ETV Bharat / city

ପୂରିଲା ପଞ୍ଚମ ପାଳିର ଦ୍ବିତୀୟ ବର୍ଷ, ବିପର୍ଯ୍ୟୟ ମୁକାବିଲାରେ ଦେଶର ଏକ ନମ୍ବର ନବୀନ - ମାଡିଆସୁଛି ବିପର୍ଯ୍ୟୟ ପରେ ବିପର୍ଯ୍ୟୟ

ପଞ୍ଚମ ପାଳିର ଦ୍ବିତୀୟ ବର୍ଷ ପୂରଣ କଲେ ନବୀନ ସରକାର । ପ୍ରାକୃତିକ ବିପର୍ଯ୍ୟୟ ସହ ମୁକାବିଲା କରି ଦେଶରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ସାଜିଛନ୍ତି ନବୀନ । ଅଧିକ ପଢନ୍ତୁ...

CM Naveen Pattnaik
ମାଡିଆସୁଛି ବିପର୍ଯ୍ୟୟ ପରେ ବିପର୍ଯ୍ୟୟ: ନବୀନଙ୍କ ନେତୃତ୍ବରେ ମୁକାବିଲା କରୁଛି ଓଡିଶା
author img

By

Published : May 29, 2021, 5:09 PM IST

Updated : May 29, 2021, 5:23 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରଙ୍କ ପଞ୍ଚମ ପାଳିର ଦ୍ବିତୀୟ ବର୍ଷ ପୂରିଛି । ଗତ ଦୁଇବର୍ଷ ରାଜ୍ୟ ସରକାରଙ୍କ ପାଇଁ ଥିଲା ବେଶ ଚ୍ୟାଲେଞ୍ଜପୂର୍ଣ୍ଣ । ସାମନା କରିଛି ଏକାଧିକ ପ୍ରାକୃତିକ ବିପର୍ଯ୍ୟୟ, ଦୈବି ଦୁର୍ବିପାକ ଠୁ ମହାମାରୀ କୋରୋନା । କୋଭିଡ୍ ପ୍ରକୋପ ମଧ୍ୟରେ ନବୀନ ପଞ୍ଚମ ପାଳିର ଦ୍ବିତୀୟ ବର୍ଷ ପୂରଣ କରିଛନ୍ତି । ଏହି ସମୟ ମଧ୍ୟରେ ରାଜ୍ୟ ସମ୍ମୁଖୀନ କରିଛି ଆମ୍ଫାନ, ଫନି, ୟସ ଭଳି ଅତି ଭୀଷଣ ସାମୁଦ୍ରିକ ଝଡବାତ୍ୟା । ଏହା ସହ ଗତବର୍ଷ ଠୁ ସାରା ବିଶ୍ବକୁ କବଳିତ କରିଥିବା ମହାମାରୀ କୋରୋନାକୁ ମଧ୍ୟ ସାମନା କରିଛନ୍ତି ଏବଂ ଏହା ବିରୋଧରେ ଜାରି ରହିଛି ଲଢେଇ ।

2019 ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଏକକ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କିରିଛନ୍ତି । ଏହା ନବୀନଙ୍କ ଥିଲା ଲଗାତାର ପଞ୍ଚମ ପାଳି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ପାଳିର ଦ୍ବିତୀୟ ବର୍ଷ ପୂରଣ କରିଛନ୍ତି । ଏହାରି ମଧ୍ୟରେ ରାଜ୍ୟ ସାମନା କିଛି ସାମୁଦ୍ରିକ ବାତ୍ୟା । 2019 ରେ ସାମୁଦ୍ରିକ ବାତ୍ୟା ଅମ୍ଫାନ ଆସି ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ସେହିପରି 2020ରେ ବାତ୍ୟା ଫନିକୁ ସାମନା କରିଥିବାବେଳେ 2021ରେ ବାତ୍ୟା ୟସକୁ ସାମନା କରିଛନ୍ତି ସରକାର । ପ୍ରତ୍ୟକ ବର୍ଷ ସାମୁଦ୍ରିକ ବାତ୍ୟା ଆସି ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାର ଗୁଡିକୁ ଛାରଖାର କରିଦେଇଥାଏ । ବାତ୍ୟା ପରବର୍ତ୍ତୀ ସ୍ଥିତି ରାଜ୍ୟର ଅର୍ଥନୀତିକୁ ଦହଲାଇ ଦେଇଥାଏ । ଏହି ସମୟରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତି ଭାବରେ କାର୍ଯ୍ୟ କରିଥାନ୍ତି । କିନ୍ତୁ ଚଳିତ ବର୍ଷ ମହାମାରୀ କୋରୋନା ମହାମାରୀ ଯୋଗୁଁ କେନ୍ଦ୍ରରୁ କୌଣସି ଆର୍ଥିକ ସହାୟତା ମାଗିନଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା କ୍ଷୟକ୍ଷତି ଆକଳନ କରିବା ପରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ 500 କୋଟି ଟଙ୍କା ଅର୍ଥ ପ୍ରଦାନ କରିଛନ୍ତି ।

CM Naveen Pattnaik
ମାଡିଆସୁଛି ବିପର୍ଯ୍ୟୟ ପରେ ବିପର୍ଯ୍ୟୟ: ନବୀନଙ୍କ ନେତୃତ୍ବରେ ମୁକାବିଲା କରୁଛି ଓଡିଶା
ସେପଟେ ରାଜ୍ୟରେ ମହାମାରୀ କୋରୋନା ରାଜ୍ୟର ଅର୍ଥନୀତିକୁ ଦୋହଲାଇ ଦେଇଛି । 2019ରେ କୋରୋନା ମହାମାରୀ ଯୋଗୁଁ ରାଜ୍ୟରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଠପ ହୋଇପଡିଛି । ସାଧାରଣ ଲୋକଙ୍କ ଜୀବନଯାପନ ଉପରେ ବେଶ ପ୍ରଭାବ ପକାଇଛି କୋରୋନା। ରାଜ୍ୟ ସରକାର ମହାମାରୀ କୋରୋନା ମୁକାବିଲା ଚ୍ୟାଲେ଼ଞ୍ଜ ଭାବରେ ସମ୍ମୁଖୀନ ହୋଇଛନ୍ତି । ମହାମାରୀକୁ ପରିଚାଳନା ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ପାଣ୍ଠି ଗଠନ କରିଛନ୍ତି । କୋରୋନାକୁ ମୁକିବିଲା ପାଇଁ ରାଜ୍ୟ ସରକାର ଯୁଦ୍ଧାକାଳୀନ ଭିତ୍ତିରେ ରାଜ୍ୟରେ ହସପିଟାଲ ଠୁ ଆରମ୍ଭ କରି ଟିଏମସି ସେଣ୍ଟର ସହ କୋଭିଡ ହସପିଟାଲ ଓ କୋଭିଡ କେୟାର ହସପିଟାଲ ପ୍ରସ୍ତୁତି କରିଥିଲେ । ଗ୍ରାମାଞ୍ଚଳରେ କୋରୋନା ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଥିଲେ । ସେହିପରି ସାରା ଦେଶରେ ମହାମାରୀ କୋରୋନାର ଦ୍ବିତୀୟ ପର୍ଯ୍ୟାୟ ପ୍ରକୋପ ଜାରୀ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶ ଗରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଦେଶରେ ଅମ୍ଲଜାନ ସଙ୍କଟ ଦେଖାଦେଇଥିବା ବେଳେ ରାଜ୍ୟର ବିଭିନ୍ନ ବୃହତ ଶିଳ୍ପ କାରଖାନାରେ ଗଚ୍ଛିତି ରହିଥିବା 23000 ମେଟ୍ରିକ ଟନ୍ ଅମ୍ଲଜାନକୁ ସାରା ଦେଶରେ ବିଭିନ୍ନ ରାଜ୍ୟକୁ ପ୍ରେରଣ କରିଥିଲେ । ସାରା ଦେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଏହା ସହ ରାଜ୍ୟ ସରକାର ମୁକ୍ତ ଟୀକାରକରଣ ପାଇଁ ଘୋଷଣା ସହ ଗ୍ଲୋବାଲ ଟେଣ୍ଡର ପାଇଁ ଆହ୍ବାନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମପାଳିର ଦୁଇ ବର୍ଷ ପୂର୍ତ୍ତି ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର। ଅର୍ଥନୀତି ଉପରେ କୋରୋନାର ପ୍ରଭାବ ଅନେକ ମାତ୍ରାରେ ପଡିଛି । ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ଜୀବନକୁ ପ୍ରାଥମିକତା ଦେଇଛନ୍ତି । ଅର୍ଥନୀତିକୁ ସୁଧାରିବାକୁ ପ୍ରୟାସ କରାଯାଉଛି । ଲୋକଙ୍କ ପ୍ରାଥମିକତା ଥିବା କାର୍ଯ୍ୟକ୍ରମ ପାଳନ କରିବାକୁ ପ୍ରୟାସ କରୁଛନ୍ତି ସରକାର । ଏମଏସଏମଇ, କୃଷି କ୍ଷେତ୍ରକୁ ଗୁରୁତ୍ବ ଦେଉଛନ୍ତି ସରକାର । ପ୍ରତି ଦ୍ବାରରେ ପହଞ୍ଚିବାକୁ ପ୍ରୟାସ କରୁଛନ୍ତି । ଆଗାମୀ ତିନି ବର୍ଷରେ ବି ଏହା ପ୍ରାଥମିକତା ହେବ । କୋଭିଡ ଚିକିତ୍ସାକୁ ମାଗଣାରେ କରିବାରେ ଓଡିଶା ପ୍ରଥମ । ଏମିତି ଅନେକ ପଦକ୍ଷେପ ରାଜ୍ୟ ସରକାର ପଞ୍ଚମ ପାଳିର ଦ୍ଵିତୀୟ ବର୍ଷରେ ନେଇଛନ୍ତି ।
ପୂରିଲା ପଞ୍ଚମ ପାଳିର ଦ୍ବିତୀୟ ବର୍ଷ, ବିପର୍ଯ୍ୟୟ ମୁକାବିଲାରେ ଦେଶର ଏକ ନମ୍ବର ନବୀନ
ତେବେ ସାରା ଦେଶରେ ଏକ ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ଭାବରେ ପଞ୍ଚମ ଥର ପାଇଁ ରାଜ୍ୟରେ ନିଜର ଲୋକପ୍ରିୟତା ଜାରି ରଖିଛନ୍ତି । ସାରା ଦେଶରେ ପ୍ରାକୃତିକ ଦୁର୍ବିପାକ ପରିଚାଳନା ହେଉ କିମ୍ବା ମହାମାରୀ କୋରୋନାରେ ଅମ୍ଲଜାନ ପରିଚାଳନାକୁ ନେଇ ସାରା ଦେଶରେ ନିଜର ସ୍ବତନ୍ତ୍ର ପରିଚନୟ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

Last Updated : May 29, 2021, 5:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.