ETV Bharat / city

୧୦ ଟଙ୍କା ପାଇଁ ୧୦ଟି ଚେଙ୍କ, ଚାଓମିନ ମାଲିକ ଗିରଫ - ମାଲିକ ଗିରଫ

ରାଜଧାନୀର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଆଦିତ୍ଯନଗରର ବୋତଣ୍ଡାର ଚାଉମିନ ଫ୍ଯାକ୍ଟ୍ରିର ମାଲିକକୁ ଶିଶୁ ଶ୍ରମିକ ଭାବେ ପିଲାଙ୍କୁ ଖଟାଉଥିବା ଅଭିଯୋଗରେ ପୋଲିସ ଗିରଫ କରିଛି।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 22, 2019, 4:32 AM IST

ଭୁବନେଶ୍ବର: ସୀମା ଲଂଙ୍ଘିଲା ମାନବିକତା । ସାମାନ୍ୟ 10 ଟଙ୍କା ପାଇଁ ଭୁଲିଗଲା ହିତାହିତ ଜ୍ଞାନ । ଜଣେ 12 ବର୍ଷର ଶିଶୁ 10 ଟଙ୍କା ମାଗିବାରୁ ଚାଓମିନ ମାଲିକ ଦେଇଛି 10ଟି ଚେଙ୍କ । ରାଜଧାନୀର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଆଦିତ୍ଯନଗରର ବୋତଣ୍ଡାର ଚାଉମିନ ଫ୍ଯାକ୍ଟ୍ରିର ମାଲିକକୁ ଶିଶୁ ଶ୍ରମିକ ଭାବେ ପିଲାଙ୍କୁ ଖଟାଉଥିବା ଅଭିଯୋଗରେ ପୋଲିସ ଗିରଫ କରିଛି।

ଗିରଫ ହୋଇଥିବା ଅଭିଯୁକ୍ତ ଚାଓମିନ ମାଲିକ ଜଣକ ହେଲେ ରାହୁଲ କୁମାର । ସୂଚନା ମୁତାବକ, ରବିବାର ପ୍ରାୟ ଦିନ ୪ଟା ସମୟରେ ଶିଶୁ ଶ୍ରମିକ ଅଭିଯୋଗ ନେଇ ଚାଇଲ୍ଡ ଲାଇନକୁ ଖବର ମିଳିଥିଲା ।

ଜଣେ ଚାଉମିନ ଫ୍ଯାକ୍ଟ୍ରିର ମାଲିକ ୧୨ ବର୍ଷର ଶିଶୁକୁ ନିଜ ଫ୍ଯାକ୍ଟ୍ରିରେ କାମ କରାଇବା ସହ ନିର୍ଯ୍ୟାତନା ଦେଉଛନ୍ତି । ମାଲିକର ନିର୍ଯ୍ୟାତନା ଆଉ ସହ୍ଯ କରି ନପାରି ଶିଶୁଟି ଲୁଚି ପାଖ ପଡୋଶୀଙ୍କ ପାଖରେ କହିଥିଲା। ଏନେଇ ସବୁ ଜାଣିବା ପରେ ପଡୋଶୀ ଜଣକ ଚାଇଲ୍ଡ ଲାଇନକୁ ଖବର ଦେଇଥିଲେ ।

ପରେ ଚାଇଲ୍ଡ ଲାଇନ ପକ୍ଷରୁ ଶିଶୁଟିକୁ ଉଦ୍ଧାର କରି ପୋଲିସକୁ ଜଣାଇବା ପରେ ସମ୍ପୃକ୍ତ ଚାଉମିନ ଫ୍ଯାକ୍ଟ୍ରି ମାଲିକ ରାହୁଲ କୁମାରକୁ ଗିରଫ କରିଛି କମିସନରେଟ ପୋଲିସ। ତେବେ ଉଦ୍ଧାର ହୋଇଥିବା ପିଲାଟି ଝାରଖଣ୍ଡ ଅଞ୍ଚଳର ବୋଲି ଜଣାପଡିଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:୧୦ ଟଙ୍କା ପାଇଁ ୧୦ଟି ଚେଙ୍କ ,
ଶିଶୁ ଶ୍ରମିକ ପାଇଁ ମାଲିକ ଗିରଫBody:

ସିମା ଟପିଲା ଚାଉମିନ କମ୍ପାନି ମାଲିକ।ସାମାନ୍ଯ ୧୦ ଟଙ୍କା ପାଇଁ ଭୁଲିଗଲା ହିତାହିତ ଗ୍ଯାନ।୧୨ ବର୍ଷର ଶିଶୁ ୧୦ ଟଙ୍କା ମାଗିବାରୁ ଅତ୍ଯାଚାର ସୁରୁପ ୧୦ଟି ଦେଇଥିଲା ଚେଙ୍କ। ଶିଶୁ ଶ୍ରମିକ ଭାବେ ଖଟାଉଥିବା ରାଜଧାନୀର ଏୟାରଫିଲଡ ଥାନା ଅନ୍ତର୍ଗତ ଆଦିତ୍ଯନଗରର ବୋତଣ୍ଡାର ଚାଉମିନ ଫ୍ଯାକ୍ଟ୍ରିର ମାଲିକକୁ ଶିଶୁ ଶ୍ରମିକ ଅଭିଯୋଗରେ ପୋଲିସ କରିଛି ଗିରଫ।ତେବେନ ଅଭିଯୁକ୍ତର ନା ରାହୁଲ କୁମାର । ସୁଚନା ମୁତାବକ ରବିବାର ପ୍ରାୟ ଦିନ ୪ଟା ସମୟରେ ଚାଇଲଡ ଲାଇନକୁ ଖବର ଆସିଥିଲା ଶିଶୁ ଶ୍ରମିକ ଅଭିଯୋଗ। ଜଣେ ଚାଉମିନ ଫ୍ଯାକ୍ଟ୍ରିର ମାଲିକ ସେହି ଫ୍ଯାକ୍ଟ୍ରିରେ କାମ କରୁଥିବା ୧୨ ବର୍ଷର ଶିଷୁ ୧୦ ଟଙ୍କା ମାଗିବାରୁ କାକୁ ଦେଇଛି ୧୦ ଟି ଚେଙ୍କ। ଏପରିକି ନିର୍ଦୟ ଭାବେ ମାଡ ମାରିଛନ୍ତି। ତେବେ ଶିଷୁଟି ଲୁଚି ପାଖରେ ଜଣେ ଲୋକର ଘରେ ପହଂଚି ଏପରି ଜଣାଇବା ପରେ ସମ୍ପୃକ୍ତ ପଡୋଶି ଜଣକ ଚାଇଲଡ ଲାଇନକୁନଖବର ଦେଇଥିଲେ ପରେ ଶିଶୁଟିକୁ ଉଦ୍ଧାର ପରେ ପୋଲିସକୁଶଜଣାଇବା ପରେ ସମ୍ପୃକ୍ତ ଚାଉମିନ ଫ୍ଯାକ୍ଟ୍ରି ମାଲିକ ରାହୁଲ କୁମାର
କୁ ଗିରଫ କରିଛି କମିସନରେଟ ପୋଲିସ।ତେବେ ପିଲାଟି ଝାରଖଣ୍ଡ ଅଂଚଳର ବୋଲି ଜଣାପଡିଛି।
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.