ETV Bharat / city

ଉଦ୍‌ଘାଟିତ ହେଲା ଖାରବେଳ ଭବନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦଘାଟିତ ହୋଇଛି ଖାରବେଳ ଭବନ । ଏହି ଭବନରେ ରାଜ୍ୟ ସରକାରଙ୍କ 11ଟି ପ୍ରମୁଖ ବିଭାଗ ରହିବ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Aug 15, 2019, 8:15 PM IST

ଭୁବନେଶ୍ବର: ଦୀର୍ଘ ଦିନର ଅପେକ୍ଷା ପରେ ଉଦ୍‌ଘାଟିତ ହୋଇଛି ଖାରବେଳ ଭବନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖାରବେଳ ଭବନକୁ ଉଦଘାଟନ କରିଛନ୍ତି । ଭବନରେ ରହିବ ରାଜ୍ୟ ସରକାରଙ୍କ 11ଟି ପ୍ରମୁଖ ବିଭାଗ । ଉକ୍ତ ବିଭାଗ ଗୁଡିକ ହେଉଛି, ଶିଳ୍ପ, ବାଣିଜ୍ୟ, ପରିବହନ, ନଗର ଉନ୍ନୟନ, ଶକ୍ତି, କ୍ଷୁଦ୍ର ଅଣୁକ୍ଷୁଦ୍ର, ବିଜ୍ଞାନ କାରିଗରୀ ପ୍ରଯୁକ୍ତି ବିଦ୍ୟା, ଦକ୍ଷତା ବିକାଶ, ଜଙ୍ଗଲ ଓ ପରିବେଶ, ହସ୍ତତନ୍ତ ବୟନ ଶିଳ୍ପ ।

8.3 ଏକର ଜାଗାରେ ନିର୍ମିତ ଏହି ଭବନରେ ରହିଛି ଅତ୍ୟାଧୁନିକ ସୁବିଧା ସୁଯୋଗ । ଅଷ୍ଟମ ମହଲାରେ ରହିବ ମୁଖ୍ୟମନ୍ତ୍ରୀଙ୍କ ବିଶ୍ରାମ ସ୍ଥଳୀ ଓ ସମ୍ମିଳନୀ କକ୍ଷ । ତେବେ ମୁଖ୍ୟମନ୍ତ୍ରୀଙ୍କ ପରି ସମସ୍ତ ମନ୍ତ୍ରୀଙ୍କ ନିଜସ୍ବ କାର୍ଯ୍ୟାଳୟ ମଧ୍ୟ ରହିବ । ଏହି ଭବନ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି 128 କୋଟି ଟଙ୍କା ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.