ETV Bharat / city

ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର, ତଟରକ୍ଷୀ ବାହିନୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ

author img

By

Published : May 9, 2022, 9:56 PM IST

ଏୟାରଲିଫ୍ଟ ଦ୍ବାରା ମଝି ସମୁଦ୍ରରୁ ଓଡ଼ିଆ ମତ୍ସ୍ୟଜୀବୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଏହି ପ୍ରଶଂସନୀୟ ଉଦ୍ଧାର କାର୍ଯ୍ୟ ପାଇଁ ତଟରକ୍ଷୀ ବାହିନୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର, ତଟରଖୀ ବାହିନୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ

ଭୁବନେଶ୍ବର: ଅଶାନ୍ତ ସମୁଦ୍ରରେ ଫସିଥିବା ସମସ୍ତ 11 ମତ୍ସ୍ୟଜୀବୀ(Fishermen airlifted Safely) ଉଦ୍ଧାର ହୋଇଛନ୍ତି । ସୁରକ୍ଷିତ ଭାବେ ସମସ୍ତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର ପରେ ତଟରକ୍ଷୀ ବାହିନୀ(Indian Coast Guard)କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଉଦ୍ଧାରକାରୀ ଦଳକୁ ଧନ୍ୟବାଦ ଜଣାଇଛନ୍ତି ।

ଏହା ବି ପଢନ୍ତୁ- Airlift Operation: ସୁରକ୍ଷିତ ଉଦ୍ଧାର ପରେ ବ୍ରହ୍ମପୁର ଉପଜିଲ୍ଲାପାଳ, ମତ୍ସ୍ୟଜୀବୀଙ୍କ ପ୍ରତିକ୍ରିୟା

ଇଣ୍ଡିଆନ କୋଷ୍ଟ ଗାର୍ଡ, ଏସଆରସି, ଅଗ୍ନିଶମ ବିଭାଗ, ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ତ୍ବରିତ ଓ ସମନ୍ଵୟ ରକ୍ଷା କରି 11 ଜୀବନ ରକ୍ଷା କରିଥିବାରୁ ସମସ୍ତେ ପ୍ରଶଂସାର ପାତ୍ର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଜି ଅପରାହ୍ନ ପ୍ରାୟ 4.45 ମିନିଟ ସମୟରେ ଗଞ୍ଜାମ ଜିଲ୍ଲାର 11 ମତ୍ସ୍ୟଜୀବୀ ଅଶାନ୍ତ ସମୁଦ୍ରରେ ଫସି ରହିଥିଲେ । ମତ୍ସ୍ୟଜୀବୀଙ୍କୁ ଉଦ୍ଧାର ପାଇଁ ଗଞ୍ଜାମ ଜିଲ୍ଲାପାଳ ରାଜ୍ୟ ସରକାରଙ୍କ ସହଯୋଗ ଲୋଡିଥିଲେ ।

ଏହା ବି ପଢନ୍ତୁ- ଅଶାନ୍ତ ସମୁଦ୍ରରେ ଫସିଥିଲେ 11 ଓଡ଼ିଆ ମତ୍ସ୍ୟଜୀବୀ, ଏୟାରଲିଫ୍ଟ କଲା ତଟରକ୍ଷୀ ବାହିନୀ

ରାଜ୍ୟ ସରକାରଙ୍କ ଠାରୁ ସୂଚନା ପାଇ କୋଷ୍ଟ ଗାର୍ଡ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ବିଶାଖାପାଟଣାରୁ ଓଡ଼ିଶା ଫେରୁଥିବା ସମୟରେ ଅଶାନ୍ତ ସମୁଦ୍ରରେ ଫସିଯାଇଥିଲା ବୋଟ । ବୋଟରେ ଫସିଥିବା ସମସ୍ତ 11 ଓଡ଼ିଆ ମତ୍ସ୍ୟଜୀବୀ ବ୍ରହ୍ମପୁରର ଚିକିଟି ଅଞ୍ଚଳର ଥିଲେ । ବିଶାଖାପାଟଣାରୁ ଓଡ଼ିଶା ଫେରିବା ବେଳେ ପତିଶୋମାପୁର ନିକଟରେ ଏହି ଅଘଟଣ ଘଟିଥିଲା ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.