, 4:17 PM IST

ଲିଫ୍ଟ ଦେବା ଆଳରେ ଲୁଟ କରୁଥିବା ଗ୍ୟାଙ୍ଗ ଏବେ ପୋଲିସ ହାତରେ । ଦୁଇଜଣିଆ ଗ୍ୟାଙ୍ଗକୁ ଗିରଫ କଲା କମିଶନରେଟ୍ ପୋଲିସ । ଅଧିକ ପଢନ୍ତୁ

ଲିପ୍ଟ ବାହାନାରେ ନିଶା ଦେଇ ଲୁଟ ଘଟଣା, ରାଜଧାନୀରୁ ଧରାପଡିଲା ୨ଜଣିଆ ଗ୍ୟାଙ୍ଗ

ଭୁବନେଶ୍ବର: ପୋଲିସ କବଜାରେ ରାଜଧାନୀରେ ଆତଙ୍କ ଖେଳାଇଥିବା ନିଶା ଦିଆ ଲୁଟେରା ଗ୍ୟାଙ୍ଗ। ଲିଫ୍ଟ ଦେବା ଆଳରେ ଲୁଟ କରୁଥିବା ଗ୍ୟାଙ୍ଗ ଏବେ ପୋଲିସ ହାତରେ ଧରାପଡ଼ିଛି । ଦୁଇଜଣିଆ ଗ୍ୟାଙ୍ଗକୁ ଗିରଫ କଲା କମିଶନରେଟ୍ ପୋଲିସ । ୨ ଅଭିଯୁକ୍ତଙ୍କ ହେଉଛନ୍ତି ବୁଧିରାମ ସ୍ବାଇଁ ଓ ଦେବେନ୍ଦ୍ର ପରିଡା । ଗିରଫ‌ ପରେ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଶହୀଦନଗର ପୋଲିସ ସୂଚନା ଦେଇଛି ।

ଅଭିଯୁକ୍ତଙ୍କ ନିକଟରୁ ୩ଟି ସୁନା ଚେନ ସହ ଦୁଇଟି କାନଫୁଲ ମୋବାଇଲ ଫୋନ୍‌, ୫ ହଜାର ଟଙ୍କା ନଗଗ ଟଙ୍କା ସହ କାର ଓ ବାଇକ ଜବତ କରିଛି ପୋଲିସ । ଦୁଇ ଅଭିଯୁକ୍ତ ୨୦ଟି ଲୁଟ ମାମଲାରେ ସମ୍ପୃକ୍ତ ଅଛନ୍ତି । ଲୁଟ୍‌ ପାଇଁ ନିଶା କିଣା ଯାଉଥିବା ଦୋକନାକୁ ମଧ୍ୟ ଠାବ ହୋଇଛି । ଦୋକାନୀକୁ ନୋଟିସ କରି ଛାଡ଼ିଛି ପୋଲିସ ।

ଗତ ଫେବ୍ରୁଆରୀ ୧ ତାରିଖରେ ଶହୀଦନଗର ଥାନା ଆଚାର୍ଯ୍ୟବିହାର ଛକରୁ ଅକ୍ଷୟ କୁମାର ପାଲ ନାମକ ଜଣେ ଶିକ୍ଷକଙ୍କୁ ଢେଙ୍କାନାଳ ଯିବା ଆଳରେ କାରେ ଲିପ୍ଟ ଦେଇଥିଲା ଏହି ଗ୍ୟାଙ୍ଗ । ଏହାପରେ ଶିକ୍ଷକ ଜଣଙ୍କୁ ଅଧାବାଟରେ ମୃଦୁ ପାନୀୟ ଦେଇ ସୁନା ମୁଦି ସହ ମୋବାଇଲ ATM ନେଇ ୪୬ହଜାର ଟଙ୍କା ଲୁଟ କରିଥିଲେ ।

ଲିଫ୍ଟ ବାହାନାରେ ଲୁଟ ଘଟଣା, ରାଜଧାନୀରୁ ଧରାପଡିଲା ୨ ଜଣିଆ ଗ୍ୟାଙ୍ଗ

ସେହିପରି ଫେବ୍ରୁଆରୀ ୩ ତାରିଖରେ ସମାନ ଢଙ୍ଗରେ ଜଣେ ବ୍ୟବସାୟୀଙ୍କୁ ଶହୀଦନଗର ଅଞ୍ଚଳରୁ ଲିଫ୍ଟ ଦେଇ ବାଟରେ ମାଡମାରିବା ସହ ATM ପିନ‌୍‌ ହାତେଇ ଆକାଉଣ୍ଟରୁ ଟଙ୍କା ଲୁଟିଥିଲେ । କେବଳ ଶହୀଦନଗର ଥାନା ନୁହେଁ ଅନ୍ୟ ଥାନା ଅଞ୍ଚଳରେ ବି ବେଶ୍‌ ସକ୍ରିୟ ଥିଲା ଏହି ଗ୍ୟାଙ୍ଗ । ଦୁଇ ଜଣଙ୍କ ମଧ୍ୟରୁ ବୁଧିରାମ ମାଷ୍ଟର ମାଇଣ୍ଡ ଥିଲା, ଯିଏ କି ନିଜ କାର‌୍‌ ଯୋଗେ ଆରମ୍ଭ କରୁଥିଲା ଅପରେସନ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Feb 17, 2022, 4:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.