ETV Bharat / city

'ସାଧାରଣ ଲୋକ ମୁଖ୍ୟ କେନ୍ଦ୍ରବିନ୍ଦୁ' - 73ତମ ସ୍ବାଧୀନତା ଦିବସ

ସାରା ଦେଶ ଆଜି 73ତମ ସ୍ବାଧୀନତା ଦିବସ ପାଳନ କରୁଥିବାବେଳେ ଭୁବନେଶ୍ବର ୟୁନିଟ-3 ସ୍ଥିତ ପ୍ରଦର୍ଶନୀ ପଡିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିଛନ୍ତି । ସାଧାରଣ ଲୋକ ଆମର ସବୁ କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁ । ସେମାନଙ୍କୁ ସେମାନଙ୍କ ଅଧିକାର ଦେବା ପାଇଁ ଆମେ 5ଟି ମନ୍ତ୍ର କାର୍ଯ୍ୟକାରୀ କରିଛୁ । 5-Tକୁ ଭିତ୍ତି କରି ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 15, 2019, 12:23 PM IST

ଭୁବନେଶ୍ବର: ସାରା ଦେଶ ଆଜି ପାଳୁଛି 73ତମ ସ୍ବାଧୀନତା ଦିବସ । ଏହି ଅବସରରେ ଭୁବନେଶ୍ବର ୟୁନିଟ-3 ସ୍ଥିତ ପ୍ରଦର୍ଶନୀ ପଡିଆରେ ଆୟୋଜିତ ରାଜ୍ୟସ୍ତରୀୟ ପତାକା ଉତ୍ତୋଳନ ଓ ରାଷ୍ଟ୍ରୀୟ ସାଲ୍ୟୁଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଜାତୀୟ ପତାକା ଉତ୍ତୋଳନ ପରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସ୍ବାଧୀନତା ଦିବସ ଶୁଭେଚ୍ଛା ଜଣାଇ ଅଭିଭାଷଣ ଆରମ୍ଭ କରିଥିଲେ । ଏହା ପରେ ଜାତିର ପିତା ମହାତ୍ମା ଗାନ୍ଧୀ, ନେହେରୁ, ମୌଲାନା ଆଜାଦ, ଗୋପବନ୍ଧୁ ଦାସ, ନବକୃଷ୍ଣ ଚୌଧୁରୀ, ଲକ୍ଷ୍ମଣ ନାୟକ, ବିଜୁ ପଟ୍ଟନାୟକ ପ୍ରମୁଖ ବୀରମାନଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ସେ ଏହା ମଧ୍ୟ କହିଛନ୍ତି, ଚଳିତ ବର୍ଷ ମହାତ୍ମାଗାନ୍ଧୀଙ୍କ 150ତମ ଜନ୍ମ ଜୟନ୍ତୀ ପାଳନ ହେବ । ତାଙ୍କ ଆଦର୍ଶ ଓ ବିଚାର ଆମେ ଅଧିକ ଅନୁଭବ କରୁଛୁ । ଅହିଂସାକୁଲ ସମ୍ବିଧାନର ପ୍ରିୟମବଲରେ ସାମିଲ କରିବା ପାଇଁ ମୁଁ ଦାବି କରିଛି ।

ସାଧାରଣ ଲୋକ ଆମର ସବୁ କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁ । ସେମାନଙ୍କୁ ସେମାନଙ୍କ ଅଧିକାର ଦେବା ପାଇଁ ଆମେ 5ଟି ମନ୍ତ୍ର କାର୍ଯ୍ୟକାରୀ କରିଛୁ । 5-Tକୁ ଭିତ୍ତି କରି ଆମେ ଆରମ୍ଭ କରିଛୁ 'ମୋ ସରକାର' କାର୍ଯ୍ୟକ୍ରମ । ଅକ୍ଟୋବର 2 ତାରିଖରୁ ଏହା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ଏହା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟକାରୀ ହେବ । 2020 ମାର୍ଚ୍ଚ 5 ସୁଦ୍ଧା ସବୁ ବିଭାଗ ଏହାକୁ କାର୍ଯ୍ୟକାରୀ କରିବ । ମୁଁ ନିଜେ ଫୋନ କରି ଥାନା ଓ ସ୍ବାସ୍ଥ୍ୟବସ୍ଥା କିଭଳି ସୁବିଧା ପାଇଲେ ସେନେଇ ପଚାରିବି । ସରକାରୀ ଅଫିସରେ ଆପଣଙ୍କ ଅନୁଭବ ବିଷୟପେ ପଚାରି ବୁଝିବି ।

ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ମଧ୍ୟ ଆପଣଙ୍କୁ ଫୋନ କରି ଫିଡବ୍ୟାକ ନେବେ । ଖାଲି ସେତିକି ନୁହେଁ ଯେଁଉ ଗାଁକୁ ବିଜୁଳି ସଂଯୋଗ ନାହିଁ, ମାତ୍ର ଗୋଟିଏ ଖବର 48 ଘଣ୍ଟା ମଧ୍ୟରେ ବିଜୁଳି ଯୋଗାଇବ । ନୂଆ ଓଡିଶା ଗଠନ ପାଇଁ କାମ କରିବାକୁ ନିଜ ଅଭିଭାଷଣ ବେଳେ ଆହ୍ଵାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ସ୍ଵାଧୀନତା ଦିବସ ଅବସରରେ ସ୍ଵାଗତ ଜଣାଉଛି ।ଜାତିର ପିତା ଗନ୍ଧି,ନେହେରୁ ,ମୈଲାନା ଆଜାଦ ଗୋପବନ୍ଧୁ ଦାସ ,ନବକୃଷ୍ଣ ଚୈଧୁରୀ ,ଲକ୍ଷ୍ମଣ ନାୟକ ,ବିଜୁପଟନାୟକ ପ୍ରମୁଖ ବୀର ମାନଙ୍କୁ ମନେପକାଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।୧୫୦ ତମ ଜନ୍ମ ଜୟନ୍ତୀ ମହତ୍ମାଗାନ୍ଦି ଆଦର୍ଶ ।ଅହଂଶା କୁ ପ୍ରିୟମବଲ ରେ ସାମିଲ କରିବା ପାଇଁ ଦାବି କରିଛି ।ସାଧାରଣ ଲୋକ ଙ୍କ ପାଇଁ ଆମେ ୫ଟି ମନ୍ତ୍ର କରିଛୁ ।ଲୋକଙ୍କ ସେବା ପାଇଁ କାମ କରିଚାଲିଛନ୍ତି।ମୋ ସରକାର ୫ଟି ।ଅକ୍ଟୋବର ର୨ତାରିଖରେ ଆରମ୍ଭ ହେବ ।ମୁଖ୍ୟମନ୍ତ୍ରୀ ନିଜେ ଫୋନ କରି ବେ ।ଥାନା ଓ ସ୍ବାସ୍ଥ୍ୟବସ୍ଥା କିଭଳି ସୁବିଧା ପାଇଲେ ସେନେଇ ପଚାରିବେ ।ସରକାରୀ ଅଫିସର କାଭଳି ସୁବିଧା ପାଉଛନ୍ତି କି ନାହିଁ ସେ ନେଇ ପଚାରିବି ।ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ବିଧାୟକ ଙ୍କ କାର୍ଯ୍ୟ କିପରି ଆପଣଙ୍କ ଠୁ ଫିଡିବ୍ୟାକ୍ ।ଯେଉଁ ଗଁଆ କୁ ବିଜୁଳି ଯାଇନାହିଁ ।ଖବର ଦେଲେ ୪୮ ଘଣ୍ଟା ମଧ୍ୟରେ ବିଜୁଳି ଯୋଗାଇଦେବା ।ଆସନ୍ତୁ ନୂଆ ଓଡିଶା ଗଠନ ପାଇଁ କାମ କରିବାକୁ ଆହ୍ଵାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.