ETV Bharat / city

ସ୍ୱେଚ୍ଛାକୃତ ଅଙ୍ଗଦାନ ପାଇଁ ଆଗେଇ ଆସିଲେ 500ରୁ ଊର୍ଦ୍ଧ୍ୱ, ମୁଖ୍ୟମନ୍ତ୍ରୀ କଲେ ପ୍ରସଂଶା - ସ୍ୱେଚ୍ଛାକୃତ ଅଙ୍ଗଦାନ

‘ଓଡିଶା ମୋ ପରିବାର’ ମାଧ୍ୟମରେ ସ୍ୱେଚ୍ଛାକୃତ ଅଙ୍ଗଦାନ ପାଇଁ ଆଗେଇ ଆସିଲେ 500ରୁ ଊର୍ଦ୍ଧ୍ୱ ବ୍ୟକ୍ତି । ଟ୍ବିଟ୍ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ସ୍ୱେଚ୍ଛାକୃତ ଅଙ୍ଗଦାନ ପାଇଁ ଆଗେଇ ଆସିଲେ 500ରୁ ଊର୍ଦ୍ଧ୍ୱ ବ୍ୟକ୍ତି, ମୁଖ୍ୟମନ୍ତ୍ରୀ କଲେ ପ୍ରସଂଶା

author img

By

Published : Mar 6, 2022, 7:41 AM IST

ଭୁବନେଶ୍ବର: ‘ଓଡ଼ିଶା ମୋ ପରିବାର’ର ବିଭିନ୍ନ ସାମାଜିକ ପ୍ରତିବଦ୍ଧତା କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଅଙ୍ଗଦାନ କାର୍ଯ୍ୟକ୍ରମ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଅବସରରେ ଓଡ଼ିଶା ମୋ ପରିବାର ତରଫରୁ ଅଙ୍ଗଦାନ ପାଇଁ ପଞ୍ଜିକରଣ ଶିବିରର ଆୟୋଜିତ ହୋଇଛି । ଅଙ୍ଗଦାନ ଭଳି ଏକ ମହତ୍ବପୂର୍ଣ୍ଣ କାର୍ଯ୍ୟକ୍ରମକୁ ବିଜୁବାବୁଙ୍କ ପବିତ୍ର ଜନ୍ମଜୟନ୍ତୀ ମାର୍ଚ୍ଚ ୫ ତାରିଖରୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଛି । ତାଙ୍କ ୧୦୬ତମ ଜନ୍ମଜୟନ୍ତୀରେ ଏହାର ୫ ଗୁଣ ଅର୍ଥାତ୍ ୫୩୦ ଜଣଙ୍କ ଅଙ୍ଗଦାନ ପଞ୍ଜିକରଣ ପାଇଁ ଲକ୍ଷ୍ୟ ରଖାଯାଇଛି ।

ସ୍ୱେଚ୍ଛାକୃତ ଅଙ୍ଗଦାନ ପାଇଁ ଆଗେଇ ଆସିଲେ 500ରୁ ଊର୍ଦ୍ଧ୍ୱ ବ୍ୟକ୍ତି, ମୁଖ୍ୟମନ୍ତ୍ରୀ କଲେ ପ୍ରସଂଶା
ସ୍ୱେଚ୍ଛାକୃତ ଅଙ୍ଗଦାନ ପାଇଁ ଆଗେଇ ଆସିଲେ 500ରୁ ଊର୍ଦ୍ଧ୍ୱ ବ୍ୟକ୍ତି, ମୁଖ୍ୟମନ୍ତ୍ରୀ କଲେ ପ୍ରସଂଶା

ଓଡ଼ିଶା-ମୋ ପରିବାରର ଭୁବନେଶ୍ବର ସ୍ଥିତ କାର୍ଯ୍ୟାଳୟରେ ଆୟୋଜିତ ଅଙ୍ଗଦାନ ପଞ୍ଜିକରଣ ଶିବିରରେ ଏପର୍ଯ୍ୟନ୍ତ ୫୪୪ ଜଣ ଅଙ୍ଗଦାନ ପାଇଁ ପଞ୍ଜିକରଣ କରିଛନ୍ତି । ଅଙ୍ଗଦାନ ପାଇଁ ପଞ୍ଜିକରିଣ ତାଲିକାରେ ବିଭିନ୍ନ ସଂସ୍ଥା, ସ୍ବେଚ୍ଛାସେବୀ ସଂଗଠନ, ଭିନ୍ନ ଭିନ୍ନ କ୍ଷେତ୍ର ଯଥା ଉଦ୍ୟୋଗ, ବ୍ୟାଙ୍କ୍, କଳା, ସିନେମା ଜଗତର ବହୁ ପ୍ରତିଷ୍ଠିତ ତଥା ମାନ୍ୟଗଣ୍ୟ ବ୍ୟକ୍ତି, ଡାକ୍ତର, ଓକିଲ, ପୂଜାରୀ ଏବଂ ସାଧାରଣ ନାଗରିକମାନେ ନିଜକୁ ସ୍ବତଃପ୍ରବୃତ୍ତ ଭାବେ ସାମିଲ ହୋଇ ଅଙ୍ଗଦାନ କରିବା ପାଇଁ ପଞ୍ଜିକରଣ କରିଛନ୍ତି ।

ରାଜ୍ୟସଭା ସାସଂଦ ସୁଜିତ୍ କୁମାର ଅନଲାଇନ୍ ମାଧ୍ୟମରେ ଅଙ୍ଗଦାନ ପାଇଁ ପଞ୍ଜିକରଣ କରିଥିବା ବେଳେ ଭିନ୍ନକ୍ଷମ ସଶକ୍ତିକରଣ କମିଶନ ଅଧ୍ୟକ୍ଷା ସୁଲୋଚନା ଦାସ, ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ, ବିଶିଷ୍ଟ ଓକିଲ ପି.କେ.ରାୟ, ମିଲନ୍ କାନୁନଗୋ, ସିତାଂଶୁ ଦ୍ବିବେଦୀ, ଇନର୍ ହ୍ୱୁଲ୍ ସଭାପତି ନମିତା କାନୁନଗୋ, ସ୍ବାସ୍ଥ୍ୟ ଉପଦେଷ୍ଟା ଡଃ. ସତ୍ୟଜିତ ଦାଶ, ମହିଳା ନେତ୍ରୀ ଜ୍ୟୋସ୍ନାମୟୀ ପରିଡ଼ା, ଲଗ୍ନଦୀପା ମିଶ୍ର, ସିନେ କଳାକାର ସୁକାନ୍ତ ରଥ, କଣ୍ଠଶିଳ୍ପୀ କୃଷ୍ଣପ୍ରିୟା ମିଶ୍ର ପ୍ରମୁଖ ଏହି ଶିବିରରେ ଅଙ୍ଗଦାନ ପାଇଁ ପଞ୍ଜିକରଣ କରିଛନ୍ତି ।

ଆବାହକ ଅରୁପ ପଟ୍ଟନାୟକ ନିଜେ ମଧ୍ୟ ଅଙ୍ଗଦାନ ପାଇଁ ପଞ୍ଜିକରିଣ କରିଛନ୍ତି । ଅନଔପଚାରିକ ଭାବେ ଫେବୃଆରୀ ୨୨ ତାରିଖରୁ ପଞ୍ଜିକରଣ ଆରମ୍ଭ ହୋଇଥିବା ବେଳେ ଏଯାବତ୍ ପଞ୍ଜିକରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୩୧୬ ଜଣ ସଂପୂର୍ଣ୍ଣ ଅଙ୍ଗଦାନ ପାଇଁ ପଞ୍ଜିକରଣ କରିଛନ୍ତି । ୪୧ ଜଣ ହୃତପିଣ୍ଡ, ୩୯ ଜଣ ଫୁସଫୁସ୍, ୬୧ ଜଣ କିଡ୍‌ନୀ, ୩୧ ଜଣ ଯକୃତ, ୨୫ ଜଣ ଅଗ୍ନାଶୟ, ୨୧ ଜଣ ଚର୍ମ, ୨୩ ଜଣ ଅସ୍ତିଦାନ ପାଇଁ ପଞ୍ଜିକରଣ କରିଛନ୍ତି । ଏଭଳି ସମାଜକଲ୍ୟାଣ ମହତ୍ କାର୍ଯ୍ୟରେ ନିଜ ନିଜକୁ ସାମିଲ କରିଥିବାରୁ ଅବାହକ ମସସ୍ତ ଅଙ୍ଗଦାତାମାନଙ୍କୁ ଧନ୍ୟବାଦ ଜଣାଇବା ସହ ଅଭିନନ୍ଦନ ପତ୍ର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ସଂପାଦକ (ଓଡ଼ିଶା-ମୋ ପରିବାର) ରୁଦ୍ରନାରାୟଣ ସାମନ୍ତରାୟ ଏହି ଶିବିରକୁ ସଂଯୋଜନା କରିବା ସହ ନିଜେ ମଧ୍ୟ ପଞ୍ଜିକରଣ କରିଛନ୍ତି । ଓଡ଼ିଶା-ମୋ ପରିବାରର ଏହି ଅନନ୍ୟ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ ଜରିଆରେ ପ୍ରସଂଶା କରିବା ସହ ସମସ୍ତ ଅଙ୍ଗଦାନ ପାଇଁ ପଞ୍ଜିକରଣ କରିଥିବା ବ୍ୟକ୍ତିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.