ETV Bharat / city

ଓଟିଭି କାର୍ଯ୍ୟାଳୟରେ ପହଞ୍ଚିଲା ଅରିନ୍ଦମଙ୍କ ପାର୍ଥିବ ଶରୀର, ସହକର୍ମୀ ଦେଲେ ଶ୍ରଦ୍ଧାଞ୍ଜଳି - ଅରିନ୍ଦମଙ୍କୁ ଶେଷ ଦର୍ଶନ

ଓଟିଭ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଲା ଅରିନ୍ଦମଙ୍କ ପାର୍ଥିବ ଶରୀର । ସେଠାରେ ଅରିନ୍ଦମଙ୍କୁ ତାଙ୍କ ସହକର୍ମୀ ଓ ବରିଷ୍ଠ ଅଧିକାରୀ ଶେଷ ଦର୍ଶନ କରିଛନ୍ତି । ଅଧିକ ପଢ଼ନ୍ତୁ...

ଓଟିଭି କାର୍ଯ୍ୟାଳୟରେ ପହଞ୍ଚିଲା ଅରିନ୍ଦମଙ୍କ ପାର୍ଥିବ ଶରୀର, ସହକର୍ମୀ ଦେଲେ ଶ୍ରଦ୍ଧାଞ୍ଜଳୀ

author img

By

Published : Sep 24, 2021, 7:01 PM IST

ଭୁବନେଶ୍ବର: ଓଟିଭ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଲା ଅରିନ୍ଦମଙ୍କ ପାର୍ଥିବ ଶରୀର । ସେଠାରେ ଅରିନ୍ଦମଙ୍କୁ ତାଙ୍କ ସହକର୍ମୀ ଓ ବରିଷ୍ଠ ଅଧିକାରୀ ଶେଷ ଦର୍ଶନ କରିଛନ୍ତି । ଲୁହଭିଜା ଶ୍ରଦ୍ଧାଞ୍ଜଳି ଦେଇ.. କେହି ଆଉଁଶି ଦେଉଛି ତ କେହି ତାଙ୍କ ପାର୍ଥିବ ଶରୀର ଚାହିଁ ଲୁହ ଗଡ଼ାଇବାରେ ଲାଗିଛି । କେହି ବିଶ୍ବାସ କରି ପାରୁନାହାନ୍ତି ଯେ ସେହି ବାହାଦୁର ସାହାସୀ ଚିଫ୍‌ ରିପୋର୍ଟର ଆଉ କେବେ ଅଫିସ୍‌ ଆସିବେ ନାହିଁ । ସେହି ହସହସ ମୁହଁ ଏବେଠାରୁ ଇତିହାସ ପାଲଟିଯିବ । କାନ୍ଦି କାନ୍ଦି ସହକର୍ମୀମାନେ ଦେଉଛନ୍ତି ଶେଷ ବିଦାୟ । ପ୍ରତ୍ୟେକଙ୍କ ମୁହଁରେ ଗୋଟିଏ କଥା, ଅଲବିଦା ଅରିନ୍ଦମ...

ଓଟିଭି କାର୍ଯ୍ୟାଳୟରେ ପହଞ୍ଚିଲା ଅରିନ୍ଦମଙ୍କ ପାର୍ଥିବ ଶରୀର, ସହକର୍ମୀ ଦେଲେ ଶ୍ରଦ୍ଧାଞ୍ଜଳୀ

କଟକ ମୁଣ୍ଡଳୀ ବ୍ୟାରେଜରେ ଦୀର୍ଘ ଦୁଇ ୯ ଘଣ୍ଟା ଧରି ଫସି ରହିଥିଲା ଗଜରାଜ । ହାତୀକୁ ଉଦ୍ଧାର କରିବା ପାଇଁ ଯାଇଥିବାବେଳେ ଓଡ୍ରାଫ ଡଙ୍ଗା ଓଲଟି ପଡ଼ିଥିଲା । ଏଥିରେ ସାମିଲ ଥିଲେ ଓଟିଭିର ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସ ଓ କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା । ହାତୀ ପାଖକୁ ଗଲାବେଳେ ଓଡ୍ରାଫ ଡଙ୍ଗାଟି ପାଣିର ପ୍ରଖର ସ୍ରୋତରେ ଭାସି ଯାଇଥିଲା । ହଠାତ ଡଙ୍ଗାଟିର ଯନ୍ତ୍ର ମଧ୍ୟ କାର୍ଯ୍ୟକ୍ଷମ ହୋଇନଥିଲା । ଡଙ୍ଗାରେ ଥିବା ୭ ରୁ ୮ ଜଣ ଓଡ୍ରାଫ କର୍ମଚାରୀ ସମେତ ଗଣମାଧ୍ୟମ କର୍ମଚାରୀ ପ୍ରଖର ପାଣି ସୁଅରେ ଓଡ୍ରାଫ ଡଙ୍ଗାକୁ ଧରି ରହିଥିଲେ । ଏହା ପରେ ସେମାନଙ୍କୁ ଦଉଡି ସାହାଯ୍ୟରେ ତୁରନ୍ତ ଉଦ୍ଧାର କର୍ଯ୍ୟ ଆରମ୍ଭ କରାଯାଇଥିଲା । ଉଭୟଙ୍କୁ ଗୁରୁତର ଭାବରେ ଉଦ୍ଧାର କରି କଟକ ଏସସିବିିରେ ଭର୍ତ୍ତି କରାଯାଇଥିଲା । ହେଲେ ଏସସିବିରେ ପହଞ୍ଚିବା ବେଳେ ଅରିନ୍ଦମ ମୃତ୍ୟୁବରଣ କରିସାରିଥିଲା ।

ଜଣେ ସାହାସୀ ସାମ୍ବାଦିକ ଭାବରେ ସାରା ରାଜ୍ୟରେ ବେସ୍‌ ଖ୍ୟାତି ଅର୍ଜନ କରିଥିଲେ ଅରିନ୍ଦମ । ତାଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି କେନ୍ଦ୍ର ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସଭିଏଁ ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.