ଭୁବନେଶ୍ବର: ଦ୍ବିତୀୟ ପର୍ଯ୍ୟାୟରେ ୫ଟି ଜିଲ୍ଲାର ୫୩୧ଟି ରୂପାନ୍ତରଣ ସ୍କୁଲ ଲୋକାର୍ପିତ । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଆଜି(ଶୁକ୍ରବାର) ଦ୍ବିତୀୟ ପର୍ଯ୍ୟାୟର ଦ୍ବିତୀୟ ଦିବସରେ ଏହି ସ୍କୁଲଗୁଡିକୁ ଲୋକାର୍ପିତ କରିଛନ୍ତି । ଏଥି ମଧ୍ୟରୁ ସର୍ବାଧିକ ଗଞ୍ଜାମର ୨୩୦ଟି ହାଇସ୍କୁଲ ରହିଛି ।
ସେହିପରି ଢେଙ୍କାନାଳ ଜିଲ୍ଲାର ୧୦୫ଟି, କନ୍ଧମାଳର ୭୩ଟି, ନବରଙ୍ଗପୁରର ୭୩ଟି ଓ ଅନୁଗୋଳ ଜିଲ୍ଲାର ୫୦ଟି ହାଇସ୍କୁଲ ଲୋକାର୍ପିତ ହୋଇଛି । ଦ୍ବିତୀୟ ପର୍ଯ୍ୟାୟରେ ସମୁଦାୟ ୨୯୦୮ଟି ହାଇସ୍କୁଲର ରୂପାନ୍ତର ହୋଇଛି । ଏ ରୂପାନ୍ତର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସ୍କୁଲ ମ୍ୟାନେଜମେଣ୍ଟ କମିଟି, ପଞ୍ଚାୟତ ପ୍ରତିନିଧି, ପୁରାତନ ଛାତ୍ର ସଂସଦ, ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
କାର୍ଯ୍ୟକ୍ରମରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ପ୍ରଫୁଲ୍ଲ ମଲ୍ଲିକ, ଉପବାଚସ୍ପତି ରଜନୀକାନ୍ତ ସିଂହ, ବିଧାୟକ ଅଙ୍ଗଦ କାହ୍ନର ଓ ବିଧାୟକ ମନୋହର ରନ୍ଧାରୀ ପ୍ରମୁଖ ଉଦବୋଧନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।ପଞ୍ଚାୟତ୍ତିରାଜ ଓ ପାନୀୟ ଜଳ ବିଭାଗ ସଚିବ ଅଶୋକ ମୀନା ସ୍ୱାଗତ ଭାଷଣ ଦେଇଥିବାବେଳେ SC/ST ଉନ୍ନୟନ ବିଭାଗର ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା ଧନ୍ୟବାଦ ଦେଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର