ETV Bharat / city

ଟେକ୍ନୋଲୋଜି ଭରସାରେ କମିଶନରେଟ ପୋଲିସ, ବ୍ୟବହାର ହେଉନାହିଁ ଲ୍ୟାପଟପ୍ - ପୋଲିସ କମିସନର

କମିଶନରେଟ ପୋଲିସ ଅଧିନରେ ଥିବା ସମସ୍ତ ଥାନାରେ ଉପଲବ୍ଧ ରହିଛି ନୂତନ ଜ୍ଞାନକୌଶଳ । ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଛି ଲ୍ୟାପଟପ୍ ଓ ହାଇସ୍ପିଡ୍ ଟ୍ୟାବ୍ । ତଥାପି ବ୍ୟବହାର ଉପଯୋଗୀ ହେଉନାହିଁ ଏହି ଜ୍ଞାନକୈଶଳ । ଏହା କମିଶନରେଟ ପୋଲିସ ପାଇଁ ସାଜିଛି ମୁଣ୍ଡବ୍ୟଥାର କାରଣ ।

ଡ଼ିଜାଇନ ଫଟୋ
author img

By

Published : Aug 30, 2019, 8:58 PM IST

ଭୁବନେଶ୍ବର: ରାଜଧାନୀର ସବୁ ଥାନାକୁ ମିଳିଲା ଲ୍ୟାପଟପ୍ । ଏହା ସହିତ ଯୋଗାଇ ଦିଆଯାଇଛି ହାଇ ସ୍ପେଶିଫାଏଡ ଟ୍ୟାବ୍ । ସମସ୍ତ ସୁବିଧା ସତ୍ବେ ମଧ୍ୟ କମିଶନରେଟ ପୋଲିସ ଅଧିନରେ ଥିବା ଥାନାରେ ବ୍ୟବହାର ହେଉନାହିଁ ଟେକ୍ନୋଲୋଜି । ଯାହା ଏବେ ନୂତନ ପୋଲିସ କମିସନର ଡଃ ସୁଧାଶୁଂ ଷଡଙ୍ଗୀକୁ ପର୍ଯ୍ୟବେକ୍ଷଣ କରିବାର ସମୟ ଆସିଛି ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ନୂଆ ଜ୍ଞାନକୌଶଳ ଉପଯୋଗ ନହେବାର ଅନେକ କାରଣ ରହିଛି

  • ଅଧିକାଂଶ ଥାନା କର୍ମଚାରୀଙ୍କ ଏ ସମ୍ପର୍କରେ ଜ୍ଞାନର ଅଭାବ ରହିଛି
  • କମ୍ପ୍ୟୁଟର ଚଲାଇବା ଜାଣିଥିଲେ ମଧ୍ୟ ଲ୍ୟାପଟପ୍ ବା ଟ୍ୟାବ୍ ବ୍ୟବହାର କରିବା କର୍ମଚାରୀଙ୍କ ପାଇଁ ସହଜ ହେଉନାହିଁ
  • ଅଧିକାଂଶ ସମୟରେ ଟ୍ୟାବରେ ସିମ ନଥିଲେ ଲ୍ୟାପଟପ ପାଇଁ ଇଣ୍ଟରନେଟ କନେକ୍ସନ ନାହିଁ
  • ଘଟଣାସ୍ଥଳରେ ଟ୍ୟାବରେ ଫଟୋ କିମ୍ବା ଡାଟା ଲୋଡ କରିବା ସମୟ ଉପଯୋଗୀ ହେଉନାହିଁ
  • ଯେହେତୁ ସିସିଟିଏନଏସ ର ସ୍ବତନ୍ତ୍ର ଆପ ନାହିଁ ତେଣୁ ଏହା ସହଜ ମଧ୍ୟ ହେଉନାହିଁ

ଛୋଟ ଲେଟରରେ ତଦନ୍ତକାରୀ ଅଧିକାରୀ ତଥ୍ୟକୁ ଘଟଣାସ୍ଥଳରୁ ଲେଖି ଅପଲୋଡ କରିବା ସହଜ ହେଉନାହିଁ । ଯେଉଁ ଥାନାରେ କମ୍ପ୍ୟୁଟର ରହିଛି ସେହି ଥାନାରେ ବିଜୁଳି ସମସ୍ୟା ଏପରିକି ଇଣ୍ଟରନେଟ ସୁବିଧା ନାହିଁ । ଅନେକ ଥାନାରେ ବ୍ୟାକ୍ଅପ ସିଷ୍ଟମ ନଥିବା ଯୋଗୁଁ କେତେବେଳେ ଲାଇନ ନାହିଁ ତ କେତେବେଳେ ଇଣ୍ଟରନେଟ ଲିଙ୍କ ନାହିଁ । ଡାଟା ଅପଲୋଡ କରିବାରେ ଉପୁଜୁଛି ଅନେକ ସମସ୍ୟା । ଯେଉଁ କାରଣରୁ ଅନେକ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ସମ୍ପର୍କରେ ପୋଲିସ ଅବଗତ ଥିଲେ ବି ନୂତନ ପୋଲିସ ଅଧିକାରୀ ଅବଗତ ହେଉ ପାରୁନାହାଁନ୍ତି ।

ଏହାର ଜ୍ବଳନ୍ତ ଉଦାହରଣ ହେଉଛି ଇନଫୋସିଟି ଥାନା । କମିଶନରେଟ ପୋଲିସର ସାଇବର ଥାନା ଭାବେ ପରିଚିତ ଏହି ଥାନା । ଏଠାରେ ଉପଲବ୍ଧ ରହିଛି ସମସ୍ତ କମ୍ପାନୀର ସଫ୍ଟୱେୟାର । କିନ୍ତୁ ଏଠାରେ ଅନେକ ସମୟରେ ବିଜୁଳି କାଟ୍ ପାଲଟିଛି ମୁଖ୍ୟ ସମସ୍ୟା । ଇଣ୍ଟରନେଟ ଏଠାରେ ଆହୁରି ଦୁର୍ଦିଷ । ସାଇବର ଅପରାଧ ରଖିବା ତ ଦୂରର କଥା ହେଲେ ସମାଧାନ କରିବା ଆହୁରି କଷ୍ଟକର । ସେହିପରି ଚନ୍ଦକା, ବାଲିଅନ୍ତା ଓ ବାଲିପାଟଣା ଭଳି ଅନେକ ଥାନାର ଅବସ୍ଥା ଆହୁରି ଶୋଚନୀୟ ।

ତେବେ ଏନେଇ ପୋଲିସ କମିସନର କହିଛନ୍ତି, ସିଷ୍ଟମ ରହିଛି କେବଳ ଭିତ୍ତିଭୂମି ଅଭାବ ରହିଛି । ଗୋଟିଏ ଖରାପ ହେଲେ ଚାରୋଟି ଲାଗିବାର ସୁବିଧା ରହିଛି । ତଳସ୍ତରର ପୋଲିସ କର୍ମଚାରୀଙ୍କ ଅସୁବିଧା ସମ୍ପର୍କରେ ଅବଗତ ହେବେ ବଡ ଉପରିସ୍ତ ପୋଲିସ ଅଧିକାରୀ । ଏବଂ ଟେକ୍ନୋଲୋଜି ଦୁନିଆରେ କେବେ ପୋଲିସ ଅଭ୍ୟସ୍ତ ହୋଇ ସମସ୍ୟା ସମାଧାନ କରିବ ତାହା ଅଧିକାଶଂରେ ପୋଲିସ ପାଇଁ ଚିନ୍ତାଜନକ ବିଷୟ ପାଲଟିଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Intro:ଟେକନଲୋଜିର ଭରଷାରେ ପୋଲିସ,
ଲ୍ଯାପଟପ,ଟ୍ଯାବ ବ୍ଯବହାର ହେଉନିBody:

ସବୁ ଥାନାକୁ ଲ୍ଯାପଟପ ମିଳିଲା। ତା ସହିତ ହାଇ ସ୍ପେଶିଫାଏଡ ଟ୍ଯାବ ମଧ୍ଯ।ହେଲେ ଏତେ ସୁବିଧା ସତ୍ବେ କାହିଁକି କମିସନରେଟ ପୋଲିସ ଅଧିନରେ ଥିବା ଥାନାରେ ବ୍ଯବହାର ଉପଯୋଗି ହେଉନି ଏହି ଟେକନୋଲୋଜି।ଯାହା ଏବେ ନୁତନ ପୋଲିସ କମିସନର ଡଃ ସୁଧାଶୁ ସରଙ୍ଗିକୁ କୁ ପର୍ଯବେକ୍ଷଣ କରିବାର ସମୟ ଆସିଛି। ୧- ଥାନାରେ ଥିବା କର୍ମଚାରି ଅଧିକାଶଁରେ ଏ ସମ୍ପର୍କରେ ଗ୍ଯାନର ଅଭାବ ରହିଛି୨- କମ୍ପୁଟର ଜାଣିଥିଲେ ମଧ୍ଯ ଲ୍ଯାପଟପ ବା ଟ୍ଯାବ ବ୍ଯବହାର କରିବା କର୍ମଚାରିଙ୍କ ପାଇଁ ସହଜ ହେଉନି।୩-ଟ୍ଯାବରେ ସିମ ନଥିଲେ ଲ୍ଯାପଟପ ପାଇଁ ଇଣ୍ଟରନେଟ କନେକ୍ସନ ନାହିଁ।୪-ଘଟଣା ସ୍ଥଳରେ ଟ୍ଯାବରେ ଫଟୋ କିମ୍ବା ଡାଟା ଲୋଡ କରିବା ସମୟଉପଯୋଗି ହେଉଛି। ୫-ଯେହେତୁ ସିସିଟିଏନଏସ ର ସ୍ବତନ୍ତ୍ର ଆପ ନାହିଁ ତେଣୁ ଏହା ସହଜ ହେଉନି। ଛୋଟ ଛୋଟ ଲେଟରରେ ତଦନ୍ତକାରି ଅଧିକାରି ଘଟଣା ସମ୍ପର୍କରେ ଘଟଣା ସ୍ଥଳରୁ ଲେଖି ଅପଲୋଡ ସହଜ ହେଉନି।୬-ମୋବାଇଲରେ ଫଟୋ ଉଠାଇ ଆଣି ଥାନାରେ କମ୍ପୁଟର ରେ ସିସିଟିଏନଏସ ସାଇଟ ଖୋଲି ଡାଟା ଅପଲୋଡ ବା ଫଟୋ ଅପଲୋଡ କରିବା ସହଜ ହେଉଛି। ୫-ଯେଉଁ ଥାନାରେ କମ୍ପୁଟର ରହିଛି ସେହି ଥାନାରେ ବିଜୁଳି ସମସ୍ଯା ଏପରିକି ଇଣ୍ଟରନେଟ ସୁବିଧାନାହିଁ।ବ୍ଯାକଅପ ସିଷ୍ଟମ ନଥିବା ଯୋଗୁଁ କେତେବେଳେ ଲାଇନ ନାହିଁ ତ କେତେବେଳେ ଇଣ୍ଟରନେଟ ଲିଙ୍କ ନାହିଁ । ଡାଟା ଅପଲୋଡ ହେଉଛି ଅନେକ ସମସ୍ଯା।ଯେଉଁ କାରଣରୁ ଅନେକ ହାର୍ଡକୋର ଅପରାଧି ସମ୍ପର୍କରେ ପୋଲିସ ଅବଗତ ଥିଲେ ବି ବଦଳୁଥିବା ନୁତନ ପୋଲିସ ଅଧିକାରି ଅପରାଧିଙ୍କ ସମ୍ପର୍କରେ ଜାଣି ହେଉନି।
ତେବେ ଯାହାର ଜ୍ବଳନ୍ତ ଉଦାହରଣ ହେଉଛି ଇନଫୋସିଟି ଥାନା। ସମସ୍ତ ସଫ୍ଟୱେୟାର କମ୍ପାନି ରହିଥିବା ଏହି ଥାନାକୁ ସାଇବର ଥାନା ଭାବେ କମିସନରେଟ ପୋଲିସରେ ପରିଚିତ। ଏଠାରେ ଅନେକ ସମୟରେ ବିଜୁଳି ସମସ୍ଯା ଇଣ୍ଟରନେଟ କଥା କହିଲେ ଆହୁରି ଦୁର୍ବିଷ।ଯେଉଁଠି ସାଇବର ଅପରାଧ ରଖିବା ତ ଦୁରର କଥା ସମାଧାନ କରିବା କଷ୍ଟକର।ସେହିପରି ଚନ୍ଦକା ଓ ବାଲିଅନ୍ତା ଓ ବାଲିପାଟଣା ଭଳି ଅନେକ ଥାନାର ଅବସ୍ଥା ଢିଲା। ତେବେ ଏନେଇ ପୋଲିସ କମିସନର କହିଛନ୍ତି ସିଷ୍ଟମ ରହିଛି କେବଳ ଭିତିଭୁମି ଅଭାବ ରହିଛି। ଗୋଟିଏ ଖରାପ ହେଲେ ଚାରୋଟି ଲାଗିବାର ସୁବିଧା ରହିଛି। ତେବେ କେବେ ଏସମସ୍ଯା ସୁଧୁରିବ। ତଳସ୍ତରର ପୋଲିସ କର୍ମଚାରିଙ୍କ ଅସୁବିଧା ସମ୍ପର୍କରେ ଅବଗତ ହେବେ ବଡ ଉପରିସ୍ତ ପୋଲିସ ଅଧିକାରି। ଏବେଂ ଟେକନୋଲୋଜିର ଦୁନିଆରେ କେବେ ପୋଲିସ ଅଭ୍ଯସ୍ତ ହୋଇ ସମସ୍ଯା ସମାଧାନ କରିବ ତାହା ଚିନ୍ତାଜନକ ବିଷୟ ହୋଇଛି କମିସନରେଟ ପୋଲିସ ପାଇଁ।
Conclusion:ବାଇଟ-ଏସ ଏନ ତିୱାରି,ପୁର୍ବତନ ପୋଲିସ ଡିଜି
ବାଇଟ-ଡଃ ସୁଧାଶୁ ସରଙ୍ଗି,ପୋଲିସ କମିସନର
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.