ଭୁବନେଶ୍ବର: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ କଥା ହେଲେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟା ପରବର୍ତ୍ତୀ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ଓଡିଶା ପ୍ରସ୍ତୁତ ବୋଲି କହିଛନ୍ତି ନବୀନ। ଏଭଳି ସଙ୍କଟ ସମୟରେ ପଶ୍ଚିମବଙ୍ଗ ସହିତ ଓଡିଶା ଛିଡା ହେବ ବୋଲି ଗୁରୁବାର ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କହିଥଲେ। ଏହାସହ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କ ସହିତ ଯୋଗାଯୋଗ ରଖିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।
ମହାବାତ୍ୟା ଅମ୍ଫାନ ପ୍ରଭାବରେ ପଶ୍ଚିମବଙ୍ଗରେ ବ୍ୟାପକ ଧନଜୀବନ ହାନି ହୋଇଛି । 160ରୁ 180 ବେଗର ପବନର ତାଣ୍ଡବ ରାଜ୍ୟକୁ ଛାରଖାର କରିଦେଇଛି । ଏପରିସ୍ଥିତିରେ ପଡୋଶୀ ପଶ୍ଚମିବଙ୍ଗ ସହ କାନ୍ଧରେ କାନ୍ଧ ମିଶାଇ ଛିଡା ହେବାକୁ ପ୍ରତିଶ୍ରୃତି ଦେଇଛି ଓଡିଶା ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ