ଭୁବନେଶ୍ବର: ଲକଡାଉନ ପାଇଁ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡିଆଙ୍କ ଅବସ୍ଥା ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାହାର ରାଜ୍ୟରେ ଫସିରହିଥିବା ଲକ୍ଷ ଲକ୍ଷ ଓଡିଆ ଭାଇ ଭଉଣୀଙ୍କ ଅବସ୍ଥା ଅତ୍ୟନ୍ତ କଷ୍ଟ ଦେଇଥିବା କହିଛନ୍ତି ନବୀନ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଲକଡାଉନ ଯୋଗୁଁ ଅନ୍ୟ ରାଜ୍ୟର ତୀର୍ଥ ପାଇଁ ଯାଇଥିବା ଲୋକ, ଛାତ୍ରଛାତ୍ରୀ, ଚାକିରିଆ, ଶ୍ରମିକଙ୍କ ଭଳି ଲକ୍ଷ ଲକ୍ଷ ଓଡିଆ ଭାଇଭଉଣୀ ଫେରି ପାରୁନାହାନ୍ତି । ଓଡିଶା ତଥା ଅନ୍ୟ ରାଜ୍ୟର ଉଦ୍ୟମ ସତ୍ତ୍ବେ ଏମାନଙ୍କ ଅବସ୍ଥା ସ୍ବାଭାବିକ୍ ହୋଇପାରିନାହିଁ । ତେବେ ଲକଡାଉନ ଉଠିଲେ ଏହି ଭାଇଭଉଣୀମାନଙ୍କୁ ବାହାର ରାଜ୍ୟରୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ ବୋଲି ନବୀନ କହିଛନ୍ତି । ସମସ୍ୟା ବହୁତ ବଡ ହୋଇଥିବାରୁ ଧର୍ଯ୍ୟ ଧରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।
ନବୀନ କହିଛନ୍ତି, ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାରୁ ରାଜ୍ୟବାସୀଙ୍କ ତ୍ୟାଗ ରହିଛି । ଅନ୍ୟପକ୍ଷେ ଅନ୍ୟରାଜ୍ୟର ଯେଉଁମାନେ ଓଡିଶାରେ ରହିଯାଇଛନ୍ତି, ସେମାନଙ୍କର ଯତ୍ନ ନିଆଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ