ETV Bharat / city

ବାଣପୁର ଗ୍ୟାସ ସିଲିଣ୍ଡର ଦୁର୍ଘଟଣା: ସହାୟତା ସହ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ - ବାଣପୁର ଗ୍ୟାସ ଦୁର୍ଘଟଣାରେ ସହାୟତା

ବାଣପୁରର ଗମ୍ଭାରୀ ମୁଣ୍ଡା ଗାଁରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ଗଭୀର ଶୋକବ୍ୟକ୍ତ କରିବା ସହ ପରିବାରବର୍ଗ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ...

ବାଣପୁର ଗ୍ୟାସ ସିଲିଣ୍ଡର ଦୁର୍ଘଟଣା: ସହାୟତା ସହ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ

author img

By

Published : Aug 20, 2021, 3:32 PM IST

ଭୁବନେଶ୍ବର: ବାଣପୁରର ଗମ୍ଭାରୀ ମୁଣ୍ଡା ଗାଁରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ଗଭୀର ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୃତକଙ୍କ ପରିବାରବର୍ଗ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ବାଣପୁରର ଗମ୍ଭାରୀ ମୁଣ୍ଡା ଗାଁରେ ଗ୍ୟାସ ସିଲିଣ୍ଡର ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।

ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ସହ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତି ମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତା ସାଙ୍ଗକୁ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଗତକାଲି (ଗୁରୁବାର) ସକାଳ ୭.୩୦ଟା ବେଳେ ଖୋର୍ଦ୍ଧା ବାଣପୁରସ୍ଥିତ ଗମ୍ଭାରୀମୁଣ୍ଡା ଗ୍ରାମରେ ଏକ ଘରେ ଗ୍ୟାସ୍ ସିଲିଣ୍ଡର ଲିକ୍ ହୋଇଥିଲା । ଗ୍ୟାସ ଗନ୍ଧ ଜାଣିପାରି ପଡ଼ିଶାର କିଛି ଲୋକ ସେହି ଗ୍ୟାସ୍ ଲିକକୁ ବନ୍ଦ କରିବାକୁ ଘର ଭିତରକୁ ପ୍ରବେଶ କରିଥିଲେ । ଦୁର୍ଭାଗ୍ୟବଶତଃ କୌଣସି କାରଣରୁ ସେଠାରେ ଲିକ ସିଲିଣ୍ଡର ସହ ଅଗ୍ନି ସଂଯୋଗ ହୋଇଯିବାରୁ ଏହା ଅଚାନକ ବିସ୍ଫୋରଣ ହୋଇଥିଲା ।

ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୭ ଜଣଙ୍କ ସମେତ ମୋଟ ୧୦ ଜଣ ଆହତ ହୋଇଛନ୍ତି । ୪ ଜଣ ବ୍ୟକ୍ତିଙ୍କ ୯୦ ଭାଗ ଶରୀର ପୋଡ଼ିଯାଇଥିବା ବେଳେ ୨ ଜଣଙ୍କ ୭୦ ଭାଗ ଶରୀର ପୋଡ଼ି ହୋଇଯାଇଛି । ସେମାନଙ୍କ ମଧ୍ୟରୁ ୫ଜଣ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବାବେଳେ ଜଣେ କଟକ ବଡ଼ ମେଡ଼ିକାଲର ଭର୍ତ୍ତି ହୋଇଛନ୍ତି । ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କର ଆଜି(ଶୁକ୍ରବାର) ମୃତ୍ୟୁ ହୋଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.