ETV Bharat / city

କଟକଣା ମଧ୍ୟରେ ବିଜୁ ବାବୁଙ୍କ ଶ୍ରାଦ୍ଧ ପାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ପୁରୀକୁ ବାଦ୍

author img

By

Published : Apr 13, 2021, 4:09 PM IST

କୋଭିଡ କଟକଣା ମଧ୍ୟରେ ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ କରିବାକୁ ସମସ୍ତ ଦଳୀୟ କର୍ମକର୍ତ୍ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ....

କଟକଣା ମଧ୍ୟରେ ବିୁଜୁ ବାବୁଙ୍କ ଶ୍ରାଦ୍ଧ ପାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ପୁରୀକୁ ବାଦ୍

ଭୁବନେଶ୍ବର: ଆସନ୍ତା ଏପ୍ରିଲ ୧୭ରେ ଜନନାୟକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ପ୍ରତ୍ୟେକ ବର୍ଷ ବିଜୁବାବୁଙ୍କ ତିରୋଧାନ ଦିବସକୁ ନିରାଡମ୍ବର ଭାବେ ପାଳନ କରାଯାଉଛି । ଚଳିତ ବର୍ଷ ପ୍ରବାଦ ପୁରୁଷଙ୍କ ଶ୍ରାଦ୍ଧ ଦିବସରୁ ରାଜ୍ୟସ୍ତରରେ ଏବଂ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ କୋଭିଡ କଟକଣାରେ ପାଳନ କରିବାକୁ ଦଳର ସବୁ ରାଜ୍ୟ କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସାଂସଦ, ବିଧାୟକ, ଜିଲ୍ଲା ସଭାପତି ଓ ଦଳୀୟ ନେତା ଏବଂ କର୍ମୀଙ୍କୁ ଏନେଇ ଚିଠି ଲେଖିଛନ୍ତି ନବୀନ । ଏହି ଦିବସରେ ପ୍ରତ୍ୟେକ ସଦସ୍ୟ ବିଜୁ ବାବୁଙ୍କ ଅଭିଳାଷିତ ଓଡ଼ିଶା ଗଠନ ପାଇଁ ଏକମନ ଏକପ୍ରାଣ ହୋଇ କାର୍ଯ୍ୟ କରିବାକୁ ସଂକଳ୍ପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେହିପରି ଓଡିଶା ‘ମୋ ପରିବାର’ ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ରକ୍ତଦାନ ଶିବିର ଆୟୋଜନ କରିବାକୁ ନବୀନ ପରାମର୍ଶ ଦେଇଛନ୍ତି । ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ରକ୍ତଦାନ ଶିବିର ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ।

ରାଜ୍ୟ ଏବେ କଷ୍ଟକର ସମୟ ଦେଇ ଗତି କରୁଛି । ବିଜୁ ବାବୁ ସବୁବେଳେ ଲୋକସେବାକୁ ସର୍ବାଧିକ ଗୁରୁତ୍ବ ଦେଉଥିଲେ, କୋଭିଡ ସମୟରେ ତାଙ୍କର ଏହି ସେବା ମନୋଭାବକୁ ଆହୁରି ବୃଦ୍ଧି କରିବାର ଆବଶ୍ୟକତା ରହିଥିବା ନବୀନ କହିଛନ୍ତି । ଲୋକଙ୍କୁ ସଚେତନ କରିବାକୁ ଦଳୀୟ ନେତା ଓ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସମଗ୍ର ଓଡିଶାକୁ ଗୋଟିଏ ପରିବାର ଭାବେ ବିବେଚନା କରି ନିଜର ସାରା ଜୀବନ ଓଡ଼ିଶାବାସୀଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ଉତ୍ସର୍ଗ କରିଥିବା ବିଜୁବାବୁଙ୍କ ପ୍ରତି ଏହାହିଁ ଆମର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ୧୭ ରେ ପିପିଲି ଉପନିର୍ବାଚନ ଥିବାରୁ ପୁରୀରେ ବିଜୁ ତିରୋଧାନ ଦିବସ ପାଳିତ ହେବନାହିଁ ବୋଲି ଜଣାପଡିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.