ETV Bharat / city

ମା' ମାଣିକେଶ୍ବରୀ ପୀଠ ବିକାଶ କାର୍ଯ୍ୟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

author img

By

Published : Dec 24, 2021, 4:55 PM IST

ଥୁଆମୂଳ ରାମପୁର ମା' ମାଣିକେଶ୍ବରୀ ପୀଠ ବିକାଶ କାର୍ଯ୍ୟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ । ଶୁକ୍ରବାର ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମା' ମାଣିକେଶ୍ବରୀ ପୀଠର ବିକାଶ କାର୍ଯ୍ୟର ଶିଳାନ୍ୟାସ  କରିଛନ୍ତି । ଅଧିକ ପଢ଼ନ୍ତୁ

ମା' ମାଣିକେଶ୍ବରୀ ପୀଠ ବିକାଶ କାର୍ଯ୍ୟର ହେଲା ଶିଳାନ୍ୟାସ

ଭବାନୀପାଟଣା/ଭୁବନେଶ୍ବର: ଥୁଆମୂଳ ରାମପୁର ମା' ମାଣିକେଶ୍ବରୀ ପୀଠ ବିକାଶ କାର୍ଯ୍ୟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ । କଳାହାଣ୍ଡି ବିକାଶର ନୂଆ ପରିଚୟ ନେଇ ଆଗକୁ ବଢ଼ୁଥିବା କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମା' ମାଣିକେଶ୍ବରୀ ପୀଠ ବିକାଶ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି । ମାଣିକେଶ୍ବରୀ ବିକାଶ କାର୍ଯ୍ୟରେ ମୋଟ ଦୁଇ କୋଟି ଟଙ୍କା ଖର୍ଚ୍ଚ ହେବ ।

୫-ଟି ଉପକ୍ରମ ଅଧୀନରେ ମାଙ୍କ ଏହି ପୀଠର ବିକାଶ କାମ ଆରମ୍ଭ କରାଯାଇଛି । ମା' ମାଣିକେଶ୍ବରୀଙ୍କୁ ଲକ୍ଷ ଲକ୍ଷ ଲୋକଙ୍କ ଆସ୍ଥା ଓ ବିଶ୍ବାସର ପ୍ରତୀକ ଭାବରେ ବର୍ଣ୍ଣନା କରିଛନ୍ତି ମୁଖ୍ୟମନ୍ତ୍ରୀ । ମା'ଙ୍କ ପୀଠର ବିକାଶ ହେଲେ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ହେବା ନେଇ ଆଶା କରାଯାଉଛି ।

କଳାହାଣ୍ଡିର ବିକାଶ ପାଇଁ ଜିଲ୍ଲାରେ ୮୭ଟି ଭେଣ୍ଡିଂ ଜୋନ୍‌ ନିର୍ମାଣ କରାଯିବ । ଏଥିପାଇଁ ଖର୍ଚ୍ଚ ହେବ ୬୦ କୋଟି ଟଙ୍କା । ପଥପାର୍ଶ୍ବ ବିକ୍ରେତା ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, "କୋଭିଡ ପ୍ରତ୍ୟେକଙ୍କ ଜୀବନଜୀବିକା ଉପରେ ପ୍ରଭାବ ପକାଇଛି । ଆପଣମାନଙ୍କ କଷ୍ଟ ମୁଁ ଅନୁଭବ କରୁଛି। ମୁଁ କହିବାକୁ ଚାହେଁ ଯେ ସରକାର ସବୁବେଳେ ଆପଣମାନଙ୍କ ସାଥିରେ ଅଛନ୍ତି ।"

ଏହି ଅବସରରେ ମୁଖ୍ୟମନ୍ତ୍ରୀ କୋଭିଡ ସଂକ୍ରମଣକୁ ନେଇ ସଚେତନତା ସୃଷ୍ଟି କରିଛନ୍ତି । ଜୀବନଜୀବିକା ନିର୍ବାହ ସହ କୋଭିଡ ସଚେତନତା ପାଳନ କରିବାକୁ କହିିଛନ୍ତି ମୁଖ୍ୟମନ୍ତ୍ରୀ । ପଥପାର୍ଶ୍ବ ବିକ୍ରେତା ମାନଙ୍କୁ ଉଦ୍‌ବୋଧନ ଦେବା ପରେ ମୁଖ୍ୟମନ୍ତ୍ରୀ କେତେକ ପଥପାର୍ଶ୍ବ ବିକ୍ରେତାଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ ଓ କାଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.