ETV Bharat / city

ମନ୍ତ୍ରୀ ପୁଅ କହିବାରୁ ଏତେ ପାଲା, ଲେଡି ଟ୍ରାଫିକକୁ ସାବାସି ନୁହେଁ ତାଗିଦ - fire station incident threatening to leady traffic guard

ଫାୟାର ଷ୍ଟେସନ ଛକରେ ମଦ ପିଇ ଯୁବକ ହଙ୍ଗାମା ଘଟଣା। ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ବୟାନ ଓ ଅଫିସରଙ୍କ ତାଗିଦକୁ ନେଇ ଏବେ ଚର୍ଚ୍ଚା। ଚେକ ପୋଷ୍ଟରେ ଅଟକାଇଥିବା ମହିଳା ଟ୍ରାଫିକ କର୍ମଚାରୀକୁ ସାଧୁବାଦ ବଦଳରେ ମିଳିଛି କଡା ତାଗିଦ। ଅଧିକ ପଢନ୍ତୁ...

ମିନିଷ୍ଟର ପୁଅ କହିବାରୁ ଏତେ ପାଲା, ଲେଡି ଟ୍ରାଫିକକୁ ସାବାସି ନୁହେଁ ତାଗିଦ ହେଲା

author img

By

Published : May 31, 2021, 10:15 PM IST

ଭୁବନେଶ୍ବର: ଫାୟାର ଷ୍ଟେସନ ଛକରେ ମଦ ପିଇ ଯୁବକ ହଙ୍ଗାମା ଘଟଣା। ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ବୟାନ ଓ ଅଫିସରଙ୍କ ତାଗିଦକୁ ନେଇ ଏବେ ଚର୍ଚ୍ଚା। ଚେକ ପୋଷ୍ଟରେ ଅଟକାଇଥିବା ମହିଳା ଟ୍ରାଫିକ କର୍ମଚାରୀକୁ ସାଧୁବାଦ ବଦଳରେ ମିଳିଛି କଡା ତାଗିଦ। ପ୍ରଶ୍ନ ଉଠୁଛି କେତେ ସୁରକ୍ଷିତ ଚେକ ପୋଷ୍ଟରେ ମହିଳା ଟ୍ରାଫିକ କର୍ମଚାରୀ? ଏ ଘଟଣା ପରେ ମହିଳା ଟ୍ରାଫିକ କର୍ମଚାରୀଙ୍କ ମନରେ ମନୋବଳ ବଢିବ ନା ଏ ସିଷ୍ଟମ ବିରୋଧରେ ଘୃଣା ଆସିବ? କାରଣ ସୁପରିୟର ଅଫିସରଙ୍କ ପାଖରେ ମହିଳା ଜଣକ କଡା ଚେତାବନୀ ଶୁଣିବା ପରେ କୋହଭରା ହୋଇ ବଡ଼ ଅଫିସରଙ୍କ ଅଫିସରୁ ବାହାରିଥିଲେ।

ମିନିଷ୍ଟର ପୁଅ କହିବାରୁ ଏତେ ପାଲା, ଲେଡି ଟ୍ରାଫିକକୁ ସାବାସି ନୁହେଁ ତାଗିଦ ହେଲା
ମିନିଷ୍ଟର ପୁଅ କହିବାରୁ ଏତେ ପାଲା, ଲେଡି ଟ୍ରାଫିକକୁ ସାବାସି ନୁହେଁ ତାଗିଦ ହେଲା

କ’ଣ ଅଫିସର ତାଗିଦ କଲେ ନା ପ୍ରଶଂସା କଲେ? କାହିଁକି ମହିଳା ଜଣକ କୋହଭରା ହୋଇ ଉଠିଲେ? କଣ ଡ୍ୟୁଟିରେ ନିଜ କର୍ତ୍ତବ୍ୟ ପାଳନ କରି ଏହି ଇନାମ ମିଳିଲା? ଏଭଳି ଅନେକ ପ୍ରଶ୍ନ ମହିଳାଙ୍କ ମନକୁ ଆସୁଥିବ। ଡ଼୍ୟୁଟି ସମୟରେ ମହିଳା ଏକାକି ନଥିଲେ ଆହୁରି ଜଣେ ଡ଼ବଲ ଷ୍ଟାର ଅଫିସର ସହ ୫ଜଣ କନଷ୍ଟେବଳ ଥିଲେ। ତେବେ କାହିଁକି ମହିଳାଙ୍କୁ ତାଗିଦ କରାଗଲା ଅଥଚ ଅନ୍ୟମାନଙ୍କୁ ନୁହେଁ ? କ’ଣ ମହିଳା ଜଣକ ମିନିଷ୍ଟର ପୁଅ କହୁଥିବା ଯୁବବକୁ ଅଟକାଇ ଭୁଲ କରିଦେଲେ, ନା ଅନ୍ୟ କିଛି କାରଣ ଯାହା ମହିଳା ଜଣକ ନିଜ ଡିପାର୍ଟମେଣ୍ଟ ପାଇ କିଛି ଭୁଲ କରିଦେଲେ? ଚର୍ଚ୍ଚା ହେଉଛି ମହିଳା ଭିଡିଓ ସୁଟ କରିଥିଲେ ମିଡିଆକୁ ଘଟଣା ବିଷୟରେ ଜଣାଇଥିଲେ।

ଯଦି ମହିଳା ଏପରି କଲେ ତ ଅସୁବିଧା କୋଉଠି। ମଦ୍ୟପ ଯୁବକ ଯେଉଁଠି ଉତ୍ପାତ କରୁଛି, ବଡ଼ବଡିଆଙ୍କ ନାଁ ନେଇ ଧମକ ଦେଉଛି।ଯେଉଁଠି ଉପସ୍ଥିତ ପୁରୁଷ କର୍ମଚାରୀ ଚୁପ ହୋଇଗଲେ, ହେଲେ ମହିଳା ଜଣକ ନିଜର ସୁରକ୍ଷା ପାଇଁ ଭିଡିଓ କଲେ । ବଡିକ୍ୟାମ ନଥିବାରୁ ନିଜ ମୋବାଇଲରେ ସୁଟ କଲେ। ଘଟଣା ଯାହା ଘଟିଲା ତାହା ମିଡିଆ ଜରିଆରେ ସାମ୍ନାକୁ ଆସିଲା । ହଙ୍ଗାମା କରିଥିବା ଯୁବକକୁ ଗିରଫ କଲା ପୋଲିସ। ହେଲେ କେହି ପଦଟିଏ ମହିଳାର ସାହସିକତାର ପ୍ରଂଶସା ନକରି ବରଂ ତାକୁ ତାଗିଦ କରାଗଲା। କାରଣ ଏ ଘଟଣା ପାଇଁ କାହାର ନାଁ ବଦନାମ ହେଲା। ଆଉ ଉପରିସ୍ଥଙ୍କ ଆକ୍ରୋଶ ସୁଜାଇଵାକୁ ଯାଇ ମହିଳାଙ୍କୁ ପ୍ରଶଂସା ବଦଳରେ ତାଗିତ କରାଗଲା । ଏହାଦ୍ବାରା ମହିଳାର ମନୋବଳକୁ ନେଇ ପ୍ରଶ୍ନ ଉଠିଛି। କ’ଣ ଆଗକୁ ଏପରି ବଡ଼ ବଡିଆଙ୍କ ନାଁ କହୁଥିବା ଲୋକକୁ ମହିଳା ଟ୍ରାଫିକ ପୋଲିସ କିପରି ଅଟକାଇବ? ତାକୁ ସୁରକ୍ଷା କିଏ ଦେବ ତାର କାମ ପାଇ ସାବାସି ମିଳିବ ନା କଡା ତାଗିଦ ମିଳିବ ତାକୁ ନେଇ ପୋଲିସ ମହଲରେ ଚାରିଆଡେ ଚର୍ଚ୍ଚା ? ମହିଳାଙ୍କର ଭୁଲ କ’ଣ ହେଲା ? କାହିଁକି ଏତେ ପାଲା ? କାହାର ଅସୁବିଧା କଣ ହେଲା?

ତେବେ ସୂଚନା ମୁତାବକ ଫାୟାର ଷ୍ଟେସନ ଛକରେ ଲକଡାଉନ ଚେକିଂ ହେଉଥିଲା। ରବିବାର ସନ୍ଧ୍ୟା ସମୟରେ ଜଣେ ଯୁବକ ସିଆରପି ପଟୁ ଆସିଲେ। ଲେଡି ଟ୍ରାଫିକ କର୍ମଚାରି ଅର୍ଚ୍ଚନା ବେହେରା ଯୁବକୁ ଅଟକାଇଲେ। ହେଲେ ଯୁବକ ଜଣକ ନିଜକୁ ମିନିଷ୍ଟର ପୁଅ କହି ଉତ୍ପାତ ମଚାଇଲେ। ହେଲେ ପାଖରେ ଥିଲେ ୫ରୁ ୭ଜଣ ପୁରୁଷ କନଷ୍ଟେବଳ ଓ ଜଣେ ଡବଲ ଷ୍ଟାର ଅଫିସର ଥିଲେ। ହେଲେ କେହି ଯୁବକର ପାଖ ମାଡିଲେ ନାହିଁ କାରଣ ଯୁବକ ଜଣକ ନାଁ ନେଉଥିଲେ ମନ୍ତ୍ରୀଙ୍କର ଓ ଜଣେ ଡିସିପି ପାହ୍ୟା ଅଫିସରଙ୍କର।

କିନ୍ତୁ ସାହସର ସହ ମହିଳା ଟ୍ରାଫିକ କର୍ମଚାରୀ ସାହସର ସହ ସମ୍ପୃକ୍ତ ଯୁବକକୁ ଅଟକାଇ ଛାଡିଲେ ନାହିଁ, ଫାଇନ ଦିଅନ୍ତୁ ନଚେତ ଥାନାକୁ ଚାଲନ୍ତୁ ବୋଲି କହିଥିଲେ। ଏପରିକି ସେହି ଯୁବକ ମୋବାଇଲରେ କାହାକୁ ଫୋନ କରି ପୋଲିସକୁ ଧମକାଇ ଚାଲିଥିଲା ଏହା ସହ ତା ସହ କଥା ହୁଅନ୍ତୁ ବୋଲି କହିଚାଲିଥିଲା। ପରେ ସେହି ଯୁବକକୁ ଖଣ୍ଡଗିରି ଥାନାକୁ ନେଇ ଅଟକ ରଖିବା ପରେ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ। ତେବେ ଯୁବକ ଜଣକ ମନ୍ତ୍ରୀଙ୍କ ପୁଅ ନୁହେଁ ବରଂ ସେ ଜୀବନଜ୍ୟୋତି ମଲ୍ଲିକ ବୋଲି ଜଣାପଡିଥିଲା। ଯେକି ମଦ ପିଇ ଆସି ପୋଲିସକୁ ଦୁର୍ଵବହାର ସହ ଗାଳି ଗୁଲଜ କରୁଥିବା ଅଭିଯୋଗରେ ପୋଲିସ ଗିରଫ କରିଛି। ତେବେ ଘଟଣା ସାମ୍ନାକୁ ଆସିବା ପରେ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିକ୍ରିୟା ରଖିଥିଲେ ଯେ ସେ ତାଙ୍କର ପୁଅ ନୁହେଁ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.