ETV Bharat / city

ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ 3 ପ୍ରସ୍ତାବ - Naveen Pattnaik's demands to PM Modi

ପିଏମ-ସିଏମଙ୍କ ଆଲୋଚନାରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ 3ଟି ପ୍ରସ୍ତାବ । ଉପସାଗରୀୟ ଦେଶଗୁଡିକରେ ଫସି ରହିଥିବା ଓଡିଆଙ୍କୁ ଫେରାଇ ଆଣିବାକୁ ନବୀନଙ୍କ ଅନୁରୋଧ । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ 3 ପ୍ରସ୍ତାବ
ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ 3 ପ୍ରସ୍ତାବ
author img

By

Published : Jun 17, 2020, 8:52 PM IST

ଭୁବନେଶ୍ବର: ମହାମାରୀ କୋରୋନାର ମୁକାବିଲା ପାଇଁ 15ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଆଲୋଚନାରେ ସାମିଲ ହୋଇଥିଲେ । ତେବେ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଆଗରେ 3 ଟି ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ।

ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ 3 ପ୍ରସ୍ତାବ
ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ 3 ପ୍ରସ୍ତାବ

ରାଜ୍ୟରେ ଯୁକ୍ତ 2 ପରୀକ୍ଷା ସରିବା ପରେ ଜାତୀୟ ସ୍ଥରୀୟ ପରୀକ୍ଷା ହେଉ ବୋଲି କହିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏବେ ବି ଅନେକ ଓଡିଆ ଉପସାଗରୀୟ ଦେଶଗୁଡିକରେ ଫସି ରହିଛନ୍ତି । ଯେହେତୁ ଏମାନେ କମ ଦରମା ପାଉଛନ୍ତି, ଏଥିପାଇଁ ଏମାନଙ୍କୁ ଫେରାଇ ଆଣିବାକୁ ସେ ଅନୁରୋଧ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, କୋରୋନା ପାଇଁ ଜୁନ ମାସ ନିର୍ଣ୍ଣାୟକ । ଅନେକ ପ୍ରବାସୀ ଓଡିଆ ରାଜ୍ୟକୁ ଫେରିସାରିଛନ୍ତି । ମୌସୁମୀ ମଧ୍ୟ ଆରମ୍ଭ ହୋଇଯାଇଛି । ଏଥିପାଇଁ ରାଜ୍ୟକୁ ଆସୁଥିବା ଟ୍ରେନ ଓ ବିମାନ ଉପରେ କଟକଣା ଲଗାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଅପିଲ କରିଛନ୍ତି ନବୀନ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.