ETV Bharat / city

କାହା ମୁଣ୍ଡରେ ନବୀନ ବାନ୍ଧିବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ମୁକୁଟ

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦରୁ ଅବସର ନେଲେ କିଶୋର ମହାନ୍ତି। ତେବେ ତାଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ସ୍ଥିତି ବଦଳି ସମ୍ପୂର୍ଣ୍ଣ ବଦଳି ଯାଇଛି। ସେ ଏବେ ବ୍ରଜରାଜନଗରର ନୂଆ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ତେବେ ତାଙ୍କର ଅବସର ପରେ କେଉଁ ନେତାଙ୍କୁ ଏହି ପଦ ମିଳିବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

author img

By

Published : Jun 28, 2019, 10:59 AM IST

Updated : Jun 28, 2019, 1:23 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ଭୁବନେଶ୍ବର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦରୁ ଅବସର ନେଲେ କିଶୋର ମହାନ୍ତି। ତେବେ ତାଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ସ୍ଥିତି ବଦଳି ସମ୍ପୂର୍ଣ୍ଣ ବଦଳି ଯାଇଛି। ସେ ଏବେ ବ୍ରଜରାଜନଗରର ନୂଆ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ତେଣୁ ବିକାଶ ପରିଷଦ ଅଧ୍ୟକ୍ଷ ପଦରେ ଖୁବ୍‌ଶୀଘ୍ର ଜଣେ ନୂଆ ନେତାଙ୍କୁ ନିଯୁକ୍ତି ମିଳିବ ବୋଲି ସ୍ପଷ୍ଟ ହୋଇଯାଇଛି। ତେବେ ମହାନ୍ତିଙ୍କ ଅବସର ପରେ କେଉଁ ନେତାଙ୍କୁ ଏହି ପଦ ମିଳିବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ତେବେ ଏହି ନିଯୁକ୍ତି ମିଳିବା ପୂର୍ବରୁ ପୂର୍ବ ପୌର ନିର୍ବାଚନ, ମନ୍ତ୍ରୀପଦ ପାଇ ନଥିବା ଜିଲ୍ଲାର ଦାବିଦାରି, ନେତାଙ୍କ ଛବି ଓ ଦଳ ପ୍ରତି ଆନୁଗତ୍ୟ ଆଦିକୁ ବିଚାରକୁ ନିଯାଇପାରେ। ସଦ୍ୟ ସମାପ୍ତ ନିର୍ବାଚନରେ ପରାଜିତ ହୋଇଥିବା ବିଜେଡିର କିଛି ପ୍ରମୁଖ ପ୍ରାର୍ଥୀ ବା ଦଳୀୟ ଟିକେଟରୁ ବଞ୍ଚିତ କିଛି ପ୍ରମୁଖ ଦାବିଦାରଙ୍କ ମଧ୍ୟରୁ ଜଣକୁ ଏହି ପଦରେ ବସାଯିବା ସମ୍ଭାବନା ଅଧିକ। ଏହି ପଦ ପାଇଁ ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀ, ଇଂ ନଳିନୀକାନ୍ତ ପ୍ରଧାନ, ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂହ ଏବଂ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ପ୍ରମୁଖଙ୍କ ନାଁ ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ ଲଗାତାର ଦ୍ବିତୀୟଥର ପାଇଁ ମନ୍ତ୍ରୀ ଶୂନ୍ୟ ହୋଇଥିବା ରାଜ୍ୟର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଜିଲ୍ଲା ସମ୍ବଲପୁରକୁ ଏଥିପାଇଁ ପ୍ରଥମେ ବିଚାରକୁ ନିଆଯାଇପାରେ। ଏପରି ହେଲେ ସମ୍ବଲପୁର ଆସନରୁ ଖୁବ କମ ଭୋଟରେ ପରାସ୍ତ ହୋଇଥିବା ରାସେଶ୍ବରୀ, ପଶ୍ଚିମ ଓଡ଼ିଶାରେ ସବୁଠୁ କମ ବ୍ୟବଧାନରେ ହାରିଥିବା ସାଂସଦ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଆସିପାରନ୍ତି।

ସେହିପରି ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ୨୦୧୪ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେଡିକୁ ଆସି ପରାସ୍ତ ହୋଇଥିଲେ। ୨୦୧୯ ରେ ତାଙ୍କ ଟିକେଟ କଟାଯାଇ ଶେଷ ମୁହୂର୍ତ୍ତରେ ପୂର୍ବତନ ଝାରସୁଗୁଡ଼ା ବିଧାୟକ କିଶୋର ମହାନ୍ତିଙ୍କୁ ଦିଆଗଲା। ଏହି ସମୟରେ ଅନୁପଙ୍କୁ ଥଇଥାନର ପ୍ରତିଶ୍ରୁତି ଦିଆଯାଇଥିଲା। ବର୍ତ୍ତମାନ ନିର୍ବାଚନ ଶେଷ ହୋଇ ଥିବାବେଳେ ଅନୁପଙ୍କୁ କେଉଁ ଭଳି ଥଇଥାନ କରାଯିବ ତାହା ସଭିଁଙ୍କ ମନରେ ବଡ଼ ପ୍ରଶ୍ନ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ତେବେ ବିକାଶ ପରିଷଦ ଅଧ୍ୟକ୍ଷ ପଦ ୫ ବର୍ଷ ଧରି ଝାରସୁଗୁଡ଼ା ଜିଲ୍ଲା ହାତରେ ଥିବାରୁ ପୁଣିଥରେ ସେହି ଜିଲ୍ଲାର ଜଣେ ନେତାଙ୍କୁ ଏହି ପଦ ଦିଆଯିବା ନେଇ ସନ୍ଦେହ ରହିଛି। ପୁଣି ଜିଲ୍ଲାର ଦୁଇ ବିଧାୟକଙ୍କ ମଧ୍ୟରୁ ଜଣେ କ୍ୟାବିନେଟ୍ ମନ୍ତ୍ରୀ ହୋଇଛନ୍ତି। ତେଣୁ ମନ୍ତ୍ରୀଶୂନ୍ୟ ଜିଲ୍ଲାଭାବେ ସମ୍ବଲପୁର ବା ସୁନ୍ଦରଗଡ଼ର ଦାବିଦାରି ଅଧିକ ରହିଛି।

କଂଗ୍ରେସରୁ ଆସି ବିଜେଡିରେ ମିଶିଥିବା ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂହ ବି ନିର୍ବାଚନ ହାରିଛନ୍ତି। ଜଣେ ଆଦିବାସୀ ନେତାଭାବେ ସେ ମଧ୍ୟ ଏହି ଦୌଡ଼ରେ ଅଛନ୍ତି। ଅନ୍ୟପକ୍ଷେ ଏହି ପଦରେ ବଲାଙ୍ଗୀର ଜିଲ୍ଲାରେ ରାଜ ପରିବାରରୁ ଜଣକୁ ଥଇଥାନ କରିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ସିଂହଦେଓଙ୍କ ଦୁଇ ପୁଅ କଳିକେଶ ଏବଂ ଅର୍କେଶ ଏହି ନିର୍ବାଚନରେ ପରାସ୍ତ ହୋଇଥିବାରୁ ପୂର୍ବତନ ସାଂସଦ କଳିକେଶଙ୍କୁ ଏହି ପଦ ମିଳିବ ବୋଲି କୁହାଯାଉଛି। ତେଣୁ ମୁଖ୍ୟମନ୍ତ୍ରୀ କାହାକୁ ବିକାଶ ପରିଷଦର ରାଜ ଗାଦିରେ ବସାଉଛନ୍ତି ତାହା ଆଉ କିଛି ଦିନ ମଧ୍ୟରେ ସ୍ପ‌ଷ୍ଟ ହେବ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:Body:

z dcc

Conclusion:
Last Updated : Jun 28, 2019, 1:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.