ETV Bharat / city

ମଡେଲ ସୌମ୍ୟ ଆତ୍ମହତ୍ୟା ଘଟଣା, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସୋନାଲିଙ୍କ ନାଁରେ ମାମଲା

ବହୁ ଚର୍ଚ୍ଚିତ ମଡେଲ ସୌମ୍ୟ ପାଣିଗ୍ରାହୀ ମୃତ୍ୟୁ ମାମଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲା ରୁଜୁ କଲା କମିଶନରେଟ ପୋଲିସ । ଅଧିକ ପଢନ୍ତୁ

ମଡେଲ ସୌମ୍ୟ ଆତ୍ମହତ୍ୟା ଘଟଣା, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସୋନାଲିଙ୍କ ନାଁରେ ମାମଲା ରୁଜୁ

author img

By

Published : Apr 20, 2022, 6:02 PM IST

Updated : Apr 20, 2022, 8:27 PM IST

ଭୁବନେଶ୍ବର: ବହୁ ଚର୍ଚ୍ଚିତ ମଡେଲ ସୌମ୍ୟ ପାଣିଗ୍ରାହୀ ମୃତ୍ୟୁ ମାମଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲା ରୁଜୁ କଲା କମିଶନରେଟ ପୋଲିସ । ତେବେ ମଡେଲ ସୌମ୍ୟ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଘଟଣାରେ କମିଶନରେଟ ପୋଲିସକୁ ଭର୍ତ୍ସନା କରିଛନ୍ତି ହୋଇକୋର୍ଟ ।

ମଡେଲ ସୌମ୍ୟ ଆତ୍ମହତ୍ୟା ଘଟଣା, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସୋନାଲିଙ୍କ ନାଁରେ ମାମଲା ରୁଜୁ

ତେବେ ପୋଲିସ ବାନ୍ଧବି ସୋନାଲି ନନ୍ଦଙ୍କ ନାଁରେ ମାମଲା ରୁଜୁ କରୁ ନଥିବାରୁ ସୌମ୍ୟଙ୍କ ପରିବାର ପକ୍ଷରୁ ହାଇକୋର୍ଟରେ ଏକ ମକଦ୍ଦମା ରୁଜୁ କରିଥିଲେ । ଏପଟେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଅଭିନେତ୍ରୀ ସୋନାଲି ନନ୍ଦଙ୍କ ନାଁରେ ମାମଲା ରୁଜୁ କରିବା ଲାଗି ଭୁବନେଶ୍ବର କମିଶନରେଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ଭୁବନେଶ୍ବର ଇନଫୋସିଟ୍‌ ଥାନା ପକ୍ଷରୁ ସୋନାଲିଙ୍କ ନାଁରେ ମାମଲା ରୁଜୁ କରାଯାଇଛି ।

ସେହିପରି ସୌମ୍ୟଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ପୋଲିସ ସୋନାଲିଙ୍କ ନାଁରେ ମାମଲା ରୁଜୁ କରିଛି । ଏଥିସହ ହାଇକୋର୍ଟର ହସ୍ତକ୍ଷେପ ପରେ ଅଭିନେତ୍ରୀ ସୋନାଲି ନନ୍ଦଙ୍କ ନାରେ ୩୦୬ରେ ମାମଲା ରୁଜୁ କରିଛି ପୋଲିସ । ଏହା ସହିତ ତାଙ୍କ ମାଆ ନାଁରେ ମଧ୍ୟ ୩୦୬ରେ ଦଫା ସହ ଧାରା ୩୪ରେ ଏକାଧିକ ଲୋକ ସାମିଲ ଥିବାରୁ ମାମଲା‌ ରୁଜୁ କରିଛି ଇନଫୋସିଟି ଥାନା ପୋଲିସ ।

ସେହିଭଳି ଆତ୍ମହତ୍ୟା ପୁର୍ବରୁ ମଡେଲ ସୌମ୍ୟ ଏକ ସୁସାଇଡାଲ ନୋଟ ଲେଖଥିବା ବେଳେ ଏହାକୁ ପୋଲିସ ଜବତ କରିଥିଲା । ସୌମ୍ୟଙ୍କୁ ଆତ୍ମହତ୍ୟା ପାଇଁ ସୋନାଲି ହିଁ ଉସକାଇବା ସହ ଚାପ ପକାଉଥିଲେ ସୌମ୍ୟଙ୍କ ପରିବାର ଓ ଭାଇରାଲ ଅଡିଓରେ ଜାଣିବାକୁ ମିଳିଥିଲା । ତେବେ ସୋନାଲିଙ୍କ ପ୍ରେମରେ ଉବୁଟୁବୁ ଥିବା ସୋମ୍ୟଙ୍କୁ ଏକ କାର କିଣିବା ସହ ସୋନାଲିକୁ ଗିଫ୍ଟ କରିବାକୁ ବ୍ଲାକମେଲ କରୁଥିଲେ ।

ଶେଷରେ ମାନଷିକ ଚାପ ସହି ନପାରି ଚଳିତ ବର୍ଷ ଜାନୁଆରୀ ୩୧ ତାରିଖରେ ପଟିଆ ସ୍ଥିତ ନିଜ ରୁମରେ ଆତ୍ମହତ୍ୟା କରିଥିଲେ ମଡେଲ ସୋମ୍ୟ ପାଣିଗ୍ରାହୀ । ଏନେଇ ପୋଲିସ ମୃତଦେହ ସହ ସୁଇସାଇଡାଲ ନୋଟ ମଧ୍ୟ ଜବତ କରିଥିଲା । ହେଲେ ଏନେଇ କେସକୁ ଚପାଇ ଦେବାକୁ ଚାହୁଁଥିଲା ପୋଲିସ । ଏଥିସହ ଆଇନର‌ ଗଳାବାଟ ଦେଖାଇ କେସରୁ ସୋନାଲି ଓ ତାଙ୍କ ମାଆଙ୍କୁ କେସରୁ ବାଦ ଦେଇଥିଲା ପୋଲିସ ବୋଲି ଅଭିଯୋଗ ହୋଇଥିଲା ।

ଅନ୍ୟପଟେ ଏକ ଅପମୃତ୍ୟ ମାମଲା ରୁଜୁ କରି ଭୁବନେଶ୍ୱର ଡିସିପିଙ୍କ ନେତୃତ୍ବରେ ତଦନ୍ତ କରୁଥିଲା ଇନଫୋସିଟି ଥାନା ପୋଲିସ । ଏନେଇ ପରିବାର ଲୋକେ ଫେବୃଆରୀ ୩୧ ତାରିଖରେ ଏନେଇ ଡିସିପି ଅଫିସ ଘେରାଉ କରିବା ସହ ହାଇକୋର୍ଟରେ ଦ୍ବାରସ୍ଥ ମଧ୍ୟ ହୋଇଥିଲେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Apr 20, 2022, 8:27 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.