ETV Bharat / city

Wildlife Week: ବନ୍ୟପ୍ରାଣୀଙ୍କ ସୁରକ୍ଷାରେ ଜନସାଧାରଣଙ୍କ ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

author img

By

Published : Oct 8, 2022, 11:48 AM IST

ରାଜ୍ୟ ସ୍ତରୀୟ 68ତମ ବନ୍ୟପ୍ରାଣୀ ସପ୍ତାହରେ ମୁଖ୍ୟ ଅତିଥି ଭାବେ ଭର୍ଚୁଆଲ ମାଧ୍ୟମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବନ୍ୟପ୍ରାଣୀଙ୍କ ସୁରକ୍ଷା କରିବା ନେଇ ଜନସାଧାରଣଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ

ବନ୍ୟପ୍ରାଣୀ ସପ୍ତାହ 2022: ବନ୍ୟପ୍ରାଣୀଙ୍କ ସୁରକ୍ଷାରେ ଜନସାଧାରଣଙ୍କ ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସ୍ତରୀୟ 68 ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିଥିଲେ । ଏହି ଅବସରରେ ବିରଳ ବନ୍ୟପ୍ରାଣୀଙ୍କ ସୁରକ୍ଷା କରିବା ନେଇ ସହଯୋଗର ହାତ ବଢାଇବାକୁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

ଏହି ବନ୍ୟପ୍ରାଣୀ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, "ସୁସ୍ଥ ପରିବେଶରେ ମଣିଷ ବଞ୍ଚିବାର ଯେଭଳି ଅଧିକାର ରହିଛି ସେହିପରି ପ୍ରତ୍ୟେକ ଜୀବଜନ୍ତୁମାନଙ୍କର ମଧ୍ୟ ସମାନ ଅଧିକାର ରହିଛି । ମାନବ ସମାଜ ଓ ବନ୍ୟପ୍ରାଣୀ ଅଙ୍ଗାଙ୍ଗୀ ଭାବରେ ଜଡିତ । ଜୀବଜନ୍ତୁଙ୍କର ସଂରକ୍ଷଣ କରିବା ଆମ ସମସ୍ତଙ୍କର ଦାୟିତ୍ୱ । ରାଜ୍ୟରେ ଆଗାମୀ ଦିନରେ ବିରଳ ବନ୍ୟପ୍ରାଣୀ ଓ ସେମାନଙ୍କ ଆବାସସ୍ଥଳୀକୁ ବିକଶିତ କରିବାର ଯୋଜନା ରହିଛି । ତେବେ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ସମସ୍ତ ବନ୍ୟପ୍ରାଣୀ ଅଧିକାରୀ ଏବଂ ଏହି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ସମ୍ମାନ ଅତିଥି ଭାବରେ ଯୋଗ ଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି ଯେ, "ହାତୀ ଓ ଅନ୍ୟ ବନ୍ୟଜନ୍ତୁ ଜନିତ ଅପରାଧ ରୋକିବା ପାଇଁ ଯୁଗ୍ମ ଟାକ୍ସ ଫୋର୍ସ ଗଠନ କରାଯାଇଛି । ନନ୍ଦନକାନନକୁ ଆନ୍ତର୍ଜାତିକ ପ୍ରାଣୀ ଉଦ୍ୟାନ କରିବା ପାଇଁ ମାଷ୍ଟର ପ୍ଳାନ ପ୍ରସ୍ତୁତ ହେଉଛି । ବନ୍ୟଜନ୍ତୁଙ୍କ ଦ୍ଵାରା ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ କ୍ଷତିପୂରଣ ଦେବା ପାଇଁ ରାଜ୍ୟ ସରକାର ଅନୁକମ୍ପା ଯୋଜନା ଆରମ୍ଭ କରିଛନ୍ତି ।" ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କୁ ସାମିଲ କରିବା ପାଇଁ ବିଭାଗୀୟ କର୍ମଚାରୀଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା ପରାମର୍ଶ ଦେଇଛନ୍ତି ।

ଏହି ଅବସରରେ ଭୁବନେଶ୍ବର ଜୟଦେବ ଭବନଠାରେ ରାଜ୍ୟ ସ୍ତରୀୟ ଫଟୋଚିତ୍ର ପ୍ରଦର୍ଶନୀ କରାଯାଇଥିଲା । ଏଥିରେ ବିଜେତାମାନଙ୍କୁ ପୁରସ୍କାର ସମେତ ମାନପତ୍ର ପ୍ରଦାନ କରାଯାଇଛି । ଏହା ସହିତ ବଲାଙ୍ଗୀର ଭିକିଜି ନାୟକ ଓ ଗଞ୍ଜାମର ରବୀନ୍ଦ୍ରନାଥ ସାହୁଙ୍କୁ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାର ଦ୍ଵାରା ସମ୍ମାନିତ କରାଯାଇଛି । ଏହି ଅବସରରେ 'WILDLIFE ODISHA 2022', 'BIRDS OF BHUBANESWAR' ଏବଂ 'SIMILIPAL- THE FOREST OF HUNDRED ORCHIDS' 3ଟି ପୁସ୍ତକ ଉନ୍ମୋଚନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.