ETV Bharat / city

‘ନବୀନ ନିବାସ ନ ଆସି ଗରିବଙ୍କୁ ସାହାଯ୍ୟ କର’

author img

By

Published : Oct 15, 2020, 2:03 PM IST

ଚଳିତ ବର୍ଷ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍‌ କାରଣରୁ ମୁଖ୍ୟମନ୍ତ୍ରୀ ଜନ୍ମଦିନ ପାଳିବେନି ବୋଲି କହିଛନ୍ତି ।

‘ନବୀନ ନିବାସ ନ ଆସି ଗରିବଙ୍କୁ ସାହାଯ୍ୟ କର’
‘ନବୀନ ନିବାସ ନ ଆସି ଗରିବଙ୍କୁ ସାହାଯ୍ୟ କର’

ଭୁବନେଶ୍ବର: କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ବର୍ଷ ଜନ୍ମଦିନ ପାଳନ କରିବେ ନାହିଁ । ଆସନ୍ତାକାଲି (ଶୁକ୍ରବାର) ତାଙ୍କର ଜନ୍ମଦିନ ଥିବାବେଳେ ସେ ପାଳନ କରିବେ ନାହିଁ ବୋଲି କହିଛନ୍ତି ।

ଓଡିଶାବାସୀଙ୍କ ଭଲପାଇବା ଓ ଶୁଭେଚ୍ଛା ନିମନ୍ତେ ସବୁବେଳେ ଋଣୀ ଥିବା ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି । ହେଲେ ଆଠ ମାସ ହେଲା କୋଭିଡ ଯୋଗୁଁ ସମସ୍ତେ କଠିନ ସମୟ ଦେଇ ଗତି କରୁଛନ୍ତି । ତେଣୁ ଆସନ୍ତାକାଲି ନବୀନ ନିବାସ ନ ଆସି ଗରିବ ଲୋକଙ୍କୁ ସାହାଯ୍ୟ କରିବା, ରକ୍ତଦାନ ଏବଂ ପ୍ଲାଜମା ଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.