ଭୁବନେଶ୍ବର: ଉଦଘାଟନ ହେଲା ସାଇବର ସିକ୍ୟୁରିଟି ଅପରେସନ ସେଣ୍ଟର(CSOC) । ରାଜ୍ୟ ସରକାରଙ୍କର ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ହ୍ୟାକରମାନଙ୍କ ଠାରୁ ସୁରକ୍ଷିତ ରଖିବା ପାଇଁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ଓକାକର ମିଳିତ ଉଦ୍ୟମରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଇବର ସିକ୍ୟୁରିଟି ସେଣ୍ଟର ଉଦଘାଟନ କରିଛନ୍ତି ।
ଏହି ପ୍ରତିଷ୍ଠାନର ପରିକଳ୍ପନା ଏବଂ ପରିଚାଳନା ରାଜ୍ୟ ସରକାରଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ । ରାଜ୍ୟ ସରକାରଙ୍କର ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ହ୍ୟାକରମାନଙ୍କ ଠାରୁ ସୁରକ୍ଷା ପ୍ରଦାନ କରିବା ନିମନ୍ତେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ଓକାକ ମିଳିତ ଉଦ୍ୟମରେ ଏହି କେନ୍ଦ୍ର ପ୍ରତିଷ୍ଠା ହୋଇଛି । ଷ୍ଟେଟ୍ ଡାଟା ସେଣ୍ଟର, ଷ୍ଟେଟ୍ ଆଇଡ୍, ଏରିଆ ନେଟୱର୍କ ଏବଂ ସଚିବାଳୟ ନେଟୱର୍କର ସମସ୍ତ ଗତିବିଧିକୁ ସାଇବର ସିକ୍ୟୁରିଟି ଅପରେସନ ସେଣ୍ଟର (OCAC) ମାଧ୍ୟମରେ ତଦାରଖ କରାଯାଉଛି ।
ସାଇବର ସିକ୍ୟୁରିଟି ଅପରେସନ ସେଣ୍ଟର ଦ୍ବାରା
(କ) ଡାଟା ସୁରକ୍ଷା ସମ୍ବନ୍ଧୀୟ ଲଗ୍ ସଂଗ୍ରହ କରାଯାଇ ତାହାର ସଠିକ୍ ବିଶ୍ଲେଷଣ କରାଯିବ ।
(ଖ) ବିପଦପୂର୍ଣ୍ଣ ଆଇପି (IP) ଗୁଡ଼ିକର ଠିକଣା ଚିହ୍ନଟ ଏବଂ ଏହି ଆଇପି(IP) ଦ୍ବାରା ଅନଧିକାର ପ୍ରବେଶ ତଥା ସାଇବର ଆକ୍ରମଣକୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ ।
(ଗ) ରାଜ୍ୟର ସମସ୍ତ ୱେବ୍ସାଇଟ୍ ସୁରକ୍ଷା ସମ୍ବନ୍ଧୀୟ ବିପଦଗୁଡ଼ିକର ସଠିକ୍ ଆକଳନ କରାଯିବ
(ଘ) ହ୍ୟାକରମାନଙ୍କ କାର୍ଯ୍ୟକଳାପକୁ ଅନୁଧ୍ୟାନ କରି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବ ଏବଂ ୱେବ୍ସାଇଟ୍ ବ୍ୟବହାରକାରୀମାନଙ୍କ ପାଇଁ ସୁରକ୍ଷା ସମ୍ବନ୍ଧୀୟ ଉପଦେଶାବଳୀ ଇତ୍ୟାଦି ଉପଲବ୍ଧ କରାଯିବ ।
ଯେହେତୁ ଏହା ଏକ ସ୍ବୟଂ ସମ୍ପୂର୍ଣ୍ଣ ଭିତ୍ତିଭୂମି ଭବିଷ୍ୟତରେ ଏଥିରେ ଅନେକଗୁଡ଼ିଏ ସୂଚନା ପ୍ରଯୁକ୍ତି ପ୍ରକଳ୍ପ ଏକୀଭୂତ ହୋଇପାରିବ । ସାଇବର ସିକ୍ୟୁରିଟି ଅପରେସନ ସେଣ୍ଟରକୁ ସମଗ୍ର ଦେଶରେ ସରକାରୀସ୍ତରରେ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିବ ।