ETV Bharat / city

ଜନ୍ମ ବାର୍ଷିକୀରେ ବାଲ୍‌ ଗଙ୍ଗାଧର ତିଲକ, ଚନ୍ଦ୍ରଶେଖର ଆଜାଦଙ୍କୁ ନବୀନଙ୍କ ଶ୍ରଦ୍ଧାଞ୍ଜଳି

author img

By

Published : Jul 23, 2019, 2:18 PM IST

ଭାରତୀୟ ସ୍ଵତନ୍ତ୍ରତା ସଂଗ୍ରାମରେ ଅବିସ୍ମରଣୀୟ ଅବଦାନ ରଖିଥିବା ମହାନ ଦେଶଭକ୍ତ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକ ଓ ଚନ୍ଦ୍ରଶେଖର ଆଜାଦଙ୍କୁ ସେମାନଙ୍କ ଜନ୍ମ ଜୟନ୍ତୀରେ ସ୍ମରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ବିଟ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ନବୀନ ।

ଡିଜାଇନ ଫଟୋ

ଭୁବନେଶ୍ବର: ବାଲ୍‌ ଗଙ୍ଗାଧର ତିଲକ ଓ ଚନ୍ଦ୍ରଶେଖର ଆଜାଦଙ୍କୁ ସେମାନଙ୍କ ଜନ୍ମ ବାର୍ଷିକୀରେ ସ୍ମରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

bal-gangadhar-tilak, ଜନ୍ମ ବାର୍ଷିକୀ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ ଟ୍ୱିଟର@Naveen_Odisha

ଭାରତୀୟ ସ୍ଵତନ୍ତ୍ରତା ସଂଗ୍ରାମରେ ଅବିସ୍ମରଣୀୟ ଅବଦାନ ରଖିଥିବା ମହାନ ଦେଶଭକ୍ତ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକଙ୍କୁ ଟ୍ବିଟ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ନବୀନ ପଟ୍ଟନାୟକ । ସ୍ବଦେଶୀ ଆନ୍ଦୋଳନର ପ୍ରମୁଖ ମଙ୍ଗୁଆଳ ଓ ସ୍ବରାଜର ଜଣେ କଟ୍ଟର ସମର୍ଥକ ଥିଲେ ବୋଲି କହିଛନ୍ତି । ସ୍ବତନ୍ତ୍ରତା ସଂଗ୍ରାମରେ ତାଙ୍କ ଅବଦାନ ଚିରସ୍ମରଣୀୟ ବୋଲି ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ।

chandrashekhar-azad, ଜନ୍ମ ବାର୍ଷିକୀ

ଏହାସହ ଚନ୍ଦ୍ରଶେଖର ଆଜାଦଙ୍କୁ ଜନ୍ମ ବାର୍ଷିକୀରେ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଜଣେ କ୍ରାନ୍ତିକାରୀ ସ୍ବାଧୀନତା ସଂଗ୍ରାମୀ ଓ ଯୁବ ଆଦର୍ଶଙ୍କୁ ଜନ୍ମ ଜୟନ୍ତୀରେ ସ୍ମରଣ କରିଛନ୍ତି ନବୀନ । ଦେଶମାତୃକା ପାଇଁ ବୀରତ୍ବ ପ୍ରଦର୍ଶନ କରିବା ସହ ବଳିଦାନ ଦେଇଥିବା ଏହି ମହାନ୍‌ ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବାଲ୍‌ ଗଙ୍ଗାଧର ତିଲକ ୨୩ ଜୁଲାଇ ୧୮୫୬ ମସିହାରେ ଜଣେ ମରାଠୀ ବ୍ରାହ୍ମଣ ପରିବାରରେ ମହାରାଷ୍ଟ୍ରର ରତ୍ନଗିରିଠାରେ ଜନ୍ମ ଗ୍ରହଣ କରିଥିଲେ । 1 ଅଗଷ୍ଟ 190ରେ ସେ ଦେହତ୍ୟାଗ କରିଥିଲେ ।

ସେହିପରି ଚନ୍ଦ୍ରଶେଖର ଆଜାଦ 23 ଜୁଲାଇ 1906 ମସିହାରେ ଭାବ୍ରାରେ ଜନ୍ମ ଗ୍ରହଣ କରିଥିଲେ । 27 ଫେବୃଆରୀ 1931ରେ ତାଙ୍କର ଦେହାନ୍ତ ହୋଇଥିଲା ।

Intro:Body:

rakesh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.