ଭୁବନେଶ୍ବର: ବିପର୍ଯ୍ୟୟ ମୁକାବିଳାରେ ଓଡିଶା ଗ୍ଲୋବାଲ ବେଞ୍ଚ ମାର୍କ ପାଲଟିଛି। ବିଶ୍ବ ପାଇଁ ଉଦାହରଣ ସୃଷ୍ଟି କରିଛି। ରବିନ୍ଦ୍ରମଣ୍ଡପରେ ଆୟୋଜିତ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳନ ଉତ୍ସବରେ ଯୋଗଦେଇ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସେହିପରି 3 ଲକ୍ଷ ବାତ୍ୟା ନିରୋଧ ପକ୍କାଘର ନିର୍ମାଣ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ପୁରୀ ଓ ଖୋର୍ଦ୍ଧାରେ ଏହା ନିର୍ମାଣ ହେବ ଏହି ଉତ୍ସବରେ ଯୋଗଦେଇ ମୁଖ୍ୟ ଶାସନ ସଚିବ କହିଛନ୍ତି । ଏହା ଛଡା ଭୁବନେଶ୍ବରରେ ଏକ ରାଡର କରାଯିବ ଯାହା ଭାରତରେ ପ୍ରଥମ ଭାବରେ କରାଯିବ ବୋଲି ସେ କହିଛନ୍ତି । ଏହାସହ ଲୋକଙ୍କ ସହଯୋଗ ଓ ସଚେତନତା ଉପରେ ଅଧିକ ଗୁରୁତ୍ବ ଦିଆଯିବ ବୋଲି କୁହାଯାଇଛି ।
ସୂଚନା ଥାଉକି, ମହାବାତ୍ୟାକୁ ଆଜି 20 ବର୍ଷ ପୂରିଛି। ମହାବାତ୍ୟାର ଦିନକୁ ପ୍ରତିବର୍ଷ ଜାତୀୟ ବିପର୍ଯ୍ୟୟ ଦିବସ ରୂପେ ପାଳନ କରାଯାଇଥାଏ।
ତେବେ ଆଜିର ଏହି ପାଳନ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭାଗୀୟ ମନ୍ତ୍ରୀ, ଆଇଏମଡି ନିର୍ଦ୍ଦେଶକ ଓ ମୁଖ୍ୟ ଶାସନ ସଚିବ ପ୍ରମୁଖ ଯୋଗଦେଇଥିଲେ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ