ଭୁବନେଶ୍ବର: ମୋଦି ସରକାରଙ୍କ ଦ୍ବିତୀୟ ପାଳିରେ ଆଗତ ହୋଇଥିବା ବଜେଟ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥର ବଜେଟ୍ରେ ଦୂରଦୃଷ୍ଟି ରହିଛି, ଯାହା ଦେଶର ହିତରେ ଆସିବ ବୋଲି କହିଛନ୍ତି ନବୀନ ।
ଏଥର ବଜେଟ୍ରେ ସ୍ଵାସ୍ଥ୍ୟ, ଶିକ୍ଷା ,ପାନୀୟଜଳ, ମହିଳା ସଶକ୍ତି କରଣ ଓ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଇଥିବା ହେତୁ ନବୀନ ଏହି ବଜେଟକୁ ସ୍ଵାଗତ କରିଛନ୍ତି । ନରେଗା ଓ ଏସିଏସଟି ଯୋଜନାରେ ଅର୍ଥ କାଟ୍, ସେହିପରି ରେଳବାଇରେ ଅଧିକ ଅର୍ଥ ବ୍ୟୟ ବରାଦ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଏହାକୁ ସ୍ଵାଗତ କରିଥିବା ବେଳେ ଓଡିଶା ରେଳ ବଜେଟରେ ଅଧିକ ପାଇବ ବୋଲି ଆଶାବାଦୀ ଅଛନ୍ତି ।
ଏପଟେ କିନ୍ତୁ ଜାତୀୟ ପ୍ରକଳ୍ପର କମ୍ ଅର୍ଥ ବ୍ୟୟବରାଦ ହୋଇଥିବାରୁ ଅନ୍ୟ ରାଜ୍ୟରେ ଗମନାଗମନ ଉପରେ ପ୍ରଭାବିତ କରିବ ବୋଲି ସେ ଆଶଙ୍କା ପ୍ରକଟ କରିଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା, ଆବାସ ଯୋଜନା, ସ୍ଵଚ୍ଛ ଭାରତ ଯୋଜନା ଅଧିକ ଗୁରୁତ୍ୱ ଦିଆଯାଇଛି । କାଳିଆ ଯୋଜନା ଭଳି ପିଏମ୍ କିଶାନ ଯୋଜନାରେ ଅଧିକ ଅର୍ଥ ଦିଆଯିବ ବୋଲି ନବୀନ ଆଶା ପ୍ରକଟ କରିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ