ଭୁବନେଶ୍ବର: ଓଡ଼ିଶାର ପ୍ରଥମ ବହୁତଳ ପାର୍କିଂ କୋଠା ନନ୍ଦନକାନନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ୪ ମହଲା ବିଶିଷ୍ଟ ପାର୍କିଙ୍ଗ ସ୍ଥଳରେ ୫୮୩ଟି ଚାରିଚକିଆ ଜାନ ରହିବାର ସୁବିଧା ରହିଛି ।
ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ପାର୍କିଂ ସମସ୍ୟାକୁ ଦୂର କରିବା ପାଇଁ ନନ୍ଦନକାନନରେ ୩୫ କୋଟି ୪୨ ଲକ୍ଷ୍ୟ ୭୯ ହଜାର ଟଙ୍କା ନିର୍ମିତ କରାଯାଇଛି ଏହି ବହୁତଳ ପାର୍କିଙ୍ଗ କୋଠଘର । ପ୍ରତ୍ୟେକ ପାର୍କିଙ୍ଗ ମହଲା ୫ ହଜାର ୬ ଶହ ବର୍ଗ ମିଟରରେ ନିର୍ମିତ ହୋଇଛି ।

ପାର୍କିଂଙ୍ଗର ଚତୁର୍ପାଶ୍ୱରେ ୨ ହଜାର ଦୁଇ ଚକିଆ ଜାନ ରହିବାର ସୁବିଧା ରହିଛି । ସାଇକେଲ ୫ ଟଙ୍କା, ବାଇକ ୨୦ ଟଙ୍କା, କାର ୫୦ ଟଙ୍କା, ବସ ୭୦ ଟଙ୍କା ଟିକେଟ ମୂଲ୍ୟ ରହିଛି । ୬ ଘଣ୍ଟା ପାର୍କିଂଙ୍ଗର ସମୟସୀମା ରଖାଯାଇଛି ।

ଏହି ମଲ୍ଟି ପାର୍କିଙ୍ଗ ସ୍ଥଳ ସମ୍ପୂର୍ଣ୍ଣ ସିସି କ୍ୟାମେରା ନିରୀକ୍ଷଣ କରାଯାଉଥିବା ବେଳେ, ଅଚାନକ କୌଣସି ନିଆଁ ଲାଗିବାର ଦୁର୍ଘଟଣାକୁ ଏଡାଇବା ପାଇଁ ସମସ୍ତ ମହଲାରେ ଅଗ୍ନିନିର୍ବାପକ ଯନ୍ତ୍ରର ବ୍ୟବସ୍ଥା ରଖାଯାଇଛି । ଭୁବନେଶ୍ୱର ନନ୍ଦନକାନନର ମୁଖ୍ୟ ରାସ୍ତାର ଯାନବାହାନ ଭିଡ଼ କମାଇବା ପାଇଁ ଓ ଟ୍ରାଫିକ ନିୟନ୍ତ୍ରଣ ସୁବିଧା ପାଇଁ ଏହି ପ୍ରକଳ୍ପ ନିର୍ମିତ କରାଯାଇଛି ।
ଏହି ଉଦଘାଟନ ଉତ୍ସବରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ, ସ୍ଥାନୀୟ ବିଧାୟକ ସୁଶାନ୍ତ ରାଉତଙ୍କ ସମେତ ନନ୍ଦନକାନନ ପ୍ରାଣୀ ଉଦ୍ୟାନର କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ