ଭୁବନେଶ୍ବର: ଲଗାଣ ବର୍ଷା ଯୋଗୁଁ (Heavy rainfall in odisha)ବନ୍ୟା ସ୍ଥିତି ଧୀରେ ଧୀରେ ଗମ୍ଭୀର ହେବାକୁ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟା ସ୍ଥିତିର ସମୀକ୍ଷା କରୁଛନ୍ତି । ମୁଖ୍ୟ ଶାସନ ସଚିବ, ସ୍ବତନ୍ତ୍ର ରିଲିଫ କମିଶନର, ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ଓ ବନ୍ୟା ପ୍ରଭାବିତ 7ଟି ଜିଲ୍ଲାର ଜିଲ୍ଲାପାଳ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥିବା ସୂଚନା ରହିଛି ।
ମହାନଦୀର କରାଳ ରୂପ ଯୋଗୁଁ ଏହାର ଏକାଧିକ ଶାଖା ନଦୀରେ ଘାଇ ସୃଷ୍ଟି ହୋଇଛି । ଫଳରେ ଶହ ଶହ ଏକର ଚାଷଜମିରେ ବର୍ତ୍ତମାନ ବନ୍ୟାପାଣି ପ୍ରଭାବିତ ହେଉଛି । ରାଜ୍ୟ ସରକାର ପୂର୍ବରୁ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ବୋଲି କହିଥିଲେ । ମାତ୍ର ଉପରମୁଣ୍ଡରୁ ହୀରାକୁଦ ଜଳଭଣ୍ଡାରକୁ ଅଧିକ ଦଳ ପ୍ରବେଶ ଯୋଗୁଁ ଦଳଭଣ୍ଡାରର ଅଧିକ ଗେଟ୍ ଖୋଲାଯାଇଥିଲା, ଯାହା ବନ୍ୟା ସ୍ଥିତିକୁ ସଙ୍ଗୀନ କରିଛି ।
ଇଟିଭି ଭାରତ, ଭୁବନେଶ୍ବର